୫୨ କୋଟିରେ ବିକ୍ରି ହେଲା କାନ୍ଥରେ ଲାଗାହୋଇଥିବା ଏକ କଦଳୀ, ଜାଣନ୍ତୁ କାହିଁକି ରହିଛି ଏତେ ଦାମ୍…
ଆମେରିକାର ନ୍ୟୁୟର୍କରେ ହୋଇଥିବା ଏକ ନିଲାମୀ ଆଜିକାଲି ବେଶ୍ ଚର୍ଚ୍ଚାରେ ରହିଛି । ଟେପ୍ରେ ଲାଗିଥିବା ଏକ କଦଳୀ ପାଇଁ ଏଠାରେ ଏକ ନିଲାମୀ ରଖାଯାଇଥିଲା । ଏହାକୁ କିଣିବା ପାଇଁ ଲୋକଙ୍କ ମଧ୍ୟରେ ଏକ ପ୍ରତିଯୋଗିତା ହୋଇଥିଲା । ଏଥିପାଇଁ ଲୋକେ କୋଟି କୋଟି ଟଙ୍କା ନିବେଶ କରିବାକୁ ପଛାଇ ନଥିଲେ । ୬.୨ନିୟୁତ ଡଲାର ଅର୍ଥାତ୍ ୫୨ କୋଟି ଟଙ୍କା ପର୍ଯ୍ୟନ୍ତ ନିଲାମୀ କରାଯାଇଥିଲା ।
ପ୍ରକାଶ ଯେ, ଏହି ନିଲାମୀ କେବଳ ଗୋଟିଏ କଦଳୀ ପାଇଁ ନୁହେଁ ବରଂ ଏହା ଏକ ପ୍ରସିଦ୍ଧ ଆର୍ଟଓ୍ୱାର୍କ ପାଇଁ ନିଲାମୀ ଥିଲା । ଏହି ଆର୍ଟଓ୍ୱାର୍କରେ କାନ୍ଥରେ ଟେପ୍ ସାହାଯ୍ୟରେ ଏକ କଦଳୀ ଲଗାଯାଇଥିଲା । ଏହି ଡକ୍ ଟେପ୍ରେ ଲଗାଯାଇଥିବା କଦଳୀ ହେଉଛି ମରିଜିଓ କ୍ୟାଟେଲାନଙ୍କ ଆର୍ଟଓ୍ୱାର୍କ ‘କମେଡିଆନ୍’ । ଏହା ଏକ ପ୍ରସିଦ୍ଧ କଳାକୃତି ଭାବରେ ବିବେଚନା କରାଯାଏ ଏବଂ ନ୍ୟୁୟର୍କ ନିଲାମୀ ଇଭେଣ୍ଟରେ ଏହି କଦଳୀ ୬.୨ ନିୟୁତ ଆମେରିକୀୟ ଡଲାରରେ ବିକ୍ରି ହୋଇଥିଲା । କ୍ରେତା ୬.୨ ନିୟୁତ ଡଲାର ଅର୍ଥାତ୍ ୫୨ କୋଟି ଟଙ୍କା ଦେଇ ଏହାକୁ କିଣିଥିଲେ ।
କମେଡିଆନ ନାମକ ୨୦୧୯ର ଏହି ଆର୍ଟଓ୍ୱାର୍କର ତିନୋଟି ସଂସ୍କରଣ ଅଛି । ପୂର୍ବରୁ ୨୦୧୯ ମସିହାରେ ଇଟାଲିର ଜଣେ ଭିଜୁଆଲ୍ ଆର୍ଟିଷ୍ଟ ମୌରିଜିଓ କାଟେଲାନ୍ ପ୍ରଦର୍ଶନୀରେ ନିଲାମ କରିଥିବା ଏଭଳି କଦଳୀର ଦାମ୍ ଥିଲା ୧୨ ହଜାର ଡଲାର୍ । ତେବେ ପୁଣିଥରେ ଆମେରିକାର ନ୍ୟୁୟର୍କରେ ଏଭଳି କଦଳୀ ପ୍ରଦର୍ଶିତ ହେବା ସହ ନିଲାମ ହୋଇଛି ୬.୨୪ ମିଲିୟନ୍ ଡଲାର୍ ବା ପାଖାପାଖି ୫୨ କୋଟି ଟଙ୍କାରେ । ଏହାର ନିଲାମକାରୀ ହେଉଛନ୍ତି ଓଲିର୍ଭ ବାକର୍ର୍ । ଆଉ ଏହି ବିଶ୍ୱର ସବୁଠୁ ଦାମୀ କଦଳୀକୁ କିଣିଛନ୍ତି ଚୀନ୍ର ଜଣେ ଉଦ୍ୟୋଗୀ ଜଷ୍ଟିନ୍ ସନ୍ ।
ତେବେ ଭାରତରେ ବର୍ଷସାରା ସବୁବେଳେ କଦଳୀ ମିଳୁଥିବା ବେଳେ ବେଶ୍ ସୁଲଭ ମୂଲ୍ୟରେ ଏହା ବଜାରରେ ଉପଲବ୍ଧ ହୋଇଥାଏ । ଭାରତରେ ଦେଖିବାକୁ ଗଲେ ସବୁଠାରୁ ଦାମୀ କଦଳୀ ଗୋଟାକୁ ୧୦ରୁ ୨୦ ଟଙ୍କା ହୋଇପାରେ । କିନ୍ତୁ ଏତେ ଟଙ୍କାରେ କଦଳୀ ବିକ୍ରି ପରେ ଏହା ଚର୍ଚ୍ଚାକୁ ଆସିଛି ।