ଆଜି ବିଶ୍ୱ ଜଳ ଦିବସ। ପ୍ରତିବର୍ଷ ମାର୍ଚ୍ଚ ୨୨ ତାରିଖକୁ ସାରା ବିଶ୍ୱରେ ଜଳ ଦିବସ ଭାବେ ପାଳନ କରାଯାଉଛି। ଏ ଅବସରରେ ବୁନ୍ଦା ବୁନ୍ଦା ଜଳ ସଂରକ୍ଷଣ କରିବାକୁ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ବୁଝାଯାଏ। ତେବେ ବର୍ତ୍ତମାନର କରୋନା ମହାମାରୀ ସ୍ଥିତିକୁ ମାତ୍ ଦେବାରେ ପାଣି ଆବଶ୍ୟକ ବୋଲି ପ୍ରମାଣିତ ହୋଇଛି। ଭାଇରସ ପ୍ରଭାବରୁ ନିଜକୁ ବଞ୍ଚାଇବା ପାଇଁ ବାରମ୍ବାର ହାତ ଧୋଇବାକୁ ଡାକ୍ତରମାନେ ପରାମର୍ଶ ଦେଉଛନ୍ତି। ଏହା ଦ୍ୱାରା ଭାଇରସ୍ ଶରୀର ସଂସ୍ପର୍ଶରେ ଆସିବ ନାହିଁ।
ବିଶେଷଜ୍ଞଙ୍କ କହିବାନୁସାରେ ବର୍ତ୍ତମାନ ପରିସ୍ଥିତିରେ ଜଣେ ବ୍ୟକ୍ତି ଦିନକୁ ହାତ ଧୋଇବାରେ ୨୦ ଲିଟର ପାଣି ଖର୍ଚ୍ଚ କରୁଛି। ତେବେ ଭବିଷ୍ୟତରେ ଏହାର ଔଷଧ ବାହାରିଲେ ମହାମାରୀ ପରିସ୍ଥିତି ଆଉ ରହିବନି ଏହା ସତ କିନ୍ତୁ ଯେତିକି ପାଣି ଖର୍ଚ୍ଚ ହୋଇଛି, ତାହାକୁ ପୁଣିଥରେ ସଂରକ୍ଷଣ କରିବାକୁ ବହୁ ବର୍ଷ ଲାଗିବ। ଏଣୁ ସରକାରଙ୍କୁ ପାଣି ସଂରକ୍ଷଣ ଉପରେ ବିଶେଷ ଧ୍ୟାନ ଦେବା ଆବଶ୍ୟକ, ଫଳରେ ଭବିଷ୍ୟତରେ ଯଦି କିଛି ଏଭଳି ପରିସ୍ଥିତି ଉପୁଜେ ତେବେ ଆମ ପାଖରେ ପର୍ଯ୍ୟାପ୍ତ ପରିମାଣରେ ଜଳ ରହିଥିବ।
ସ୍ୱାଧୀନତା ପରଠାରୁ ଦେଶରେ ସ୍ୱଚ୍ଛ ଜଳ ଯୋଗାଇବା ଏକ ଚ୍ୟାଲେଞ୍ଜ ପାଲଟିଛି। ନୀତି ଆୟୋଗର ରିପୋର୍ଟ ମୁତାବକ ଦୂଷିତ ଜଳ ଯୋଗୁ ପ୍ରତିବର୍ଷ ୧.୭୫ ଲକ୍ଷ ଲୋକଙ୍କ ପ୍ରାଣହାନୀ ଘଟୁଛି। କୌଣସି ମହାମାରୀ ବେଳେ ଲୋକଙ୍କୁ ଶୁଦ୍ଧ ଜଳ ନ ମିଳିବା ସେମାନଙ୍କୁ ମରଣ ମୁହଁକୁ ଠେଲିବା ସହ ସମାନ। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ(ଏନ୍ସିଆର୍ବି)ର ରିପୋର୍ଟ ମୁତାବକ ୨୦୧୭ ମସିହାରେ ପାଣିକୁ ନେଇ ଗଣ୍ଡଗୋଳ ଘଟଣାରେ ୪୩୨ଟି ମାମଲା ରୁଜୁ ହୋଇଥିଲା। ଏହି ମାମଲା ୨୦୧୮ରେ ବଢ଼ି ୮୩୮ରେ ପହଞ୍ଚିଥିଲା। ସେହି ସମୟରେ ଦେଶରେ ମୋଟ୍ ୯୨ଟି ହତ୍ୟା ହୋଇଥିଲା। ରିପୋର୍ଟରେ ଏହା ମଧ୍ୟ କୁହାଯାଇଥିଲା ଯେ ୨୦୩୦ ପର୍ଯ୍ୟନ୍ତ ଦେଶରେ ପାଣିର ଆବଶ୍ୟକତା ଉପଲବ୍ଧ ଥିବା ଜଳର ଉତ୍ସର ଦୁଇ ଗୁଣ ହେବ।
ସରକାରୀ ରିପୋର୍ଟ ଅନୁସାରେ ଆମ ଦେଶରେ ବର୍ଷାର ପରିମାଣ ଲଗାତାର ହ୍ରାସ ପାଇବାରେ ଲାଗିଛି। ବର୍ଷାଜଳର ମାତ୍ର ୧୫ ପ୍ରତିଶତ ହିଁ ଭାରତରେ ଉପଯୋଗ ହେଉଥିବା ବେଳେ ବାକି ଜଳ ସମୁଦ୍ରରେ ମିଶିଥାଏ। ଏହି ରିସର୍ଚ୍ଚ ମୁତାବକ ଯଦି ଆମେ ବର୍ଷା ଜଳର ମାତ୍ର ୫ ପ୍ରତିଶତ ସଂରକ୍ଷଣ କରିପାରିବା ତେବେ ଏକ ବିଲିୟନ୍ ଲୋକଙ୍କୁ ମୁଣ୍ଡ ପିଛା ପ୍ରତିଦିନ ୧୦୦ ଲିଟର ଜଳ ମିଳିପାରିବ। ଏଣୁ ବର୍ତ୍ତମାନ ସମୟରେ ସମସ୍ତେ ଜଳ ସଂରକ୍ଷଣ କରିବା ନିତାନ୍ତ ଆବଶ୍ୟକ।
ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…
ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…
ବାଲେଶ୍ଵର : ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…
ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…
ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…
ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…