ବିଶ୍ବର ୫ ମହଙ୍ଗା ପାଣି : ଯାହାକୁ କିଣିବା ପାଇଁ ସାଧାରଣ ଲୋକଙ୍କୁ କରିବାକୁ ପଡିବ ଲୋନ୍

ଜଳ ହିଁ ଜୀବନ, ଛୁଆ ବେଳେ ଆମେ ସମସ୍ତେ ସ୍କୁଲରେ ପଢିଛେ । ଏବଂ ଏହା ହିଁ ସତ୍ୟ ବୋଲି ଆମେ ସମସ୍ତେ ଜାଣିଛେ । ଗୋଟେ ମଣିଷ ଖାଦ୍ୟ ବିନା ୪ ରୁ ୫ ଦିନ ବଂଚି ଯାଇପାରେ କିନ୍ତୁ ପାଣି ବିନା ଗୋଟେ ଦିନ ବଂଚିବା ଅସମ୍ଭବ । ମନୁଷ୍ୟର ବଂଚିବାର ଅସଲ କାରଣ ଖାଦ୍ୟ, ଜଳ ଓ ପବନ । କିନ୍ତୁ କିଛି ଜିନିଷ ଏତେ ମହଙ୍ଗା ହୋଇଥାଏ ଯେ ସାଧାରଣ ଲୋକଙ୍କ ପାଇଁ କିଣିବା କଷ୍ଟକର ହୋଇଥାଏ । ଆଜି ଆମେ ଆପଣଙ୍କୁ ଦୁନିଆର ସବୁଠୁ ଦାମୀ ପାଣି ବିଷୟରେ ଜଣାଇବୁ ।

କ’ଣ ଖାସ କଥା ଅଛି ଦାମୀ ପାଣିରେ ?
ସବୁଠାରୁ ମହଙ୍ଗା ପାଣିର ଖାସ୍ କଥା ହେଉଛି ତା’ର ଦାମ୍ । ଏହି ପାଣି ବିଷୟରେ କୌଣସି ସାଧାରଣ ବର୍ଗର ଲୋକ କ‘ଣ ଧନୀ ଲୋକଙ୍କୁ ବି ଜଣା ନାହିଁ, କାହିଁକି ନା ଏହି ପାଣିର ଦାମ୍ ବହୁତ୍ ।

 Acqua di Cristallo Tributo a Modigliani :

bottle

କ’ଣ ଆପଣ ଏହି ପାଣିର ନାଁ ସହଜରେ ନେଇ ଗଲେ । ଏହି ପାଣିର ନାଁ ଯେତିକି ଭୟଙ୍କର୍ ଏହାର ଦାମ୍ ମଧ୍ୟ ତାଠୁ ଅଧିକ ଭୟଙ୍କର୍ । ଏହି ପାଣି ଦୁନିଆର ସବୁଠାରୁ ମହଙ୍ଗା ପାଣି ଅଟେ । ଏହି ପାଣିର ବୋତଲ୍ ସୁନାରେ ତିଆରି ହୋଇଥାଏ । ଏକ ସାଧାରଣ ବ୍ୟକ୍ତି ଏ ପାଣି ପିଇବା ବିଷୟରେ ଭାବି ବି ପାରିବେ ନାହିଁ କାହିଁକି ନା ଏ ପାଣିର ଦାମ୍ ହେଉଛି ୪୦ ଲକ୍ଷ୍ୟ ୮୦ ହଜାର ଟଙ୍କା ଯାହାକୁ ଧନୀ ଲୋକ ବି ପିଇବା ପୂର୍ବରୁ ଭାବି ବାକୁ ବାଧ୍ୟ ହେବେ ।

Kona Nigari Water :

kona

ଏହି ପାଣି ଜାପାନରେ ପ୍ରସ୍ତୁତ କରାଯାଏ ଓ ଏହାକୁ ତିଆରି କରୁଥିବା ଲୋକ ମାନେ କୁହନ୍ତି କି ଏହି ପାଣି ପିଇବା ଦ୍ବାରା ଶରୀରର ଓଜନ କମିଥାଏ । ଏହି ସମୁଦ୍ରରୁ ଅଣାଯାଇ ଏଥିରୁ ଲବଣ ଅଂଶ ଅଲଗା କରାଯାଏ ପ୍ରସ୍ତୁତ କରାଯାଏ । ଏହି ପାଣି ବୋତଲର ଦାମ୍ ୨୬,୦୦୦ ଟଙ୍କା । ଏମିତି ବହୁତ ଧନୀ ଲୋକ ଅଛନ୍ତି ଯେଉଁ ମାନେ ଏହି ପାଣି ସବୁ ଦିନ ପିଇଥାନ୍ତି ।

Fillico Water :

fillicoଏହି ପାଣି ବୋତଲ ପଶାପାଲିର ଗୋଟି ପରି ତିଆରି ହୋଇଥାଏ । ଯାହାର ସୁନ୍ଦରତା ଆପଣଙ୍କୁ ବହୁତ ଆକର୍ଷିତ କରିଥାଏ । ଏହି ପାଣି ବୋତଲଟିକୁ ଥରେ ଦେଖିଲା ପରେ ଏହାକୁ କିଣି ବାକୁ ଇଛା କରିବେ । ଏହି ବୋତଲର ଦାମ୍ ୧୪,୧୨୮ ଟଙ୍କା ।

Bling H2O Water :

bottle

ଏହି ବୋତଲର ଖାସ୍ କଥା ହେଉଛି ଏଥିରେ ନଟସରେ ପ୍ରସ୍ତୁତ ଓ ଏହି ପାଣି ପିଇବା ଦ୍ବାରା ଶରୀର ସୁସ୍ଥ ରହିଥାଏ । ଏହି ପାଣି ବୋତଲକୁ ସାମ୍ପେନ୍ ଭଳି ଖୋଲାଯାଏ । ଏହାର ଦାମ୍ ୨୭୦୦ ଟଙ୍କା ।

VIN WATER :

bottle

ଏହି ପାଣିର ସୁଧତା ପରି ଆପଣଙ୍କୁ ଆଉ କୌଣସି ପାଣିରୁ ପାଇବେ ନାହିଁ । ଏହି ପାଣିର ବୋତଲ ଫିନ୍ ଲ୍ୟାଣ୍ଡରୁ ଅଣାଯାଏ । ଏହି ପାଣିକୁ ଧରିତ୍ରୀର ସବୁ ଠାରୁ ସୁଧ ପାଣି ରୂପେ ଗ୍ରହଣ କରାଯାଏ । ଏହି ପାଣିରେ ଶୋଷ ମେଣ୍ଟେଇବାର କ୍ଷମତା ଅଧିକ ଥାଏ । ଏହି ବୋତଲଟିର ଦାମ୍ ୧୫୦୦ ଟଙ୍କା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.