Categories: ସ୍ପେଶାଲ

ବେଙ୍ଗର ଓଜନ ତିନି କେଜିରୁ ଉର୍ଦ୍ଧ୍ୱ , ଏହି ବିରଳ ପ୍ରଜାତି ବିଷୟରେ ଗବେଷଣାରୁ ଜଣାପଡିଲା ଆଶ୍ଚର୍ଯ୍ୟକର ତଥ୍ୟ

ବର୍ଷାଋତୁରେ ଆପଣ ଅନେକ ପ୍ରକାର ବେଙ୍ଗ ଦେଖୁଥିବେ । ସାଧାରଣ ଭାବେ ଆପଣ ଅତି କଷ୍ଟରେ ଅଧାକିଲୋରୁ ଏକ କିଲୋ ପର୍ଯ୍ୟନ୍ତ ଓଜନର ବେଙ୍ଗ ନିଶ୍ଚୟ ଦେଖିଥିବେ । କିନ୍ତୁ କେବେ ଆପଣ ତିନି କିଲୋ ଓଜନର ବେଙ୍ଗ ଦେଖିଛନ୍ତି କି ? ଏବେ ଆପଣ ଭାବୁଥିବେ ଯେ ତିନି କିଲୋ ଓଜନର ବେଙ୍ଗତ ନଥିବ ତାହେଲେ ଦେଖିବେ କିପରି ? ଆଜ୍ଞା ହଁ ଏପରି ଏକ ବିରଳ ପ୍ରଜାତିର ବେଙ୍ଗ ଦେଖାଯାଇଛି ଆଫ୍ରିକାରେ । ଏଠାରେ ଗୋଲିପଥ ନାମକ ଏକ ପ୍ରଜାତିର ବେଙ୍ଗ ଦେଖିବାକୁ ମିଳିଛି ଯାହାର ଓଜନ ତିନି କିଲୋରୁ ମଧ୍ୟ ଅଧିକ ।

ଗୋଲିପଥ ପ୍ରଜାତିର ବେଙ୍ଗ ଏକ ବିସ୍ମୟ ଅଟେ । ବର୍ଲିନର ନାଚୁରାଲ ହିଷ୍ଟ୍ରୀ ମ୍ୟୁଜିୟମ ଦ୍ୱାରା କରାଯାଇଥିବା ଗବେଷଣାରେ ଏହି ବିରଳ ପ୍ରଜାତି ବେଙ୍ଗ ବିଷୟରେ ଅନେକ ଆଶ୍ଚର୍ଯ୍ୟକର ତଥ୍ୟ ସାମ୍ନାକୁ ଆସିଛି । ଗବେଷଣାରୁ ଜଣାପଡିଛି ଯେ ଏହି ସ୍ୱତନ୍ତ୍ର ପ୍ରଜାତି ରହିବା ପାଇଁ ନିଜେ ଏକ ଛୋଟ ପୋଖରୀ ବନାଇଥାନ୍ତି ଏବଂ ସେହି ପୋଖରୀ ବନାଇବା ସମୟରେ ସେମାନେ ଦୁଇ ଦୁଇ କିଲୋ ଓଜନର ପଥର ହଟାଇବାକୁ ମଧ୍ୟ ସକ୍ଷମ ଅଟନ୍ତି ।

ଏହି ବେଙ୍ଗର ଓଜନ ପ୍ରାୟ ୩.୩ କିଲୋଗ୍ରାମ ଅଟେ ଏବଂ ଏହାର ଲମ୍ବ ୩୪ ସେଣ୍ଟିମିଟର ବା ୧୨ ଇଞ୍ଚ ପର୍ଯ୍ୟନ୍ତ ଅଟେ । ନିଜର ପିଲାମାନଙ୍କୁ ବଞ୍ଚାଇବା ପାଇଁ ସେ ପୋଖରୀରେ ଫେଣ ବନାଇଥାନ୍ତି ଯାହାଦ୍ୱାରା ଅନ୍ୟ କୌଣସି ପଶୁ ତାଙ୍କୁ କ୍ଷତି ପହଞ୍ଚି ପାରିବ ନାହିଁ ।

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

6 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

7 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

8 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

9 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

9 hours ago