ଏଠାରେ ଗଧ କ୍ଷୀରରୁ ପ୍ରସ୍ତୁତ ହୋଇଥାଏ ଦୁନିଆର ସବୁଠାରୁ ମହଙ୍ଗା ପନିର, ଜାଣନ୍ତୁ କେତେ ରହିଛି ମୂଲ୍ୟ

କଣ ଆପଣ ଜାଣିଛନ୍ତି ଦୁନିଆର ସବୁଠାରୁ ମହଙ୍ଗା ପନିର କେଉଁଠାରେ ପ୍ରସ୍ତୁତ ହୋଇଥାଏ ? କିପରି ହୋଇଥାଏ ଏହା ପ୍ରସ୍ତୁତି ଏବଂ କେତେ ରହିଥାଏ ଏହାର ମୂଲ୍ୟ? ଆଜି ଆମେ ଆପଣଙ୍କ ମନରେ ଜାତ ହୋଇଥିବା ଏହି ପ୍ରଶ୍ନର ଉତ୍ତର ରଖିବାକୁ ଯାଉଛୁ। ଦୁନିଆର ସବୁଠାରୁ ମହଙ୍ଗା ପନିର ୟୁରେପିୟ ଦେଶ ସର୍ବିୟାର ଏକ ଫାର୍ମରେ ପ୍ରସ୍ତୁତ କରାଯାଇଥାଏ। ଯାହାର ମୂଲ୍ୟ କିଲୋଗ୍ରାମ ପ୍ରତି ରହିଥାଏ ୭୮ହଜାର ଟଙ୍କା। ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏହି ପନିର ଗାଇ କ୍ଷୀରରୁ ନୁହଁ ବରଂ ଗଧ କ୍ଷୀରରୁ ପ୍ରସ୍ତୁତ ହୋଇଥାଏ। ଆସନ୍ତୁ ଜାଣିବା ଦୁନିଆର ସବୁଠାରୁ ମହଙ୍ଗା ପନିର ବିଷୟରେ ..

donkey paneer

ଧଳା ରଙ୍ଗର ସ୍ବାଦିଷ୍ଟ ଫେ୍ଲବର ଯୁକ୍ତ ଏହି ପନିର ସର୍ବିୟାର ଏକ ଫାର୍ମରେ ଗଧ କ୍ଷୀରରୁ ପ୍ରସ୍ତୁତ ହୋଇଥାଏ। ଏହାକୁ ପ୍ରସ୍ତୁତ କରିବା କର୍ମଚାରୀଙ୍କ ଅନୁଯାୟୀ ଏହା ନା କେବଳ ସ୍ବାଦିଷ୍ଟ ବରଂ ଶରୀର ପାଇଁ ଲାଭକାରୀ ହୋଇଥାଏ।

ଉତ୍ତର ସର୍ବିୟାର ଏକ ପ୍ରାକୃତିକ ରିଜର୍ଭର ନାମ ଜେସାବିକା ଅଟେ। ଏଠାରେ ୨୦୦ରୁ ଅଧିକ ଗଧଙ୍କର ଲାଳନପାଳନ କରାଯାଇଥାଏ। ଏଠାରେ କ୍ଷୀର ଜାତୀୟ ବିଭିନ୍ନ ପଦାର୍ଥର ପ୍ରସ୍ତୁତି କରାଯାଇଥାଏ। ଏଠାରେ କାମ କରୁଥିବା କର୍ମଚାରୀଙ୍କ ଅନୁଯାୟୀ ଏହି ଗଧ ମାନଙ୍କ କ୍ଷୀରରେ ମା କ୍ଷୀର ସ୍ବରୁପ ପୋଷକ ରହିଥାଏ। କର୍ମଚାରୀଙ୍କ ଅନୁଯାୟୀ, ଏକ ମାନବଙ୍କୁ ଜନ୍ମର ପ୍ରଥମ ଦିନରୁ ହିଁ ଏହି କ୍ଷୀର ଦିଆଯାଇପାରିବ। ତାହା ମଧ୍ୟ ବିନା କୌଣସି ପାଣି ମିଶାଇ। ଏହା ପ୍ରାକୃତିର ଏକ ଖାସ ବରଦାନ। ଏହାର ସେବନ ଦ୍ବାରା ବିଭିନ୍ନ ରୋଗ ମଧ୍ୟ ଦୂର ହୋଇଥାଏ।

donkey chess

ଏହି କ୍ଷୀରର ବିଭିନ୍ନ ଲାଭ ପରେ ମଧ୍ୟ ଏନେଇ କୌଣସି ପ୍ରକାରର ରିସର୍ଚ୍ଚ ବର୍ତ୍ତମାନ ପର‌୍ୟ୍ୟନ୍ତ କରାଯାଇ ନାହିଁ। ତେବେ ୟୁନାଇଟେଡ ନେସନର ଜଣେ ରିସର୍ଚ୍ଚକର୍ତ୍ତା ଏହି କ୍ଷୀର ଏକ ଭଲ ବିକଳ୍ପ ବୋଲି ଘୋଷଣା କରିଥିଲେ। ଯେଉଁମାନଙ୍କୁ ଗାଇ କ୍ଷୀରରୁ ଆଲର୍ଜି ରହିଥାଏ ସେମନେ ଗଧ କ୍ଷୀରର ସେବନ କରିପାରିବେ।

food-drink-animal

ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଗଧ କ୍ଷୀର ପନିର ପ୍ରସ୍ତୁତ କରିବା ପାଇଁ ପାଖାପାଖି ଏକ ବର୍ଷ ଲାଗିଥାଏ। କାରଣ ଗଧ ଦିନକ ଏକ ଲିଟର କ୍ଷୀର ମଧ୍ୟ ଦେଇନଥାଏ। ଫଳରେ ମାତ୍ର ୬ ରୁ ୧୫ କିଲୋ ପନିର ଉତ୍ପଦାନ କରିବା ପାଇଁ କର୍ମଚାରୀଙ୍କୁ ପାଖାପାଖି ଏକବର୍ଷ ସମୟ ଲାଗିଥାଏ। ଏହା ଉତ୍ପାଦାନ କମ ହୋଇଥିବା କାରଣରୁ ଏହାର ବଜାରରେ ମୂଲ୍ୟ ଖୁବ ରହିଥାଏ। ତେବେ ଏହାକୁ କିଣିବା ମଧ୍ୟରେ ଅଧିକ ବିଦେଶୀ ଗ୍ରାହକ ରହିଛନ୍ତି। ତେବେ ଫାର୍ମର କର୍ମଚାରୀଙ୍କ ଅନୁଯାୟୀ ସେମାନେ ଗଧକ୍ଷୀରରୁ ମଦ, ସାବୁନ ଆଦିର ମଧ୍ୟ ଉତ୍ପାଦାନ କରନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.