ଦୁନିଆର ସବୁଠାରୁ ଦ୍ରୁତି ଗତିରେ ଚାଲୁଥିବା ପିମ୍ପୁଡି ‘ସିଲଭର ଆଣ୍ଟ’, ଯାହା ପ୍ରତି ସେକେଣ୍ଡକୁ ଚାଲିଥାଏ ୮୫୫ ମିଲିମିଟର

ଆପଣମାନେ ବୁଲେଟ ଟ୍ରେନର ଦ୍ରୁତ ଗତି ବିଷୟରେ ନିଶ୍ଚିତ ଭାବେ ଜାଣିଥିବେ। ଯାହା ଆଖି ପିଛୁଳାକେ କିଲୋମିଟର ଦୂରତା ଅତିକ୍ରମ କରିଥାଏ। କିନ୍ତୁ ଆପଣ ଏମିତି ପିମ୍ପୁଡି ବିଷୟରେ କେବେ ଶୁଣିନଥିବେ। ଯାହା ବିଷୟରେ ଶୁଣି ଆପଣମାନେ ମଧ୍ୟ ଆଶ୍ଚର୍ଯ୍ୟ ହେବେ। ଦୁନିଆର ସବୁଠାରୁ ଦ୍ରୁତି ଗତିରେ ଚାଲୁଥିବା ପିମ୍ପୁଡିର ସନ୍ଧାନ ପାଇଛନ୍ତି ଜର୍ମାନୀର ବିଶେଷଜ୍ଞ ଦଳ। ଏମାନେ ଉତ୍ତର ସାହାରା ମରୁଭୂମିରେ ଦେଖିବାକୁ ମିଳିବ। ସିଲଭର ରଙ୍ଗର ଏହି ପିମ୍ପୁଡିକୁ ‘ସିଲଭର ଆଣ୍ଟ’ ବୋଲି କୁହାଯାଏ। ଏମାନେ ନିଜର ଶରୀର ଲମ୍ବ ଠାରୁ ୧୦୮ ଗୁଣ ଦୂର ଦୂରତାକୁ ଏକ ସେକେଣ୍ଡରେ ଅତିକ୍ରମ କରିପାରିବେ। ଏହି ପିମ୍ପୁଡି ୮୫୫ ମିଲିମିଟର ରାସ୍ତା ପ୍ରତି ସେକେଣ୍ଡରେ ଗତି କରେ।

1

ରିସର୍ଚ୍ଚରେ ଜଣାପଡିଥିଲା କି, ଏହି ପିମ୍ପୁଡି ଦିନ ଦ୍ୱିପ୍ରହରରେ ୬୦ ଡିଗ୍ରୀ ତାପମାତ୍ରାରେ ମଧ୍ୟ ଏକ ସେକେଣ୍ଡରେ ଏକ ମିଟର ଦୂର ଅତିକ୍ରମ କରିପାରନ୍ତି। ଅତ୍ୟଧିକ ପବନ ହେଲେ ମଧ୍ୟ ଏମାନଙ୍କ ସ୍ପିଡ ଉପରେ କୌଣସି ପ୍ରଭାବ ପଡେ ନାହିଁ। ମରୁଭୂମିରେ ରହୁଥିବା ପ୍ରତ୍ୟେକ ଜୀବ ଦିନ ଦ୍ୱିପ୍ରହରରେ ଅତ୍ୟଧିକ ଖରା ଯୋଗୁଁ ବାଲି ତଳେ ଲୁଚି ରୁହନ୍ତି କିନ୍ତୁ ଏହି ସିଲଭର ଆଣ୍ଟ ସମସ୍ତଙ୍କ ଠାରୁ ଭିନ୍ନ। ଏମାନେ ଅତ୍ୟଧିକ ଖରାରେ ଆହୁରି ଅଧିକ ଦ୍ରୁତ ଗତିରେ କାମ କରିଥାନ୍ତି।

ଏହାସହ ପଢ଼ନ୍ତୁ : ଦୟାଳୁ ଚୋର : ବୃଦ୍ଧାଙ୍କ ମଥାରେ ଚୁମ୍ବନ ଦେଇ କହିଲେ, ‘ ତୁମ ଟଙ୍କା ଆମର ଦରକାର ନାହିଁ’, ଭିଡିଓ ଭାଇରାଲ

sahara

ଅତ୍ୟଧିକ ତାପମାତ୍ରାରେ ଏମାନେ ନିଜ ବସାରୁ ବାହାରି ଖାଦ୍ୟ ଅନ୍ଵେଷଣ କରି ଯାଆନ୍ତି। ଏମାନଙ୍କ ଶରୀରରେ ଚକମକ୍‌ ରୁମ ରହିଥାଏ, ଯାହାକୁ ସିଲଭର ହେୟାର ମଧ୍ୟ କୁହାଯାଏ। ଏଥିପାଇଁ ନିଜର ସ୍ୱତନ୍ତ୍ରତା ଯୋଗୁଁ ଏମାନେ ଅତ୍ୟଧିକ ତାପମାତ୍ରରେ ମଧ୍ୟ ନିଜକୁ ଜୀବିତ ରଖିପାରନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.