ଆଜି World Rose Day, ସମାଜରେ ସ୍ନେହ ଓ ପ୍ରେମର ବାର୍ତ୍ତା ବାଣ୍ଟିଥାଏ ଗୋଲାପ

ପ୍ରତିବର୍ଷ ସେପ୍ଟେମ୍ବର ମାସ ୨୨ ତାରିଖକୁ ବିଶ୍ୱ ଗୋଲାପ ଦିବସ ବା World Rose Day ଭାବରେ ପାଳନ କରାଯାଏ । ପ୍ରକୃତରେ ମେଲୀଣ୍ଡା ରୋଜ ନାମକ ଜଣେ ମହିଳାଙ୍କ ସମ୍ମାନାର୍ଥେ ହିଁ ଏହି ଦିବସଟି ପାଳିତ ହୋଇ ଆସୁଛି । ମେଲୀଣ୍ଡାଙ୍କୁ ଯେବେ ୧୨ ବର୍ଷ ବୟସ ହୋଇଥିଲା । ସେ ମାରାତ୍ମକ ରକ୍ତ କର୍କଟ ରୋଗରେ ପୀଡିତ ହୋଇଥିବା ନେଇ ଜଣାପଡିଥିଲା । ଏହି ରୋଗକୁ ମେଡିକାଲ ଭାଷାରେ “ଆସ୍କିନ ଟ୍ୟୁମର” ଭାବରେ ଜଣାଯାଏ । ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରୀ ଦଳ ତାଙ୍କୁ ମାତ୍ର କିଛି ସପ୍ତାହର ସମୟ ଦେଇଥିବା ବେଳେ ଦୃଢ ମନୋବଳ, ଆତ୍ମବିଶ୍ଵାସ ଓ ଜୀବନ ପ୍ରତି ଥିବା ଅତୁଟ ଭଲ ପାଇବା କାରଣରୁ ୬ ମାସ ଯାଏଁ ଜୀବିତ ରହି ପାରିଥିଲେ ମେଲୀଣ୍ଡା । ଖାଲି ସେତିକି ନୁହେଁ, ଏହି ସମୟ ମଧ୍ୟରେ ତାଙ୍କ ନିକଟସ୍ଥ ଅନ୍ୟ କ୍ୟାନ୍ସର ରୋଗୀ ମାନଙ୍କୁ ପତ୍ର, କବିତା, ଇ-ମେଲ ମାଧ୍ୟମରେ ରୋଗୀ ମାନଙ୍କୁ ଶୁଭେଚ୍ଛା ବାର୍ତ୍ତା ଆଦି ପଠାଇବା ସହ ସେମାନଙ୍କ ଯତ୍ନ ନେଇ ଆସୁଥିଲେ ।

rose new

ଯେମିତି ଏହି ନିତିଦିନିଆ କାମ ହିଁ ତାଙ୍କ ସ୍ୱଳ୍ପ ଜୀବନ କାଳର ଏକ ମାତ୍ର ଲକ୍ଷ ପାଲଟି ଯାଇଥିଲା । ମେଲୀଣ୍ଡାଙ୍କ ଏହି ଅସାଧାରଣ କାମ ସମାଜକୁ ଏକ ନୂତନ ସନ୍ଦେଶ ଦେଇଥିଲା । ଏହି କାରଣରୁ ହିଁ ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ବିଶ୍ୱ ଗୋଲାପ ଦିବସ ପାଳିତ ହୋଇ ଆସୁଛି । ସମାଜରେ ସ୍ନେହ, ପ୍ରେମ, ସହ ନୂତନ ଆଶା ସଂଚାର କରିବା ହିଁ ଏହି ଦିବସ ପାଳନର ମୂଳଲକ୍ଷ । ବିଶ୍ବବ୍ୟାପି ଗୋଲାପ ଫୁଲକୁ ସ୍ନେହ ଓ ପ୍ରେମର ପ୍ରତୀକ ଭାବେ ଧରାଯାଇଥାଏ । କ୍ୟାନ୍ସର ପରି ଏକ ମାରାତ୍ମକ ବ୍ୟାଧି ସହ ଲଢ଼ୁଥିବା ଜଣେ ରୋଗୀଙ୍କୁ ଏହି ଫୁଲ ଦେଲେ ଏହା ସେମାନଙ୍କ ମାନସିକ ଦୃଢ଼ତା ବୃଦ୍ଧି କରିବା ସହ ଜୀବନ ପ୍ରତି ନୂତନ ଆଶା ସଂଚାର କରିବ ବୋଲି ବିଶ୍ୱାସ କରାଯାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.