ଦୁନିଆର ବିପଦଜନକ ଏୟାରପୋର୍ଟ, ଯାହା ଲ୍ୟାଣ୍ଡିଂ ବେଳେ କରିଥାଏ ମୃତ୍ୟୁର ସାମ୍ନା

ଦୁନିଆରେ ଏମିତି ଅନେକ ସ୍ଥାନ ରହିଛି ଯେଉଁଠିକୁ ଯିବା ମାତ୍ରେ ଡ଼ର ଲାଗେ। ଦୁନିଆର ଏହିସବୁ ସ୍ଥାନକୁ ଖୁବ ବିପଦଜନକ ବୋଲି ମଧ୍ୟ କୁହାଯାଏ। ଏଠି ମୁଣ୍ଡ ଉପରେ ଖୁବ ନିକଟରେ ବିମାନ ଉଡ଼ିଥାଏ। ଆଜି ଆମେ ଦୁନିଆର ଏପରି ୧୦ଟି ଖତରନାକ ବିମାନବନ୍ଦର ସମ୍ପର୍କରେ କହିବୁ।

ସେଣ୍ଟ ହେଲେନା :

ପ୍ରଥମ ସ୍ଥାନରେ ରହିଛି ସେଣ୍ଟ ହେଲେନା ବିମାନ ବନ୍ଦର । ଯାହା ମିଡ ଆଣ୍ଟଲାଟିକ ଆଇଲ୍ୟାଣ୍ଡ ମଧ୍ୟରେ ତିଆରି ହୋଇଛି। ଏହାକୁ ଦୁନିଆର ସବୁଠୁ ଅଦରକାରୀ ବିମାନ ବନ୍ଦର କୁହାଯାଏ।  ଏହା ପଛରେ କାରଣ ମଧ୍ୟ ରହିଛି। ଏଠାରେ କ୍ଲିଫ ସାଇଡ ରନେଓ୍ଵରେ ପବନ ଏତେ ଜୋରସେ ହୁଏ ଯେ ବିମାନ ଲ୍ୟାଣ୍ଡିଂ କରିବା ସମୟରେ ଦୁର୍ଘଟଣା ହେବାର ସମ୍ଭାବନା ରହିଥାଏ। ବହୁ ସତର୍କତାର ସହ ଏଠାରେ ଲ୍ୟାଣ୍ଡିଂ କରାଯାଏ। ଏମିତି ନୁହେଁ ଯେ, ଏହି ବିମାନ ବନ୍ଦର ବ୍ୟବାହାର ହୁଏ ନାହିଁ। କିନ୍ତୁ ଏହି ଏୟାରପୋର୍ଟ ସି-କ୍ୟାଟେଗୋରୀରେ ଆସିବା କାରଣରୁ ଏହି ବିମାନ ବନ୍ଦରରେ ନିୟୋଜିତ ଥିବା ପାଇଲଟ ଖାସ୍‌ ଟ୍ରେନିଂ ନେଇଥାନ୍ତି। ଦୁନିଆରେ ଆହୁରି ଏମିତି ଅନେକ ଏୟାରପୋର୍ଟ ରହିଛି ଯେଉଁଠି ଲ୍ୟାଣ୍ଡିଂ ସମୟରେ ମୃତ୍ୟୁର ସାମ୍ନା କରିବାକୁ ପଡେ।

ମାଡେରା, ପର୍ତ୍ତୁଗାଲ:

ଏହା ଏମିତି ଏକ ସ୍ଥାନ ଯାହା ଜାହାଜ ଲ୍ୟାଣ୍ଡିଂ ପାଇଁ ଦୁନିଆରେ ବଦନାମ ହେଇଛି। ଛୁଟି ସମୟରେ ଯାଉଥିବା ଲୋକ ଏହି କଥାକୁ ନିଶ୍ଚିତ ରୂପେ ଜାଣିଥିବେ। ମୃତ୍ୟୁର ସାମ୍ନା କରି ଏଠାରେ ବିମାନକୁ ଲ୍ୟାଣ୍ଡିଂ କରାଯାଏ। ଏଠାକାର ପବନର ଦିଗ ପରିବର୍ତ୍ତନ ସବୁ ସମୟରେ ଜାହାଜର ପାଇଲଟକୁ ଅସୁବିଧାରେ ପକାଇଥାଏ।

maderna
pc: skytrax

ସିଣ୍ଟ ମାର୍ଟିନ:

ଏହି ସ୍ଥାନରେ ବିମାନ ଲ୍ୟାଣ୍ଡିଂ ହେଉଥିବାର ଭିଡ଼ିଓ ଦେଖିବା ପାଇଁ ବେଶି କିଛି କଷ୍ଟ କରିବାକୁ ପଡ଼ିବ ନାହିଁ। କାର୍ବିଆନ ଏୟାରପୋର୍ଟରେ ଲ୍ୟାଣ୍ଡିଂ କରୁଥିବା ବିମାନର ଫୁଟେଜ ଆପଣ ସୋସିଆଲ ମିଡ଼ିଆରେ ଅନେକ ପାଇବେ। ଏହାର ରନେଓ୍ଵ ସମୁଦ୍ର କୂଳର ଠିକ ପଛକୁ ରହିଛି। ତେଣୁ ଏହି ବିଚ୍‌ ରେ ଥିବା ପ୍ରତ୍ୟେକ ଲୋକଙ୍କ ଠିକ ମୁଣ୍ଡ ଉପରେ ବିମାନ ଉଡ଼ିକି ଯାଏ । ଲୋକମାନଙ୍କୁ ଏହା ଦେଖିବାକୁ ଖୁବ ମଜା ଲାଗେ। କିନ୍ତୁ ଏଥିପାଇଁ କେତେବେଳେ ବି ଦୁର୍ଘଟଣା ଘଟିଯାଇପାରେ।
ସୂଚନା ଅନୁଯାୟୀ, ୨୦୧୭ ମସିହାରେ ବିମାନର ଇଞ୍ଜିନ ବ୍ଲାଷ୍ଟ ହେବା କାରଣରୁ ଏଠାରେ ଥିବା ଜଣେ ମହିଳାଙ୍କ ମୃତ୍ୟୁ ହୋଇଯାଇଥିଲା।

ପାରୋ, ଭୁଟାନ:

ପାରୋ ଭୁଟାନର ଏକମାତ୍ର ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ଯାହା ସମୁଦ୍ର ପତନରୁ ପାଖାପାଖି ୭ହଜାର ୩୬୪ ଫୁଟ ଉପରେ ତିଆରି ହୋଇଛି। ଏବେ ପର୍ଯ୍ୟନ୍ତ କିଛି ଜଣ ପାଇଲଟଙ୍କୁ ସେଠାକୁ ଯିବାକୁ ଅନୁମତି ମିଳିଛି। ଏଠାରେ କେବଳ ଭଲ ଭିଜିବଲ କଣ୍ଡିସନରେ ହିଁ ବିମାନକୁ ଲ୍ୟାଣ୍ଡିଂ କରିପାରିବ।ଏହି ସ୍ଥାନରେ ରାଡର ନଥିବା କାରଣରୁ ଲ୍ୟାଣ୍ଡି ଂ ସମୟରେ ଅନେକ ସମସ୍ୟା ଦେଖିବାକୁ ମିଳେ। ଏଥିପାଇଁ ମାନୁଆଲ ଆପ୍ରୋଚ ନେବାକୁ ପଡ଼ିଥାଏ। ରନେଓ୍ଵରେ ଲ୍ୟାଣ୍ଡିଂ କରିବା ସମୟରେ ପାହାଡ଼ ଓ ଘର ଆଦିକୁ ଭଲ ଭାବେ ଦେଖିବାକୁ ପଡ଼ିଥାଏ।

ଲଣ୍ଡନ, ୟୁକେ:

ବ୍ରିଟେନ ଭଳି ଦେଶରେ ମଧ୍ୟ ଏହି ସମସ୍ୟା ଦେଖିବାକୁ ମିଳେ। ଏହାର ରାଜଧାନୀ ଲଣ୍ଡନରେ ଏବେ ବିମାନ ଅସାମାନ୍ୟ ହୋଇଗଲାଣି। ସହରର ଉପରେ ବିମାନ ଉଡ଼ିିବା ସମୟରେ ଏହା ଗଙ୍ଗନଚୁମ୍ବୀ ଇମାରତ ଓ କେନେରେ ଓ୍ଵର୍ଫର ପୁରା ପାଖରେ ଯାଉଥିବାର ଜଣାପଡେ। ଏଠାରେ ଲ୍ୟାଣ୍ଡିଂ କରିବା ସମୟରେ ବିମାନ ଏକଦମ ସିଧା ଆଙ୍ଗେଲ୍‌ ରେ ଲ୍ୟାଣ୍ଡ କରିଥାଏ। ବିଲକୁଲ ସେମିତି ଯେମିତି ହେଲିକପ୍ଟର ଲ୍ୟାଣ୍ଡ କରିଥାଏ।

london
pc: mylondon

ରିଗନ ନ୍ୟାସନାଲ ଏୟାରପୋର୍ଟ,USA:

ଜୁନ ୨୦୨୧ରେ ଫ୍ରଣ୍ଟିଅର ଏୟାରଲାଇନ୍ସର ଏକ ବିମାନ ଡିସିର ରୋନାଲ୍ଡ ରିଗନର ନ୍ୟାସନାଲ ରନେଓ୍ଵରେ ଖସିଯାଇଥିଲା। ଯାହାର ଭୟଙ୍କର ରୂପ ବିଷୟରେ ବିମାନରେ ଥିବା ଏକ ଯାତ୍ରୀ ବଖାଣିଥିଲେ। ଏଠାରେ ପୋଟୋମିକ ନଦୀ ପାଖରେ ରନେଓ୍ଵ ତିଆରି ହୋଇଛି। ଯେଉଁଥିପାଇଁ ପାଇଲଟଙ୍କୁ ବିମାନ ଲ୍ୟାଣ୍ଡି ସମୟରେ ଅସୁବିଧା ହୋଇଥାଏ।

ଲୁକଲା, ନେପାଳ:
ଏଠାରେ ଚାରିପାଖରେ ପାହାଡ଼ ରହିଛି। ପାହାଡ଼କୁ କାଟି ମଝିରେ ତିଆରି ହୋଇଛି ଦୁନିଆର ଛୋଟ ରନେଓ୍ଵ। ଏହା ଦୁନିଆର ସବୁଠୁ ଭୟଙ୍କର ଏୟାରପୋର୍ଟ। ଯାହାକି ପାହାଡ଼ ମଝିରେ ତିଆରି ହୋଇଛି। ଏହା ୧୭୨୯ ଫୁଟ ପର୍ଯ୍ୟନ୍ତ ଲମ୍ବା। ବିମାନର ଗତିକୁ କମ୍‌ କରିବା ପାଇଁ ଏଠାରେ ରନେଓ୍ଵକୁ ଉଠାଣିଆ କରାଯାଇଛି।

ସେଣ୍ଟ ହେଲେନା:

ଏଠାରେ ପବନର ତୀବ୍ର ଗତି ସହ କ୍ଲିଫସାଇଡ ଏୟାରପୋର୍ଟ ହେବା କାରଣରୁ ଲ୍ୟାଣ୍ଡିଂ କରିବା ସମୟରେ ଯାତ୍ରୀ ମାନଙ୍କୁ ଝଟକା ଲାଗିଥାଏ। ଏହାକୁ ପ୍ରଥମେ ଛୋଟ ବିମାନ ପାଇଁ ତିଆରି କରାଯାଇଥିଲା। ପରେ ଏହାରକୁ ବୋଇଂ ୭୫୭ ପାଇଁ ବଢ଼ଯାଇଥିଲା।

ଲେହ, ଭାରତ:

ଏହା ମଧ୍ୟ ଦୁନିଆର ସବୁଠୁ ଉଚ୍ଚତର ବିମାନ ବନ୍ଦର। ଯାହାର ସ୍ଥାନ ନମ୍ବର ୨୩ରେ ରହିଛି।ଆପଣ ଶୁୁଣିଲେ ଆଶ୍ଚର୍ଯ୍ୟ ହେବେ କିନ୍ତୁ ଏହା ସମୁଦ୍ର ଗର୍ଭରୁ ୧୦,୬୮୨ ଫୁଟ ଉଚ୍ଚରେ ରହିଛି। ଏହା ଏକ ଛୋଟ ରେନେଓ୍ଵ, ଯାହା ପାହାଡ଼ ମଝିରେ ତିଆରି ହୋଇଛି। ଏଠାରେ ଦ୍ୱିପହର ସମୟରେ ପବନର ବେଗ ଖୁବ ଅଧିକ ଥାଏ। ତେଣୁ ଏଠାରେ ଫ୍ଲାଇଟ କେବଳ ସକାଳ ସମୟରେ ଲ୍ୟାଣ୍ଡ କରିଥାଏ। ଏହାସହ ଏଠାରେ ଭାରି ବିମାନ ଲ୍ୟାଣ୍ଡ କରେ ନାହିଁ
। ପାଇଲଟଙ୍କୁ ଏଠାକୁ ଯିବାକୁ ହେଲେ ସ୍ପେଶାଲ ଟ୍ରେନିଂ ନେବାକୁ ପଡ଼ିଥାଏ।

leh
pc: airways magazine
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.