Categories: ସ୍ପେଶାଲ

ଦୂନିଆର ସବୁଠାରୁ ଅଦ୍ଭୁତ ଜିଅନ୍ତା ପୋଲ, କେଉଁଠାରେ ଜାଣନ୍ତୁ

ଦୂନିଆରେ ଏମିତ କିଛି ବ୍ରିଜ୍ ଅଛି ଯାହା ସମସ୍ତଙ୍କୁ ଆଚମ୍ବିତ କରିଥାଏ,ସେହି ବ୍ରିଜ୍ ଗୁଡିକ ମନୁଷ୍ୟକୃତ ହୋଇଥାଏ । ହେଲେ ଏମିତି କିଛି ବ୍ରିଜ୍ ଆପଣ ଦେଖିନଥିବେ ଯାହା ପ୍ରକୃତି ତିଆରି କରିଛି ତାହା ପୁଣି ଅନ୍ୟ କେଉଁ ଜାଗା ନୁହେଁ ବରଂ ଭାରତର ମେଘାଳୟରେ ଦେଖିବାକୁ ମିଳିଛି। ଏହି ବ୍ରିଜ୍ ଗୁଡିକ କେଉଁ ଇଂଜିନିୟର ଗଢି ନାହିଁ । ଏହା ଏକ ପ୍ରକାର ଗଛର ଚେରରୁ ଛନ୍ଦିହୋଇ ତିଆରି ହୋଇଛି  ଓ ଏହି ଗଛର ନାମ  ଫିକୁସ୍ ଇଲାଷ୍ଟିକା।

ଏହି ଗଛର ଚେରଗୁଡିକ ଶାଖା ଚେର ଉତ୍ପନ୍ନ କରି ଛନ୍ଦି ହୋଇ ଲମ୍ବା ହୋଇଯାଇଥାଏ, ଯାହା ଫଳରେ ଏହା ଏକ ସେତୁ ରୂପରେ ପରିଣତ ହୋଇଯାଇଥାଏ। ଏମିତି ଅନେକ ଲିଭିଙ୍ଗ ରୁଟ ବ୍ରିଜ୍ ରହଛି ଯାହାର ଲମ୍ବ ପାଖାପାଖି ୧୦୦ଫୁଟ ପର୍ଯ୍ୟନ୍ତ  ରହିଛି।

ଏକାଥରେ ୫୦ ଲୋକଙ୍କ ଭାରସାମ୍ୟକୁ ସହ୍ୟ କରିପାରେ ଏହି ବ୍ରିଜ୍

ଏହି ଗଛଗୁଡିକ ରବର ଗଛ ପ୍ରଜାତିର ହୋଇଥିବାରୁ ମେଘାଳୟର ପୁର୍ବତଟ ଅଞ୍ଚଳର ଲୋକମାନେ ଏହି ଗଛର ଚେରଗୁଡିକୁ ନଦୀ କୁଳରେ ଲଗାଇଥାନ୍ତି। ଯାହା ଫଳରେ ଚେରରୁ ଗଜା ବାହାରି ନଦୀ ଉପରେ ଛନ୍ଦା ଛନ୍ଦି ହୋଇ ବ୍ରିଜ୍ ସ୍‌ଷ୍ଟି ହୋଇଥାଏ ଓ ବର୍ଷାଦିନେ ଏହା ପୋଲି ଭଳି ଲୋକଙ୍କ ଯାତାୟତରେ ସାହାଯ୍ୟ କରେ।ଏହି ଚେର ଗୁଡିକ ଏତେ ମଜବୁତ ଯେ, ଏହା  ୫୦ ଲୋକଙ୍କ ଭାରସାମ୍ୟକୁ ମଧ୍ୟ ସହ୍ୟ କରିପାରେ।

ଏହି ଗଛର ଚେରରୁ ପୋଲ ନିର୍ମାଣ ହେବା ପାଇଁ ପାଖାପାଖି ୧୦ରୁ ୧୫ ବର୍ଷ ସମୟ ନେଇଥାଏ। ଏହି ଚେର ଗୁଡିକ ଜୀବନ୍ତ ଥାଏ ଓ ଶଖା ବିସ୍ତା   ର କରି ପୋଲକୁ ମଜବୁତ କରିଥାଏ। ପୋଲ ଉପରେ ମାଟି ସହିତ ପଥରକୁ ମଧ୍ୟ ରଖିଥାନ୍ତି ଲୋକମାନେ। କାରଣ ବର୍ଷାଦିନେ ମାଟିରେ ଗୋଡ ଖସିବାର ଯଥେଷ୍ଟ ସମ୍ଭାବନା ଥାଏ ସେଥିପାଇଁ ପଥରକୁ ରଖାଥାନ୍ତି ଯାହା ମାଧ୍ୟମରେ ସହଜରେ ପୋଲ ପାର କରିହେବ।

ପ୍ରତିବର୍ଷ ଲଗିଥାଏ ପର୍ଯ୍ୟଟକଙ୍କ ଭିଡ

ଏହି ଲିଭିଙ୍ଗ ବ୍ରିଜକୁ ଦେଖିବା ପାଇଁ ଦୂନିଆର ବିଭିନ୍ନ ପ୍ରାନ୍ତରରୁ ପର୍ଯ୍ୟଟକଙ୍କ ସମାଗମ ହୋଇଥାଏ ଓ ଏହାର ଅଦ୍ଭୁତ ସଂରଚନା ଦେଖି ଅନେକ ବିସ୍ମିତ ମଧ୍ୟ ହୋଇଥାନ୍ତି । ଯେହେତୁ ସାରା ପୃଥିବୀରେ ଏହି ଜାଗା ବିରଳ ତେଣୁ ପର୍ଯ୍ୟଟକ ମାନେ ଏଠାକୁ ବୁଲି ଆସିବା ପାଇଁ ଆଗ୍ରହ ପ୍ରକାଶ କରିଥାନ୍ତି।

Sasmita

Recent Posts

ଫିଲ୍ମ ‘କଲ୍‌କୀ 2898 AD’ର ଆଡଭାନ୍ସ ବୁକିଂ, ଫ୍ୟାନ୍ସଙ୍କ ମଧ୍ୟରେ ଦେଖିବାକୁ ମିଳିଲା ଭିନ୍ନ କ୍ରେଜ୍

ଫ୍ୟାନ୍ସ ଉତ୍ସାହର ସହିତ ପ୍ରଭାସଙ୍କ ଫିଲ୍ମ ‘କଲ୍‌କୀ 2898 AD’କୁ ଅପେକ୍ଷା କରିଛନ୍ତି । ଏହି ଫିଲ୍ମଟି ଜୁନ୍ ୨୭ରେ…

5 mins ago

ପୋଲିସ ବାବୁଙ୍କୁ ମହଙ୍ଗା ପଡିଗଲା ପରକୀୟା ପ୍ରେମ, ପ୍ରମୋସନ ହେବା ବଦଳରେ ହେଲା ଡିମୋସନ୍‌

ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା ପରକୀୟା ପ୍ରେମ । ପ୍ରେମ କରି ଫସିଲେ ପୋଲିସ ବାବୁ। ହୋଟେଲ ରୁମ୍‌ରୁ ପ୍ରେମିକା…

7 mins ago

ଜେପି ନଡ୍ଡାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ରାଜ୍ୟସଭାରେ ସଦନର ନେତା ନିଯୁକ୍ତ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…

25 mins ago

ଥାନାରେ ମାଳ ଅଦଳ ବଦଳ କରି ସିନ୍ଦୁର ପିନ୍ଧିଲେ ଯୁବତୀ, ପ୍ରେମିକ ହାତରେ କାଟିଲେ କେକ୍‌

ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍‌ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…

50 mins ago

ଜଣକ ପରେ ଜଣକୁ ନିଜ କବ୍ଜାକୁ ନେଉଛି ଡିପଥେରିଆ, ଏବେ ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ

ଲକ୍ଷ୍ମୀପୁର : ଏବେ ମୃତ୍ୟୁର ତାଣ୍ଡବ ଖେଳି ଚାଲିଛି ଡିଫଥେରିଆ । ଏହି ରୋଗ ଜଣକ ପରେ ଜଣକୁ ନିଜ…

54 mins ago

ବ୍ରିଜ ଉପରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଜଳେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦକ୍ଷିଣ ପୂର୍ବ ରେଳପଥର ନୂଆଗାଁ ରୋଡ଼ ରେଳଷ୍ଟେସନ ମଧ୍ୟ ସ୍ଥଳ…

57 mins ago