Categories: ସ୍ପେଶାଲ

ଏମିତି ଗଛ ଦେଖିଛନ୍ତି କି ଯାହା ଶରୀରରେ ରହିଛି ବାର, ସୁଡଙ୍ଗ ଓ ଜେଲ୍‌ ? ଜାଣନ୍ତୁ ଏହି ଅଦ୍ଭୁତ ଗଛ ସମ୍ପର୍କରେ

ଆପଣ କେବେ ଗଛ ଭିତରେ ବାର୍‌, ସୁଡ଼ଙ୍ଗ ଓ ଜେଲ ଥିବାର ଦୃଶ୍ୟ ଦେଖିଛନ୍ତି କି ? ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି ନା ?  ହେଲେ ଏହା ସତ୍ୟ ।  ଦୁନିଆରେ ଏମିତି ୮ ପ୍ରକାର ଅଜବ ଗଛ ଅଛି ଯାହା ଆଜି ପର୍ଯ୍ୟନ୍ତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ରଖିଛି ତେବେ ଆସନ୍ତୁ ଜାଣିବା ଏହି ୮ଟି ଗଛ ସମ୍ପର୍କରେ ।     ଆମେରିକାର ୟେସୋମାଇଟ ଗଛ ତଳେ ଏକ ସୁଡଙ୍ଗ ତିଆରି ହୋଇଥିଲା । ତେବେ ପରବର୍ତ୍ତୀ କାଳରେ ଅର୍ଥାତ ୧୯୬୯ରେ ବହୁ ମାତ୍ରାରେ ବରଫ ବର୍ଷା କାରଣରୁ ଗଛଟି ପଡି ଯାଇଥିଲା । କିନ୍ତୁ ଏବେ ଅନେକ ଜୀବଜନ୍ତୁ ଏହି ସୁଡଙ୍ଗକୁ ନିଜର ଘର କରିଦେଇଛନ୍ତି ।

ଦକ୍ଷିଣ ଆଫ୍ରିକାର  ମୋଡଜାଡଜିସକୁଲୁଫ ଅଞ୍ଚଳରେ ଏହି ଗଛଟି ଅଛି ଯାହା ଉଚ୍ଚତା ୭୨ ଫୁଟ ଓ ଗୋଲେଇ ୧୫୫ ଫୁଟ ମୋଟ  ଅଟେ । ୧୯୯୩ରେ ଏହାର ଶରୀର ଭିତରେ ଏକ ବାର ଖୋଲା ଯାଇଥିଲା । ଯାହା ଅରାମ୍ଭରୁ ୧୫-୨୦ ଲୋକ ବସି ପାରୁଥିଲେ, ଏବେ ୬୦ ଲୋକ ସେଠାରେ ବସି ପାରୁଛନ୍ତି ।
ଉତ୍ତର ପଶ୍ଚିମ ଅଫ୍ରିକାର କୈନରି ଦ୍ୱୀପରେ ଏହି ଗଛ ଦେଖାଯାଏ । ଲୋକ ମତ ଅନୁସାରେ ଏକ ଡ୍ରାଗନ ଥଲା ଯିଏ ମରିବା ପରେ ଏହି ଗଛ ହୋଇଯାଇଛି । ଯେତେବେଳେ ଏହାର ଛାଲ ଛଡେଇ ଦିଆଯାଏ ତେବେ ଗଛଟିରୁ ରକ୍ତର ରଙ୍ଗ ଭଳି ରସ ବାହାରି ଥାଏ । ଏଥି ପାଇଁ ଏହାକୁ ଡ୍ରାଗନ ଓ୍ଵାର୍ଲ୍ଡ ଟ୍ରୀ ବୋଲି କୁହାଯାଏ । ବର୍ଷ ବର୍ଷ ଧରି ଗୁଆଁଚ ଦ୍ୱୀପର ଲୋକେ ଏହି ଗଛର ରସକୁ ମମ୍ମିରେ  ବ୍ୟବହାର କରୁଥିଲେ । କିନ୍ତୁ ଏବେ ଏହାର ରସକୁ ରଙ୍ଗ ଓ ଔଷଧ ପାଇଁ ବ୍ୟବହାର କରାଯାଉଛି ।

କାମ୍ବୋଡିଆର ଏକ ପ୍ରାଚୀନ ମନ୍ଦିର ଉପରେ ଏହି ଗଛ ଅଛି । ବର୍ଷ ବର୍ଷ ଧରି ଏହାର ସାଖା ବଢି ଚାଲିଛି ଯାହା ଏକ ସୁନ୍ଦର ବର୍ଣ୍ଣ ଧାରଣ କରିଛି ।

ପଶ୍ଚିମ ଅଷ୍ଟ୍ରେଲିୟାର େଓ୍ଵଷ୍ଟ ଡର୍ବି ସହରରେ ଏକ ବିଶାଳକାୟ ବୋଅବା ଗଛ ଅଛି ଯାହାର ଶରୀରରେ ଏକ ଜେଲ କୋଠରୀ କରାଯାଇଥିଲା, ଏଠି କଏଦୀଙ୍କୁ ରଖିବାକୁ ପାଇଁ ଏହି ଗଛକୁ ବ୍ୟବହାର କରାଯାଉଥିଲା ।
ପଶ୍ଚିମ ପୋଲାଣ୍ଡର ଗ୍ରାଇଫିନେ ସହରରେ ଅନେକ  ଅଜବ ଆକାର ୪୦୦ ଗଛ ଅଛି । କିଛି ଲୋକଙ୍କ କହିବା କଥା ଥିଲା ଏହାକୁ ଜାଣି ଶୁଣି ତେଢା-ମେଢା କରାଯାଇଛି । କିନ୍ତୁ ଏବେ ଏହି ଗଛ ଗୁଡିକ  ରହସ୍ୟମୟ ହୋଇ ରହିଛି ।
ନାମବିୟାରେ ଦେଖାଯାଉଥିବା ଏହି ଗଛ ଦୁନିଆର ସବୁଠାରୁ ବିପଦ ପୂର୍ଣ୍ଣ ଗଛମାନଙ୍କ ମଧ୍ୟରୁ ଆନ୍ୟତମ । ଗଛର ମୂଳଟି ବୋତଲ ଆକାରର ଦେଖା ଯାଉଥିବାରୁ  ଏହାକୁ ବୋତଲ ଟ୍ରୀ ବୋଲି କୁହାଯାଇଥାଏ । ଏହି ଗଛରୁ ଏକ କ୍ଷୀର ବର୍ଣ୍ଣର  ରସ ବାହାରେ ଯାହା ସବୁଠାରୁ ବିଷାକ୍ତ ବୋଲି କୁହାଯାଇଛି । ଅତୀତରେ ଆଦିବାସୀମାନେ ଧନୁ ତୀରରେ ବିଷ ରୂପେ ଏହି ରସକୁ ବ୍ୟବହାର କରୁଥିଲେ ।
ଏହି ଗଛଗୁଡିକୁ ଫିଲିପାଇନସରେ ଦେଖିବାକୁ ମିଳିଥାଏ । ଏହାର ଛାଲ ଅନେକ ରଙ୍ଗ ବେରଙ୍ଗର ଦେଖିବାକୁ ମିଳିଥାଏ । ସୁନ୍ଦର ହୋଇଥିଲେ ମଧ୍ୟ ଏହି ଗଛକୁ ସାଜ ସଜ୍ଜାରେ ବ୍ୟବହାର କରାନଯାଇ ଏହାକୁ କାଗଜ ତିଆରି କରିବାରେ ବ୍ୟବହାର କରାଯାଇଥାଏ ।

Sasmita

Recent Posts

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

7 mins ago

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

15 mins ago

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

32 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

46 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

59 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

60 mins ago