୨୦୩୦ ସୁଦ୍ଧା ବିଶ୍ୱରେ ବର୍ଷକୁ ଦେଖାଦେବ ୫୬୦ ପ୍ରଳୟ, ୩୦ ପ୍ରତିଶତ ବଢ଼ିବ ମରୁଡି

ତାପମାତ୍ରାରେ ହେଉଥିବା ପରିବର୍ତ୍ତନ କାରଣରୁ ଖୁବଶୀଘ୍ର ବିଶ୍ୱରେ ଭୟଙ୍କର ପ୍ରଳୟ ଘଟିବାର ଆଶଙ୍କା ରହିଛି । ଯାହାକି ଉଭୟ ଜୀବନ ଓ ଜୀବିକା ଉପରେ ଭୟଙ୍କର ପ୍ରଭାବ ପକାଇବ । ସଦ୍ୟ ୟୁନାଇଟେଡ଼ ନେସନ ବା ଜାତିସଂଘ ପକ୍ଷରୁ ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ ନିକଟ ଭବିଷ୍ୟତରେ ପୃଥିବୀ ଆହୁରି ଅନେକ ଭୟଙ୍କର ପରିସ୍ଥିତିର ସାମ୍ନା କରିପାରେ । ରିପୋର୍ଟ ଅନୁଯାୟୀ ଯଦି ବର୍ତ୍ତମାନର ସ୍ଥିତିକୁ ଏବେ ଠାରୁ ନିୟନ୍ତ୍ରଣକୁ ନ ଅଣାଯାଏ ତେବେ ବିଶ୍ୱ ୨୦୩୦ ମସିହା ସୁଦ୍ଧା ବର୍ଷକୁ ପାଖାପାଖି ୫୬୦ ସଂଖ୍ୟକ ଭୟଙ୍କର ପ୍ରଳୟର ସାମ୍ନା କରିବାର ଆଶଙ୍କା ରହିଛି । ଯଦି ରେକର୍ଡ ଦେଖାଯାଏ ଯେବେକି ୨୦୧୫ ସୁଦ୍ଧା ଏହି ସଂଖ୍ୟା ବର୍ଷକୁ ୪୦୦ ଥିଲା । ରିପୋର୍ଟରୁ ଏହା ବି ଜଣା ଯାଇଛିକି ଏହି ପ୍ରଳୟ ଗୁଡିକ ମଧ୍ୟରୁ କେତେକ ପାଣିପାଗ ତଥା

ତାପମାତ୍ରା ସହିତ ସିଧାସଳଖ ଜଡିତ ହୋଇଥିବା ବେଳେ ଉଦାହରଣ ସ୍ୱରୂପ ଜଙ୍ଗଲରେ ଅକସ୍ମାତ ନିଆଁ ଲାଗିବା, ପ୍ରଳୟଙ୍କର ବନ୍ୟା ଆସିବା ଇତ୍ୟାଦି । ମହାମାରୀ ସହ ବିଭିନ୍ନ ପ୍ରକାର କେମିକାଲ ଜନିତ ଦୁର୍ଘଟଣା ହେବାର ବି ଆଶଙ୍କା ରହିଛି । ତାପମାତ୍ରା ବୃଦ୍ଧି ବି ପାଣିପାଗ ସହ ଜଡିତ ପ୍ରଳୟ ଗୁଡିକର ମାଗନିଚ୍ୟୁଟ, ଫ୍ରୀକ୍ୟୁଏନ୍ସି, ଅବଧି, ତାର ପ୍ରଳୟଙ୍କାରୀତାକୁ ବଢ଼ାଇ ଚାଲିଛି । ପ୍ରାକୃତିକ ବିପର୍ଯ୍ୟୟର ଏହା ପ୍ରମୁଖ କାରଣ ପାଲଟିବା ସହିତ ଉନ୍ନୟନ ମୂଳକ କାର୍ଯ୍ୟରେ ବାଧା ସୃଷ୍ଟି କରିବ । ଏକ ଵିଜ୍ଞାନ ସମ୍ବନ୍ଧୀୟ ରିପୋର୍ଟ ଅନୁଯାୟୀ, ୧୯୭୦
ରୁ ୨୦୦୦ ବର୍ଷ ମଧ୍ୟରେ ବିଶ୍ୱ ପାଖାପାଖି ୯୦ ରୁ ୧୦୦ ବଡ ଧରଣର ପ୍ରଳୟର ସାମ୍ନା କରିଥିବା ନେଇ ରେକର୍ଡ ହୋଇଛି ।

ଆଉ ଏକ ଚିନ୍ତାଜନକ ବିଷୟ ହେଉଛି ୨୦୩୦ ରେ ଯେଉଁ ପ୍ରଳୟ ହେବ ତାହା ପୂର୍ବ ପ୍ରଳୟ ଠାରୁ ପାଖାପାଖି ତିନି ଗୁଣା ଭୟଙ୍କର ହେବ । ଏହା ସହ ବିଶ୍ୱରେ ୩୦
ପ୍ରତିଶତ ଅଧିକ ମରୁଡି ଦେଖାଦେବ । ଆମେ ଖାଲି ପ୍ରାକୃତିକ ବିପର୍ଯ୍ୟୟକୁ ଦେଖିଲେ ହେବନି କରୋନା ମହାମାରୀ, ଅର୍ଥନୈତିକ ଦୁରବସ୍ଥା, ଖାଦ୍ୟାଭାବ ଆଦି ବି ପାଣିପାଗ ପରିବର୍ତ୍ତନ କାରଣରୁ ହିଁ ହେବ । ଏହାଛଡ଼ା ପାଣିପାଗରେ ପରିବର୍ତ୍ତନ ଦୈନନ୍ଦିନର ଅବସ୍ଥା ଉପରେ ମଧ୍ୟ ଅନେକ ପ୍ରଭାବ ପକାଇପାରେ । ବର୍ତ୍ତମାନ ସମୟରେ ମଣିଷ ନେଉଥିବା ବିଭିନ୍ନ ପଦକ୍ଷେପ ଯେମିତି ସ୍ୱାର୍ଥକୈନ୍ଦ୍ରିକ ହେବାରେ ଲାଗିଛି । ଯାହାକି ପ୍ରଳୟ ଘଟିବାର ଅନ୍ୟତମ ପ୍ରମୁଖ କାରଣ । ଦିନ କୁ ଦିନ ବଢୁଥିବା ଜନସଂଖ୍ୟା ବି ପ୍ରଳୟର ଅନ୍ୟତମ ପ୍ରମୁଖ କାରଣ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.