ସ୍ପେଶାଲ

ବିଶ୍ୱର ସବୁଠାରୁ ବଡ ପାଟି ଥିବା ମହିଳା, ଜାଣନ୍ତୁ ଟିକଟକ୍‌ ରେ ତାଙ୍କ ଫଲୋର୍ସ କେତେ?

ସାମନ୍ଥା ରାମସଡେଲ ନାମକ ଜଣେ ୩୦ ବର୍ଷିୟ ମହିଳା ନିଜର ଅସାମାନ୍ୟ ବିଶେଷତା ପାଇଁ ଟିକଟକ୍‌ ରେ ପ୍ରସିଦ୍ଧ। ହୋଇପାରେ ଏହି ଭିଡିଓ ଆପଣଙ୍କୁ ସାମାନ୍ୟ ଅଶାନ୍ତ କରିଦେଇପାରେ କିନ୍ତୁ ନିଶ୍ଚୟ ଆପଣ ଏହି ଭିଡିଓକୁ ନିଜର ସାଙ୍ଗ-ସାଥୀ ଏବଂ ପରିବାର ଲୋକଙ୍କ ମଧ୍ୟରେ ସେୟାର କରିବା ସହ ନିଶ୍ଚୟ ଜଣାଇବେ।

ରାମସଡେଲଙ୍କ ଟିକଟକ୍‌ ରେ ୭.୫ ଲକ୍ଷ ରୁ ଅଧିକ ଫଲୋର୍ସ ରହିଛନ୍ତି କାରଣ ସେ ‘ବିଶ୍ୱର ସବୁଠାରୁ ବଡ ମୁହଁ’ ହେବାର ଦାବି କରିଛନ୍ତି। ଏହା କେବଳ ସେ ଦାବି କରିନାହାନ୍ତି ବରଂ ସାମନ୍ଥାଙ୍କ କହିବାନୁଯାୟୀ ତାଙ୍କ ମୁହଁ ଉପରରୁ ତଳ ପର୍ଯ୍ୟନ୍ତ ୩.୭୫ ଇଞ୍ଚ, ଯାହା ବର୍ତ୍ତମାନ ଗିନିଜ୍‌ ଓ୍ଵାର୍ଲ୍ଡ ରେକର୍ଡ ଠାରୁ ବଡ ହୋଇପାରେ। ଏଥିସହ ସେ କହିଛନ୍ତି ତାଙ୍କ ମୁହଁ ପାଖପାଖି ୪ ଇଞ୍ଚ। ଅନଲାଇନ୍‌ ରେ ସେୟାର କରାଯାଇଥିବା ଏକ ଭିଡିଓରେ ସେ ଖାଇବା ପୂର୍ବରୁ ପାଟିରେ ଭିତରେ ଏକ ସାଉଣ୍ଡ୍ଵିଜ୍‌ ସମ୍ପୂର୍ଣ୍ଣ ଭର୍ତ୍ତି କରିଥିବାର ଦେଖିବାକୁ ମିଳିଛି। ଏପରିକି ସେ ଚୋବାଇବା ପୂର୍ବର୍ରୁ ନିଜ ପାଟି ଭିତରେ ଏକ ସେଓକୁ ଫିଟ୍‌ କରି ରଖିଛନ୍ତି। ଏଥିସହ ଭିଡିଓରେ ସେ ତାଙ୍କ ମୁହଁର ଲମ୍ବ ମାପିବା ପାଇଁ ଏକ ଟେପ୍‌ ମଧ୍ୟ ବ୍ୟବହାର କରିଛନ୍ତି।

କନେକ୍ଟିକଟରେ ରହୁଥିବା ଏବଂ ବୃତ୍ତି ଅନୁଯାୟୀ ବିକ୍ରୟ ପ୍ରତିନିଧୀ ଥିବା ରାମସଡେଲ ତାଙ୍କ ଦକ୍ଷତା ପ୍ରଦର୍ଶନ କରିବାକୁ ଟିକଟକ୍‌ ଆକାଉଣ୍ଟ ଆରମ୍ଭ କରିଥିଲେ। ମାତ୍ର ତିନି ମାସ ମଧ୍ୟରେ, ତାଙ୍କର ପାଖାପାଖି ଏକ ଲକ୍ଷ ଫଲୋର୍ସ ହୋଇଥିଲେ। ଏନେଇ ରାମସଡେଲ କହିଛନ୍ତି, ମୁଁ ୨୦୧୯ରେ ଏକ ଟିକଟକ୍‌ ଆକାଉଣ୍ଟ ଖୋଲିଥିଲେ କିନ୍ତୁ ଏପ୍ରିଲ ୨୦୨୦ ପାଖାପାଖି କୋଭିଡ୍‌ ହିଟ୍‌ ହେବା ପର୍ଯ୍ୟନ୍ତ ବାସ୍ତବରେ ମଉଁ ବାରମ୍ବାର ପୋଷ୍ଟ କରିବା ଆରମ୍ଭ କରିନଥିଲି। ମୁଁ ଲକଡାଉନ୍‌ ମଧ୍ୟରେ ଲୋକପ୍ରିୟତା ବଢାଇବା ଆରମ୍ଭ କରିଥିଲି। ଆଗକୁ ମୁଁ ବହୁତ ସାରା ମଜାକିଆ ଭିଡିଓ ଏବଂ କମେଡି ସ୍କିଟ ତିଆରି କରିବି କିନ୍ତୁ ମୋ ମୁହଁ ଏବଂ ଚେହେରା ସହ ଜଡିତ ଭିଡିଓ ସର୍ବଦା ପାଗଳ କରିପାରିବ ବୋଲି ରାମସଡେଲ କହିଛନ୍ତି।

video courtesy: TikTok News

ସବୁଠାରୁ ଖାସ୍‌ କଥା ହେଉଛି ସେ ବର୍ତ୍ତମାନ ନିଜର ଭିଡିଓ ଦ୍ୱାରା ଭଲ ଆୟ କରୁଛନ୍ତି। ଏହା ବହୁତ ଶଦ୍ଦ କରିନଥାଏ କିନ୍ତୁ ମୋର କିଛି ଶୀର୍ଷ ଭିଡିଓରେ ୫୦ ମିଲିୟନରୁ ଅଧିକ ଦୃଶ୍ୟ ରହିଛି। କିନ୍ତୁ ୩୦ ବର୍ଷ ବୟସରେ ଏହା କରି ଦେଖାଇବା ସମ୍ଭବ ନୁହେଁ। ଟିକଟକ୍‌ ଆକାଉଣ୍ଟ ଖୋଲିବା ପରେ ତାଙ୍କୁ ଅନଲାଇନ୍‌ ଟ୍ରୋଲିଂ ଏବଂ ଆଲୋଚନାର ସାମ୍ନା କରିବାକୁ ପଡିଥିଲା।

KNews Bureau

Recent Posts

ଜେପି ନଡ୍ଡାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ରାଜ୍ୟସଭାରେ ସଦନର ନେତା ନିଯୁକ୍ତ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…

14 mins ago

ଥାନାରେ ମାଳ ଅଦଳ ବଦଳ କରି ସିନ୍ଦୁର ପିନ୍ଧିଲେ ଯୁବତୀ, ପ୍ରେମିକ ହାତରେ କାଟିଲେ କେକ୍‌

ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍‌ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…

39 mins ago

ଜଣକ ପରେ ଜଣକୁ ନିଜ କବ୍ଜାକୁ ନେଉଛି ଡିପଥେରିଆ, ଏବେ ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ

ଲକ୍ଷ୍ମୀପୁର : ଏବେ ମୃତ୍ୟୁର ତାଣ୍ଡବ ଖେଳି ଚାଲିଛି ଡିଫଥେରିଆ । ଏହି ରୋଗ ଜଣକ ପରେ ଜଣକୁ ନିଜ…

43 mins ago

ବ୍ରିଜ ଉପରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଜଳେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦକ୍ଷିଣ ପୂର୍ବ ରେଳପଥର ନୂଆଗାଁ ରୋଡ଼ ରେଳଷ୍ଟେସନ ମଧ୍ୟ ସ୍ଥଳ…

46 mins ago

ରଥଯାତ୍ରାରେ ଭକ୍ତଙ୍କୁ ଖାଦ୍ୟ ଯୋଗାଇବା ପାଇଁ ପ୍ରସ୍ତୁତ ଦୁଇ ଭଉଣୀ

କଟକ(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ସବୁଠି ଶଂଙ୍ଖ ଘଣ୍ଟ ହୁଳୁହୁଳି ଶଦ୍ଦରେ ପୂରି ଉଠୁଛି ପୂରା ପରିବେଶ…

52 mins ago

ବିବାହ ବନ୍ଧନରେ ବାନ୍ଧି ହେଲେ ସୋନାକ୍ଷୀ ଓ ଜାହିର, ଟ୍ରୋଲ କରୁଥିବା ଟ୍ରୋଲ୍‌ରଙ୍କୁ କଡ଼ା ଜବାବ ଦେଲେ ଶତ୍ରୁଘ୍ନ ସିହ୍ନା

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଜୁନ୍ ୨୩ ରେ ଜହିର ଇକବାଲଙ୍କ…

1 hour ago