୯୧ ବର୍ଷିୟ ବ୍ୟକ୍ତିଙ୍କ ଫିଟନେସର ଦିଓ୍ୱାନା ହେଲା ଦୁନିଆ , ‘ୱାଲ୍ଡସ ମୋଷ୍ଟ ଏକ୍ସଟ୍ରିମ୍ ଗ୍ରାଣ୍ଡ ପା’ ଟାଇଟେଲ୍ ଥିବା ଭିଡିଓ ହେଲା ଭାଇରାଲ୍

ଜୀବନରେ ଏକ ଲମ୍ବା ବୟସ ସହିତ ଭଲ ସ୍ବାସ୍ଥ୍ୟ ରହିବା ସବୁ ବ୍ୟକ୍ତିଙ୍କ ଇଚ୍ଛା । କିନ୍ତୁ ଆଧୁନିକ ଜୀବନଶୈଳୀକୁ ଦେଖିଲେ କମ୍ ବୟସରୁ ହିଁ ବହୁତ ରୋଗ ମାଡିବସୁଛି । କିନ୍ତୁ ୯୧ ବର୍ଷିୟ ଜନ୍ କାର୍ଟର ନିଜର ଫିଟନେସ୍ ଦ୍ବାରା ପୁରା ଦୁନିଆକୁ ଚକିତ କରିଦେଇଛନ୍ତି।
‘ୱାଲ୍ଡସ ମୋଷ୍ଟ ଏକ୍ସଟ୍ରିମ୍ ଗ୍ରାଣ୍ଡ ପା’ ଟାଇଟେଲ୍ ଦିଆଯାଇଥିବା ଏକ ଭିଡିଓ ବର୍ତ୍ତମାନ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । ଏହି ଭିଡିଓରେ ୯୧ ବର୍ଷିୟ ଜନ୍ କାର୍ଟରଙ୍କୁ ବିଭିନ୍ନ ପ୍ରକାରର ଫିଜିକାଲ ଆକ୍ଟିଭିଟି ଯେପରି ବାଇକିଂ, ସ୍ନୋଇଙ୍ଗ୍, ସୁଇମିଙ୍ଗ୍, ରେସ୍, ସ୍କୋରର ଗେମ୍ ଏବଂ ଡ୍ରାଇଭିଙ୍ଗ୍ କରୁଥିବାର ଦେଖିବାକୁ ମିଳିଛି। ଚକିତ କଥା ହେଉଛି କି ଏହି ୯୧ ବର୍ଷିୟ ଜନ୍ ବିନା ଥକାପଣରେ ଯୁବକମାନଙ୍କ ଭଳି ପୁରା ଜୋସରେ ଏସବୁ ଉତ୍ସାହର ସହିତ କରିଥାନ୍ତି ।
ଏକ ଇଣ୍ଟରଭ୍ୟୁରେ ଜନ୍ କହିଛନ୍ତି କି ‘’ମୁଁ ଯେଉଁ ପରିବାରରୁ ଆସିଛି, ସେଥିରେ ୧୪ ଜଣ ଛୁଆ ଥିଲେ , ଯାହା କାରଣରୁ ମୋ ପୁରା ପରିବାର ଅଧିକ ଆକ୍ଟିଭ୍ ଅଛି ‘’। ଏଠାରେ କହିରଖିବାକୁ ଚାହୁଁଛୁ ଯେ, ଏହି ୯୧ ବର୍ଷିୟ କାର୍ଟରଙ୍କ ଶରୀର ବିଲକୁଲ୍ ସୁସ୍ଥ ଅଛି । ସେ ନିଜର ପୁରା ଜୀବନରେ କେବେ ବି ମଦରେ ହାତ ମାରିନାହାନ୍ତି କି କେବେବି ସ୍ମୋକ୍ କରିନାହାନ୍ତି । ସେ ନିଜକୁ ୬୫ ରୁ ୭୦ ବର୍ଷ ହୋଇଥିବାର ଫିଲ୍ କରିଥିବା କହିଛନ୍ତି ।
କାର୍ଟର ବିଗତ ୪୦ ବର୍ଷ ହେବ ସିଲେଇ ଏବଂ କପଡା ବ୍ୟବସାୟ କରୁଛନ୍ତି । ନିଜ କ୍ଷେତ୍ରରେ ସେ ଭଲ ବ୍ୟବସାୟ କରିବା ସହ ଏଭଳି ଆକ୍ଟିଭିଟି ଜାରି ରଖିଥିଲେ । କିନ୍ତୁ ନିକଟରେ ଏକ ଭିଡିଓ ଭାଇରାଲ ହେବାପରେ ତାଙ୍କୁ ଏହା ଏକ ନୂଆ ପରିଚୟ ପ୍ରଦାନ କରିଛି । ତେବେ ଏହି ଭିଡିଓଟିକୁ ୧ ଲକ୍ଷରୁ ଅଧିକ ଜଣ ଦେଖିସାରିଥିବାବେଳେ ଏବେ ଲୋକେ ତାଙ୍କୁ ତାଙ୍କ ବ୍ୟବସାୟ ଠାରୁ ଅଧିକ ଭିଡିଓ ମାଧ୍ୟରେ ଜାଣୁଛନ୍ତି ।
କାର୍ଟର କହିଛନ୍ତି କି ଯେବେ ଲୋକେ ତାଙ୍କୁ ଫିଜିକାଲ୍ ଆକ୍ଟିଭିଟି କରୁଥିବାର ଦେଖନ୍ତି ସେତେବେଳେ ସେମାନେ ତାଙ୍କୁ ତାଙ୍କର ବୟସ କେତେ ବୋଲି ପଚାରନ୍ତି । ଯେଉଁ ପ୍ରଶ୍ନ ତାଙ୍କୁ ବହୁତ ଭଲଲାଗେ । ଏବଂ ସେ ଏହି କାର୍ୟ୍ୟ ତାଙ୍କ ଜୀବନ ଥିବା ଯାଏଁ କରିଚାଲିବେ । ସେ କହିଛନ୍ତି କି ସେ କେବେ ବୁଢା ହେବାକୁ ଚାହୁଁନାହାନ୍ତି ।
ଦେଖନ୍ତୁ ଏହି ଭିଡିଓ :