ଏହି ସାପର ବେକ କଟିଲା ପରେ ବି ଶତ୍ରୁ ଉପରେ ଆକ୍ରମଣ କରି ଜୀବନ ନେଇଯାଏ, ଜାଣନ୍ତୁ କିପରି

ଭାରତରେ ସାପ କାମୁଡାରେ ମୃତ୍ୟୁ ଘଟଣା ପ୍ରତିବର୍ଷ ସାମ୍ନାକୁ ଆସୁଛି। ତେବେ ଆଜି ଆମେ ଭାରତରେ ଥିବା ଏମିତି ଏକ ବିଷଧର ସାପ ସମ୍ପର୍କରେ କହିବୁ, ଯାହାର ପ୍ରକୃତି ବିଷୟରେ ହୁଏତ ଆପଣ ଜାଣି ନଥିବେ। ଯାହାର ବେକ ବା ଗଳା କଟିଲା ପରେ ବି ସେ ନିଜ ଶତ୍ରୁ ଉପରେ ଆକ୍ରମଣ କରିବାକୁ ଭୁଲି ନଥାଏ। ଶେଷ ଆକ୍ରମଣ ଏମିତି କରିଥାଏ ଯେ, ସଙ୍ଗେ ସଙ୍ଗେ ବ୍ୟକ୍ତିର ମୃତ୍ୟୁ ହୋଇଯାଏ।

ଦୁନିଆରେ କିଙ୍ଗ କୋବ୍ରାକୁ ସବୁଠୁ ବିଷଧର ସାପ ବୋଲି କୁହାଯାଏ। ଏହା ଭାରତରେ ଅନେକ ମାତ୍ରାରେ ରହିଛନ୍ତି। ଏହାର ଗୋଟିଏ ଦଂସନରେ ମାତ୍ର ୩୦ ମିନିଟ ଭିତରେ ବ୍ୟକ୍ତିର ମୃତ୍ୟୁ ହୋଇଯାଏ। ଏହାକୁ ଆମ ଦେଶ ଭାରତରେ ନାଗ ସାପ ବୋଲି କହିଥାନ୍ତି। କିଙ୍ଗ କୋବ୍ରା ଶରୀରରେ cardiotoxin ଓ synoptic neurotoxins ନାମକ ବିଷ ରହିଥାଏ। ଯେତେବେଳେ ଏହି ବିଷ ମଣିଷ ଦେହରେ ପ୍ରବେଶ କରେ ସେତେବେଳେ ନ୍ୟୁରୋ ସିଷ୍ଟମ କାମ କରିବା ବନ୍ଦ କରିଦିଏ। ଯାହା ଫଳରେ ମଣିଷର କେଇ ସେକେଣ୍ଡରେ ମୃତ୍ୟୁ ହୋଇଯାଏ । ଏହାର ବିଷର ପ୍ରଭାବ ଏତେ ଅଧିକ ଥାଏ ଯେ ମଣିଷର ଦୃଷ୍ଟି ଶକ୍ତି ଚାଲିଯାଏ। ଏହାର ଲମ୍ବା ଏକରୁ ଦେଢ଼ ମିଟର ହୋଇଥାଏ। ଏମାନଙ୍କ ପରିବାରରେ ୩୦୦ ପ୍ରକାରର ସାପ ରହିଛନ୍ତି। ଏମାନଙ୍କର ବିଷ ସିଧା ମଣିଷର ତନ୍ତ୍ରିକା ଉପରେ ପଡ଼ିଥାଏ। ଯାହା କାମ କରିବା ବନ୍ଦ କରିଦିଏ।

କିଛି ଦିନ ପୂର୍ବରୁ ଏକ ଘଟଣା ଭାଇରାଲ ହେଉଥିଲା। ଖବର ଟି ଥିଲା ସୁଦୂର ଚୀନ ଦେଶର। ସେଠାରେ ଜଣେ ରୋଷେୟା ବା ସେଫ୍‌ ଜିଅନ୍ତା କିଙ୍ଗ କୋବ୍ରା ସାପର ବେକକୁ କାଟି ସୁପ କରିବା ସମୟରେ ସାପ ଉଡ଼ି ଆସି ଆକ୍ରମଣ କରିଥିଲା। ଏହାପରେ ସେହି ବ୍ୟକ୍ତିର ଜୀବନ ଚାଲିଯାଇଥିଲା। ଏମିତି ବି ଶୁଣିବାକୁ ମିଳେ ଯେ, ମରିଯାଉଥିବା କିଙ୍ଗ କୋବ୍ରାର ଦଂସନ ଆହୁରି ବିପଦଜନକ ହୋଇଥାଏ। ଏଥିରେ ମଣିଷର ବଞ୍ଚିବା ଅସମ୍ଭବ। ତେବେ ଏହି ଘଟଣାରେ ସତ୍ୟତା କେତେ ଅଛି ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।

ତେବେ ସାପର କାମୁଡିବା ପ୍ରକୃତି ଦୁଇ ପ୍ରକାରର ହୋଇଥାଏ। ପ୍ରଥମକୁ ଡ୍ରାଏ ବାଇଟ ଦ୍ୱିତୀୟକୁ ଭେନୋମୋସ୍‌ ବାଇଟ କୁହାଯାଏ। ଏହି ଦୁଇଟି ରେ ବିଷ ସିଧା ବ୍ୟକ୍ତିର ଶରୀରରେ ପ୍ରବେଶ କରିଥାଏ। ତେବେ ଡାକ୍ତରଙ୍କ କହିବା ଅନୁଯାୟୀ ଡ୍ରାଏ ବାଇଟରେ ତୁରନ୍ତ ଚିକିତ୍ସା କଲେ ବ୍ୟକ୍ତି ବଞ୍ଚିବାର ସମ୍ଭାବନା ରହିଥାଏ।

You might also like