୯୨ ପିଲର ଖୁଣ୍ଟିରେ ତିଆରି ହେବ ଉମିିୟାଧାମ ମନ୍ଦିର, ବ୍ୟବହାର ହେବନି ଲୁହାକଣ୍ଟା

ଗୁଜୁରାଟରେ ଖୁବ ଶୀଘ୍ର ଉମିଆ ମାତାଙ୍କ ମନ୍ଦିର ନିର୍ମାଣ ହେବାକୁ ଯାଉଛି। ଉମିଆ ମାତା ହେଉଛନ୍ତି ଗୁଜୁରାଟର କଡ଼ବା ପାଟିଦାରୀ କୃଷକ ସମ୍ପ୍ରଦାୟର କୁଳଦେବୀ। ଉମିୟା ଧାମରେ ଏହି ମନ୍ଦିରଟି ତିଆରି ହେବାକୁ ଯାଉଛି। ଏହାକୁ ତିଆରି କରିବା ପାଇଁ ଖର୍ଚ୍ଚ ହେବ ମୋଟ ୧୫ ଶହ କୋଟି ଟଙ୍କା। ଭିଡ଼ିଓ କନଫରେନସିଂ ଜରିଆରେ ସରକାର ଏହାର ଶିଳାନ୍ୟାସ ସମାରୋହରେ ଯୋଗଦାନ କରିଥିଲେ। ଏହି ମନ୍ଦିରକୁ ନେଇ ରହିଛି ଅନେକ ବିଶେଷତ୍ୱ।

୭୪ ହଜାର ବର୍ଗମିଟର ଭୂମିରେ ମାତାଙ୍କର ଏହି ମନ୍ଦିର ତିଆରି ହେବାକୁ ଯାଉଛି। ମୁଖ୍ୟ ମନ୍ଦିର ସହିତ ଏକ ୧୩ ମହଲା ବିଶିଷ୍ଟ କୋଠା ତିଆରି କରାଯିବ। ମନ୍ଦିର ପାଖରେ ଥିବା ଏହି କୋଠାରେ ୪୦୦ ହଷ୍ଟେଲ ରୁମ ରହିବ। ଯେଉଁଥିରେ ପାଟୀଦାରି ସମାଜର ୟୁପିଏସସି ଏବଂ ଜିପିଏସସିକୁ ତିଆରି କରିବାର ସୁବିଧା ମିଳିବ। ଏହି ହଷ୍ଟେଲରେ ୧୨୦୦ ପୁଅ ଝିଅ ରହିବାର ସୁବିଧା ଦିଆଯିବ।

ଏହାସହ ଉମିୟା ଧାମରେ ଏକ ଓ୍ଵାଙ୍କୁଏଟ୍‌ ହଲ୍‌ ସହ ହସ୍ପିଟାଲର ସୁବିଧା ମଧ୍ୟ ରହିବ। ପାର୍କିଂ ପାଇଁ ମଧ୍ୟ ସ୍ଥାନ ରଖାଯିବ। ଯାହାଦ୍ୱାରା ଭକ୍ତଙ୍କୁ ନିଜ ଯାନ ରଖିବାର ଅସୁବିଧା ହେବ ନାହିଁ। ଏଥିରେ ୧୦୦୦ କାର୍‌ ଖୁବ ସହଜରେ ରହିଯିବ।

ମାତାଙ୍କର ଏହି ମନ୍ଦିର ୨୫୫ ଫୁଟ ଲମ୍ବା ଏବଂ ୧୬୦ ଫୁଟ ଚଉଡ଼ା। ଏହି ମନ୍ଦିରରେ ଭୂତଳରୁ କଳସ ପର୍ଯ୍ୟନ୍ତ ଉଚ୍ଚତା ୧୩୨ ଫୁଟ ରହିବ । ଏହାସହ ମହାପୀଠ ବା ପ୍ଲାଟ ଫର୍ମରେ ଉଚ୍ଚତା ୬ ଫୁଟ ରଖାଯିବ। ମନ୍ଦିର ପ୍ରାଙ୍ଗଣ ଭିତରେ ଭଗବାନଙ୍କ ମୂର୍ତ୍ତିର ଉଚ୍ଚତା ୨୨ଫୁଟ ରଖିବା ପାଇଁ ଯୋଜନା ହୋଇଛି।

ଏଥିରେ ମୋଟ ୯୨ ପିଲର ରହିବ। ଏହାକୁ ପ୍ରାଚୀନୁ ଶାସ୍ତ୍ର ଅନୁସାରେ ତିଆରି କରାଯିବ। ସବୁଠୁ ବଡ଼ କଥା ହେଉଛି ଏହି ମନ୍ଦିରରେ ଲୁହା କଣ୍ଟାର ବ୍ୟବହାର କରାଯିବ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.