ରେକର୍ଡ ପୁଣି ଏମିତି, ଯାହାକୁ ଜାଣି ଆପଣ ବି ହେବେ ଚକିତ

ବିୟର । ଏବେ ଅନେକଙ୍କର ପସନ୍ଦ । ବିଶେଷକରି ନୂଆନୂଆ ଟେଷ୍ଟ କରିବାକୁ ଚାହୁଁଥିବା ହୁଅନ୍ତୁ ଅଥବା ପିଲାଠୁବୁଢା ଏବେ ସମସ୍ତଙ୍କର ବିୟର ଏମିତି ପସନ୍ଦ ଯେମିତି ଏହା ଲାଇଫର ଏକ ପାର୍ଟ ହେବା ସହ ସମାନ ହୋଇଗଲାଣି । ଏବେ ତ ମହିଳାଙ୍କ କ୍ଷେତ୍ରରେ ବି ବିୟର ନେବା ଯେମିତି ସାଧାରଣ ହେଇଗଲାଣି । ବିୟରକୁ ସମସ୍ତେ ଲାଇଟ ଭାବରେ ଗ୍ରହଣ କରିଥାନ୍ତି । ଯେଉଁଥି ପାଇଁ ଅନେକ ବିୟରକୁ ବୋତଲ ବୋତଲ ମଧ୍ୟ ପିଇବାକୁ ପଛାନ୍ତି ନାହିଁ । କିନ୍ତୁ ତାର ଯେ ଏକ ସୀମା ରହିଛି ତାହା ଜାଣି ମଧ୍ୟ ରେକର୍ଡ ନିଶାରେ ଥାନ୍ତି କେତେକ । ନିଜ ନିଜ ମଧ୍ୟରେ ପ୍ରତିଯୋଗୀତା କରିବାକୁ ବି ପଛାନ୍ତି ନାହିଁ ।

ଏମିତି ବି ଦେଖାଯାଏ କେତେକଙ୍କର ୧୦ରୁ ୨୦ ବୋତଲ ଯାଇଛି । ହେଲେ ଏମିତି ଲୋକ ଅଛନ୍ତି ଯିଏ ୧୦୦ରୁ ଅଧିକ ବୋତଲ ପିଇ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି । ହଁ ଜଣେ ବ୍ୟକ୍ତି ଗୋଟିଏ ଥରରେ ୧୦୦ରୁ ଅଧିକ ବିୟର ପିଇଲେ । ଆଉ ସେହି ସମୟରେ ଜଣେ ଭଦ୍ରଲୋକ ଯିଏ କି ଦୁଇ ସେକେଣ୍ଡରୁ କମ ସମୟରେ ପୂରା ବୋତଲ ସମାପ୍ତ କରିଛନ୍ତି । ଏମିତିକି ଅନେକ ଲୋକେ ଅଛନ୍ତି ଯେଉଁମାନେ କି ବିୟର ସହ ଅନେକ କାରନାମା କରି ୱାର୍ଲଡ ରେକର୍ଡ କରିଛନ୍ତି । ବିଶ୍ୱ ରେକର୍ଡ କରିଥିବା ବ୍ୟକ୍ତିମାନଙ୍କ ବିଷୟରେ ଆପଣ ଜାମିବେ ଯେଉଁମାନେ କି ଏଭଳି କାରନାମା କରି ଏହି ସଫଳତା ହାସଲ କରିଛନ୍ତି । ଯାହାକୁ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଆପଣ ଚକିତ ହୋଇଯିବେ ଦୁନିଆରେ ଏମିତି ବି ଲୋକେ ରେକର୍ଡ କରୁଛନ୍ତି ।

ଏକ ରିପୋର୍ଟ ଅନୁଯାୟୀ ଜଣେ ଅଛନ୍ତି ଯିଏ କି ବିୟର ବୋତଲ ଖୋଲିବାରେ ବେଶ ପାରଦର୍ଶୀ । ଏହି ବ୍ୟକ୍ତି ଜଣକ ଭାରତର ଅଟନ୍ତି । କର୍ଣ୍ଣାଟକର ଚିକମାଗାଲୁରରେ ବାସିନ୍ଦା ମୁରଲୀ କେସୀଙ୍କ ନାମରେ ପରିଚିତ । ଯିଏ କି ଏହି ରେକର୍ଡ କରିଛନ୍ତି । ସେ ଦାନ୍ତରେ ଗୋଟିଏ ପରେ ଗୋଟିଏ ୬୮ଟି ବୋତଲର କ୍ୟାପ ଖୋଲିଥିଲେ । ଏବଂ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ସେ ଏହି କାର୍ଯ୍ୟକୁ ୧ମିନିଟରେ କରିଥିଲେ । ଯଦି କେହି ଆପଣଙ୍କୁ ଗୋଟିଏ ଜାଗାରୁ ଅନ୍ୟଜାଗାକୁ ବିୟର ଗ୍ଲାସ ନେବାକୁ କୁହନ୍ତି ତେବେ ହୁଏତ ଆପଣ ଦୁଇରୁ ଅଧିକ ହେଇ ହେଇ ୪ଗ୍ଲାସ କିମ୍ବା ୫ ନେଇପାକରିବେ । କିନ୍ତୁ ଗୋଟେ ଫେଷ୍ଟିଭାଲରେ ଜଣେ ବ୍ୟକ୍ତିଙ୍କର ସନ୍ତୁଳନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲା । କାରଣ ସେ ୨୭ ଗ୍ଲାସ ଉଟାଇ ନେଇଥିଲେ ୪୦ ମିଟର ୟାଏଁ । ଭାବନ୍ତୁ ସେ କିପରି ନେଇଥିବେ ।

ପ୍ରାୟତ ଯେଉଁଲୋକେ ଅଧିକ ପିଅନ୍ତି ତାଙ୍କୁ ଆମେ ଡେଲି ଡ୍ରଙ୍କର କହିଥାଉ । କିନ୍ତୁ ଆପଣ ଜାଣନ୍ତି କି ଜଣେ ବ୍ୟକ୍ତି ୧୨୦ରୁ ୧୫୦ ବୋତଲ ମଧ୍ୟ ପିଇଛନ୍ତି । ଆଉ ରେକ୍ରଡ କରିଛନ୍ତି । ହଁ ଏକ ସମୟରେ ୧୨୦ରୁ ଅଧିକ ବୋତଲ । ତାପରେ ବି ସେ ଉଠିଥିଲେ । ରିପୋର୍ଟ ଅନୁଯାୟୀ ଏହି ବ୍ୟକ୍ତିଙ୍କ ଉଚ୍ଚତା ୭.୪ଫୁଟ ଓ ଓଜନ ୨୪୦କିଗ୍ରା ତିଲା । ସେ ଏତେ ବିୟର ପିଅନ୍ତି ଯେ ୬ଘଣ୍ଟା ଣଦ୍ୟରେ ୪୧ଲିଟର ପିଇପାରିବାର କ୍ଷମତା ରଖନ୍ତି ।

ଲୋକେ ବିୟର ପିଅନ୍ତି ଏବଂ ସମୟ ନେଇ ପିଇଥାନ୍ତି । କିନ୍ତୁ ଷ୍ଟିଭେନ ପେଟ୍ରୋସିନୋ ଯିଏ କି ଜଣେ ଏମିତି ବ୍ୟକ୍ତି ଅଟନ୍ତି ଯାହା ଶୁଣିଲେ ଆପଣ ଭାବିବାକୁ ଲାଗିବେ । କାରଣ ସେ ଦ୍ରୁତତମ ବିୟର ପିଇବାରେ ରେକର୍ଡ କରିଛନ୍ତି । ସମୟ ମାତ୍ର ୧.୩ସେକେଣ୍ଡରେ ୧ଲିଟର ବିୟର ସମାପ୍ତ କରିଥିଲେ । ଯାହା ପ୍ରକୃତରେ ଆଶ୍ଚର୍ଯ୍ୟଜନକ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.