ଦୁନିଆର ଚାରଟି ଅଦ୍ଭୁତ ରେଷ୍ଟୁରାଣ୍ଟ, କେଉଁଠି ଗୁପ୍ତ ରାସ୍ତା ଦେଇ ଯିବାକୁ ପଡେ ତ ଆଉ କେଉଁଠି ବରଫ ଟେବୁଲରେ ଖାଇବାକୁ ପଡିଥାଏ…
ଆପଣମାନେ ଘରେ ବସି ବସି ବିରକ୍ତି ହୋଇଯାଉଥିଲେ ବାହାରକୁ ବୁଲିବାକୁ ଯାଇ ମୁଡ ଫ୍ରେଶ୍ କରିଥାନ୍ତି। କିଏ କାଫେ ଯାଇଥାଏ ତ କିଏ ରେଷ୍ଟୁରାଣ୍ଟ ଯାଇ ବିଭିନ୍ନ ପ୍ରକାର ଖାଦ୍ୟର ମଜା ନେଇଥାଏ। କେବେ ଭାବିଛନ୍ତି କି, ଆପଣ ଏଭଳି ଏକ ରେଷ୍ଟୁରାଣ୍ଟକୁ ଯିବେ ସେଠାରେ ଆପଣଙ୍କୁ ଏକ ଅନ୍ଧକାର ଘରେ ବସାଇ ବରଫ ଟେବୁଲ ଉପରେ ଖାଦ୍ୟ ପରଷା ଯିବ। ତେବେ ଆପଣଙ୍କ କ’ଣ ଅନୁଭବ ରହିବ। ଦୁନିଆରେ ଏପରି କେତେକ ଅଜବ ରେଷ୍ଟୁରାଣ୍ଟ ରହିଛି, ଯାହାର ଥିମ୍ ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ।
ଦ ୟର୍ଟ (ୟୁଏସ୍ଏ):
ଯଦି ଆପଣ ଟ୍ରାକିଂ ଏବଂ ଆଡଭେଞ୍ଚର ଭ୍ରମଣ କରିବା ପାଇଁ ସୌକିନ ଅଛନ୍ତି ତେବେ ଆପଣଙ୍କ ପାଇଁ ଏହି ରେଷ୍ଟୁରାଣ୍ଟ ବେଶ୍ ଉପଯୋଗୀ । ଆମେରିକାରେ ଥିବା ଏହି ରେଷ୍ଟୁରାଣ୍ଟରେ ପହଞ୍ଚିବା ପାଇଁ ଆପଣଙ୍କୁ ଘନ ଜଙ୍ଗଲ ଦେଇ ଯିବାକୁ ପଡିବ। ଯେଉଁ ଲୋକ ଏହି ରେଷ୍ଟୁରାଣ୍ଟକୁ ଖାଇବାକୁ ଯାଇଥାନ୍ତି, ସେଫ୍ ସେମାନଙ୍କ ଆଖିସାମ୍ନାରେ ଚାରି ପ୍ରକାର ଖାଦ୍ୟ ପ୍ରସ୍ତୁତ କରିଥାଏ। ଏଠାରେ ଏକା ସହିତ ୨୪ ଜଣ ବସି ଖାଦ୍ୟ ଖାଇପାରିବେ।
ଅଲଟ୍ରାଭାଓଲେଟ, ଚୀନ :
ଏହା ଚୀନରେ ସାଙ୍ଘାଇ ସ୍ଥିତ ଏକ ରହସମୟ ବିଲିଡିଂ। ଯାହାର ପତ୍ତା କାହାକୁ ମଧ୍ୟ ନଥାଏ। ଏଠାରେ ପ୍ରତି ଦିନ ସନ୍ଧ୍ୟାରେ ୧୦ ଜଣ ଅତିଥିଙ୍କ ପାଇଁ ୨୦ଟି କୋର୍ସ ମେନ୍ୟୁ ରହିଥାଏ। ଯେଉଁ ଲୋକ ଏହି ରେଷ୍ଟୁରାଣ୍ଟ ଯିବାକୁ ଚାହାନ୍ତି ସେମାନଙ୍କୁ ଏକ ନିର୍ଦ୍ଧାରିତ ସ୍ଥାନକୁ ଡକାଯାଏ। ପରେ ସେମାନଙ୍କୁ ଏକ ଗୁପ୍ତ ରାସ୍ତା ଦେଇ ରେଷ୍ଟୁରାଣ୍ଟକୁ ନିଆଯାଏ। ଏଠାକୁ ଖାଇବାକୁ ଯିବାକୁହେଲେ ଚାରି ମାସ ପୂର୍ବରୁ ବୁକିଂ କରିବାକୁ ପଡିଥାଏ।
ଓପେକ, ୟୁଏସ୍ଏ :
ଡାର୍କ ଡାଇନିଂ ପ୍ରଥମେ ୟୁରୋପରେ ଆରମ୍ଭ ହୋଇଥିଲା। କିନ୍ତୁ ଏହା ପରେ ଆମେରିକାକୁ ପହଞ୍ଚିଥିଲା। ଏହି ରେଷ୍ଟୁରାଣ୍ଟକୁ ଆସୁଥିବା ଲୋକ ଅନ୍ଧାରରେ ଖାଦ୍ୟ ଖାଇଥାନ୍ତି।
ଚିଲଆଉଟ୍ ଆଇସ ଲାଉଞ୍ଜ, ଦୁବାଇ :
ଯଦି ଆପଣ ବରଫ ଭଲ ଲାଗିଥାଏ, ଆପଣଙ୍କ ପାଇଁ ଏହି ସ୍ଥାନ ସର୍ବଶ୍ରେଷ୍ଠ। ଏଠାରେ ଫର୍ଣ୍ଣିଚର ସଜା ଠାରୁ ସବୁ ଜିନିଷ ବରଫରେ ନିର୍ମିତ। ଯଦି ଆପଣଙ୍କୁ ଅଧିକ ଥଣ୍ଡା ଲାଗିଥାଏ ତେବେ ଆପଣ ମେଣ୍ଢା ଲୋମରେ ପ୍ରସ୍ତୁତ ଜ୍ୟାକେଟ ପିନ୍ଧିପାରିବେ।