ସ୍ପେଶାଲ

ଆଜି ବିଶ୍ୱ ଜନସଂଖ୍ୟା ଦିବସ, ୨୦୫୬ ମସିହା ସୁଦ୍ଧା ୧୦୦୦ କୋଟି ପାର କରିଯାଇଥିବ ପୃଥିବୀ ପୃଷ୍ଠର ଲୋକସଂଖ୍ୟା

ପ୍ରତିବର୍ଷ ଜୁଲାଇ ମାସ ୧୧ ତାରିଖକୁ ବିଶ୍ୱ ଜନସଂଖ୍ୟା ଦିବସ ଭାବେ ପାଳନ କରାଯାଇଥାଏ । ଲୋକଙ୍କ ମଧ୍ୟରେ ଜନସଂଖ୍ୟା ବୃଦ୍ଧିକୁ ନେଇ ସଚେତନତା ସୃଷ୍ଟି କରିବା ହିଁ ଏହି ଦିବସ ପାଳନର ମୂଳ ଲକ୍ଷ । ଆଜକୁ ୩୧ ବର୍ଷ ତଳେ ୧୯୮୯ ମସିହା ଠାରୁ ଆଜିର ଦିନରେ “ବିଶ୍ୱ ଜନସଂଖ୍ୟା ଦିବସ” ପାଳନ ହୋଇ ଆସୁଛି । ଜନସଂଖ୍ୟା ଦ୍ରୁତ ଗତିରେ ୫୦୦ କୋଟି ପାର ହେବା ପରେ ବିକଶିତ ରାଷ୍ଟ୍ର ମାନଙ୍କର ଚିନ୍ତା ଏହାକୁ ନେଇ ବଢି ଯାଇଥିଲା । ଏଣୁ ପୃଥିବୀ ବାସୀଙ୍କ ମଧ୍ୟରେ ଏଦିଗ ପ୍ରତି ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଜୁଲାଇ ୧୧ ତାରିଖକୁ ବିଶ୍ୱ ଜନସଂଖ୍ୟା ଦିବସ ରୂପେ ପାଳନ କରିବାକୁ ନିର୍ଣ୍ଣୟ ନିଆ ଯାଇଥିଲା । ସଂଯୁକ୍ତ ରାଷ୍ଟ୍ର ବିକାଶ କାର‌୍ୟ୍ୟକ୍ରମ ବା ୟୁଏନଡ଼ିପି ଦ୍ୱାରା ଆୟୋଜିତ ଏକ ସାଧାରଣ ସଭାରେ ୧୯୮୯ ମସିହା ଠାରୁ ଆଜିର ଦିନରେ ଏହି ଦିବସ ପାଳନ କରାଯିବାକୁ ନିଷ୍ପତ୍ତି ହୋଇଥିଲା । ଗୋଟେ ପଟେ ଜନସଂଖ୍ୟା ବୃଦ୍ଧି ସହିତ କରୋନା ମହାମାରୀ ବିଶ୍ୱ ବାସୀଙ୍କ ମଧ୍ୟରେ ଏକ ପ୍ରକାର ଆତଙ୍କ ସୃଷ୍ଟି କରିଛି । ବର୍ତ୍ତମାନର କୋଭିଡ଼ ମହାମାରୀ ସମୟରେ “ମହିଳା ଓ କନ୍ୟା ସନ୍ତାନଙ୍କ ସ୍ୱାସ୍ଥ୍ୟ ଓ ଅଧିକାର ଗୁଡିକ ଉପରେ ପ୍ରାଧାନ୍ୟ ଦେବା”କୁ ବିଶ୍ୱ ଜନସଂଖ୍ୟା ଦିବସର ଥିମ ରଖା ଯାଇଛି ।

– ସଂଯୁକ୍ତ ରାଷ୍ଟ୍ର ମହାସଭା ବା ଯୁଏନ ସଂଗଠନ ତରଫରୁ ଅନୁମାନ ଲଗାଯାଇଛିକି, ୨୦୨୩ ମସିହା ସୁଦ୍ଧା ପୃଥିବୀ ପୃଷ୍ଠର ଜନସଂଖ୍ୟା ପ୍ରାୟ ୮୦୦ କୋଟି ପାର ହୋଇଯାଇଥିବ ଯେବେକି ୨୦୫୬ ମସିହା ସୁଦ୍ଧା ଏହି ସଂଖ୍ୟା ୧୦୦୦ କୋଟିରୁ ଅଧିକ ହୋଇଯିବାର ଆଶଙ୍କା ରହିଛି ।

– ବର୍ତ୍ତମାନ ସମୟରେ ଚୀନର ଲୋକ ସଂଖ୍ୟା ସର୍ବାଧିକ ରହିଛି । ଏହା ପଛକୁ ଅଛି ଆମ ଦେଶ ଭାରତ । ଆଉ ଏକ୍ଷେତ୍ରରେ ତୃତୀୟ ସ୍ଥାନରେ ଅଛି ଆମେରିକା । ଏକ ରିପୋର୍ଟ ଅନୁଯାୟୀ ବିଶ୍ୱର ସମୁଦାୟ ଜନସଂଖ୍ୟା ୭୭୭ କୋଟି ରହିଛି ।

– ଯୁଏନ ତରଫରୁ ଏହା ମଧ୍ୟ ସ୍ପଷ୍ଟ କରାଯାଇଛିକି, ୨୦୨୫ ରୁ ୨୦୩୦ ମଧ୍ୟରେ ଭାରତର ଜନସଂଖ୍ୟା ଚୀନକୁ ପାର କରି ଯାଇଥିବ । ବିଶେଷ କରି ଏହି ପାଞ୍ଚ ବର୍ଷ ମଧ୍ୟରେ ଦେଶର ଲୋକ ସଂଖ୍ୟା ୧୬୫ କୋଟିରୁ ଅଧିକ ହୋଇଯାଇଥିବା ନେଇ ଅନୁମାନ ଲଗାଯାଇଛି ।

– କହିରଖିବା ଉଚିତ ହେବକି, ସମୁଦାୟ ବିଶ୍ୱ ଜନସଂଖ୍ୟାର ଅଧା ସଂଖ୍ୟକ ମୁଖ୍ୟତଃ ୯ ଟି ଦେଶରେ ହିଁ ବସବାସ କରନ୍ତି । ଯୁଏନ ଦ୍ୱରା ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ ୨୦୧୭ ରୁ ୨୦୫୦ ଭିତରେ ଭାରତ, ନାଇଜେରିଆ, କଙ୍ଗୋ ରିପବ୍ଲିକ , ପାକିସ୍ତାନ, ଇଥିଓପିଆ, ସଂଯୁକ୍ତ ରାଜ୍ୟ ଆମେରିକା, ତାଞ୍ଜାନିଆ, ୟୁଗାଣ୍ଡା, ଇଣ୍ଡୋନେସିଆରେ ଜନସଂଖ୍ୟା ଦ୍ରୁତ ଗତିରେ ବଢି ଚାଲିଛି । ଯଦି ସଂଗଠନ ପକ୍ଷରୁ କରାଯାଇଥିବା ଅନୁମାନ ସତ ହୁଏ ତେବେ ଆଫ୍ରିକା ଲୋକସଂଖ୍ୟା ୨୦୫୦ ମସିହା ସୁଦ୍ଧା ଦୁଇ ଗୁଣା ହୋଇ ଯାଇଥିବ ।

– ନାଇଜେରିଆରେ ସବୁଠୁ ଅଧିକ ଦ୍ରୁତ ବେଗରେ ବଢିଚାଲିଛି ଲୋକ ସଂଖ୍ୟା । ୨୦୫୦ ପୂର୍ବରୁ ହିଁ ଏଠାକାର ଅଧିବାସୀଙ୍କ ସଂଖ୍ୟା ଆମେରିକା ଠାରୁ ଅଧିକ ହୋଇ ଯାଇଥିବ ।

– ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ, ଆସନ୍ତା ୩୦ ବର୍ଷ ମଧ୍ୟରେ ଭାରତର ଜନସଂଖ୍ୟା ୨୭.୩ କୋଟି ପର‌୍ୟ୍ୟନ୍ତ ବଢି ଯାଇଥିବ । ଯଦି ଏମିତି ସ୍ଥିତି ଲାଗିରହେ ତେବେ ଆଗକୁ ଦେଶକୁ ଗଭୀର ଆର୍ଥିକ ସଙ୍କଟର ସାମ୍ନା କରିବାକୁ ପଡିବ । ଦେଶରେ ଦାରିଦ୍ର‌୍ୟ, ବେରୋଜଗାରୀ ସମସ୍ୟା ବଢି ବଢି ଚାଲିବ । ଅପଯୁକ୍ତ ଖାଦ୍ୟ ନପାଇବାରୁ ଶିଶୁଙ୍କ ଠାରେ କୁପୋଷଣ, ମାତୃ ମୃତ୍ୟୁହାର ବି ବଢି ଚାଲିବ । ଉପଯୁକ୍ତ ଖାଦ୍ୟାଭାବ କାରଣରୁ ଅନେକ ଲୋକ ଜୀବନ ହାରିବେ । ସ୍ଥାନାଭାବ କାରଣରୁ ରହିବାକୁ ଜାଗା ମିଳିବନି । ଦେଶର ମେରୁଦଣ୍ଡ ଭାଙ୍ଗି ଭାଙ୍ଗି ଚାଲିବ । ବର୍ତ୍ତମାନ ସ୍ଥିତିକୁ ଦୃଷ୍ଟିରେ ରଖିଲେ ସମସ୍ତଙ୍କ ପାଇଁ ଏବେ ଗୋଟିଏ ମନ୍ତ୍ର “ଆମର ଦୁଇ ଆମର ଏକ” ହେବା ଉଚିତ

KNews Bureau

Recent Posts

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

33 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

47 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

1 hour ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

1 hour ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

1 hour ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

2 hours ago