Categories: ସ୍ପେଶାଲ

ସମୁଦ୍ର ଭିତରେ ନିର୍ମାଣ ହେବ ଦୁନିଆର ପ୍ରଥମ ଭାସମାନ ସୁଡଙ୍ଗ, ଆଶ୍ଚର୍ଯ୍ୟ ହେଲେ ବି ସତ!

ବିଜ୍ଞାନ ଏବଂ ଟେକନିକ୍ ସାହାଯ୍ୟରେ କିଛି ମଧ୍ୟ ଅସମ୍ଭବ ନୁହେଁ। ଏମିତିରେ ବର୍ତ୍ତମାନ ସେହି ଦିନ ଦୂର ନାହିଁ ଯେଉଁ ଦିନ ଲୋକମାନେ ସମୁଦ୍ରଭିତରେ ଯିବା ଆସିବାର ମଜା ନେଇପାରିବେ। ଜାଣନ୍ତୁ ଦୁନିଆର ସବୁଠାରୁ ସୁନ୍ଦର ଏବଂ ଅଦ୍ଭୁତ ସୁଡଙ୍ଗ ବିଷୟରେ ଯାହା ସମୁଦ୍ର ଭିତରେ ନିର୍ମାଣ କରାଯାଇଛି।

ସମୁଦ୍ରଭିତରେ ଏକ ସହରରୁ ଅନ୍ୟ ଏକ ସହରକୁ ଯାତ୍ରା କରିବା ପାଇଁ ନରୱେ ଏକ ବହୁତ ବଡ଼ ଆଶ୍ଚର୍ଯ୍ୟ କରାଉଥିବା ଭଳି ଚେଷ୍ଟା କରିବାକୁଯାଉଛି। ନରୱେ ଜଲଦି ସମୁଦ୍ର ଭିତରେ ଏକ ରାସ୍ତା ନିର୍ମାଣ କରିବାକୁ ଯାଉଛି। କକ୍ରିଂଟରେ ତିଆରି ହୋଇଥିବା ଏହି ସୁଡଙ୍ଗରେ ଦୁଇଟି ଲେନ୍ ତିଆରିକରାଯିବ।

ପରିଯୋଜନାରେ କାମ କରୁଥିବା ସରକାରୀ ସଂସ୍ଥା ନରୱେଜିୟନ ପବ୍ଲିକ୍ ରୋଡ଼ ଏଡ଼ମିନିଷ୍ଟ୍ରେସନର ଲକ୍ଷ୍ୟ ୨୦୫୦ ପୂର୍ବରୁ ଏହାର ନିର୍ମାଣ କାର୍ଯ୍ୟ ସାରିବାକୁ ପଡିବ। ଯଦି ଏହି ରାସ୍ତା ତିଆରି ହୋଇଯାଏ ତେବେ ବାସ୍ତବରେ ଏହା କୌଣସି ଆଶ୍ଚର୍ଯ୍ୟରୁ କମ୍ ହେବ ନାହିଁ। ନରୱେ ଯଦି ଏହି ପରିଯୋଜନାରେ ସଫଳ ହୋଇଯାଏ ତାହେଲେ ଏହା ଦୁନିଆରେ ଏଭଳି ରାସ୍ତା ତିଆରି କରିବାରେ ପ୍ରଥମ ଦେଶ ବୋଲି କୁହାଯିବ। ଚୀନ୍,ଦକ୍ଷିଣକୋରିଆ,ଇଟାଲି,ଏବଂ ଇଣ୍ଡୋନେସିଆ ଏହି ପରିଯୋଜନାରେ କାମ କରୁଛନ୍ତି।

ନିଶ୍ଚୟ ପଢ଼ନ୍ତୁ : କଣ NASAକୁ ପୂର୍ବରୁ ହିଁ ଜଣାଥିଲା କଳ୍ପନା ଚାୱଲାଙ୍କ ମୃତ୍ୟୁର ତାରିଖ ? କାହିଁକି ଲୁଚାଇଲେ ଏତେ ବଡ ସତ!

୧୦୦ ଫୁଟ୍ ଗଭୀରରେ ସ୍ଥାପିତ ହୋଇଥିବା ଏହି ସୁଡଙ୍ଗ ୨୦୫ କି.ମି ଲମ୍ବା ହେବ। ସୁଡ଼ଙ୍ଗକୁ ନିୟନ୍ତ୍ରୀତ କରିବା ପାଇଁ ପାଣି ଭିତରେ ଏକ ପାଇପର ପୁଲ୍ ତିଆରି କରାଯିବ। ଏହି ପୁଲ୍ ମଧ୍ୟରେ ପର୍ଯ୍ୟାପ୍ତ ଦୂର ହେବ ଯାହା ଦ୍ବାରା ସମୁଦ୍ର ଜାହାଜ ଏହା ମଧ୍ୟ ଦେଇ ଯାଇପାରିବ। ଏହି ସୁଡ଼ଙ୍ଗ ଏହିଭଳି ମଜ୍ଭୁତ ହେବ କି କୌଣସି ପ୍ରକାର ଋତୁର କୌଣସି ପ୍ରଭାବ ପଡ଼ିବନାହିଁ। ଏହା ନିର୍ମାଣ କରିବାରେ ୪୦ହଜାର ଡ଼ଲାର ଲାଗିପାରେ।

ପଶ୍ଚିମ ନରୱେରେ ଅବସ୍ଥିତ କ୍ରିଷ୍ଟିୟାନସ୍ୟାଣ୍ଡ ଏବଂ ଟ୍ରାନହେମ ନାମକ ଦୁଇ ସହର ମଧ୍ୟରେ ୩୯ ମାର୍ଗର ଅଂଶ ରହିଛି ଯାହା ନରୱେ ପାଇଁ ଏକମହତ୍ବପୂର୍ଣ୍ଣ ମାର୍ଗ ଅଟେ। ସୁଡ଼ଙ୍ଗ ବନାଇବାର କାରଣ ଏହି ଦୁଇଟି ସହରକୁ ଯୋଡ଼ିବା। ଯାହାମଧ୍ୟର ଦୂରତା ପ୍ରାୟ ୧୧୦୦ କିଲୋମିଟର ଅଟେ। ଯାହାକୁ ପହଁଚିବାକୁ ୨୧ ଘଣ୍ଟା ଲାଗିଥାଏ। କିନ୍ତୁ ଏହି ସୁଡ଼ଙ୍ଗ ତିଆରି ହେବା ପରେ ଯାତ୍ରା କରିବାର କିଛି ଘଣ୍ଟା ବଞ୍ଚିଯାଇପାରିବ।

ଭାସମାନ ହେଉଥିବା ସୁଡ଼ଙ୍ଗ ନିର୍ମାଣ ହେବା କିଛି ନୂଆ ନିଷ୍ପତ୍ତି ନୁହେଁ। ୧୮୮୨ରେ ବ୍ରିଟିସ୍ ନୌସୖନିକ ଆର୍କେଟେକ୍ଟ ଏଡୱାର୍ଡ ରିଡ଼ ମଧ୍ୟ ଏହିଭଳି ଏକ ସୁଡ଼ଙ୍ଗ ତିଆରି କରିବାର ପ୍ରସ୍ତାବ ରଖିଥିଲେ।

Pritiparna

Recent Posts

ସଂସଦ ଇତିହାସରେ ପ୍ରଥମ, ଲୋକସଭା ବାଚସ୍ପତି ପାଇଁ ପ୍ରଥମ ଥର ହେବ ନିର୍ବାଚନ

ନୂଆଦିଲ୍ଲୀ: ସଂସଦ ଇତିହାସରେ ପ୍ରଥମ । ଲୋକସଭା ବାଚସ୍ପତି ପାଇଁ ପ୍ରଥମ ଥର ହେବ ନିର୍ବାଚନ। ସ୍ପିକର ପଦ ପାଇଁ…

36 seconds ago

କେରଳ ନୁହେଁ ଏବେ ‘କେରଳମ୍‌’…ବଦଳିପାରେ ରାଜ୍ୟର ନାଁ, ବିଧାନସଭାରେ ପାରିତ ହେଲା ପ୍ରସ୍ତାବ

ଭାରତର ଦକ୍ଷିଣ ରାଜ୍ୟ କେରଳର ନାଁ ବହୁତ ଜଲ୍‌ଦି ବଦଳିପାରେ । କେରଳ ବିଧାନସଭା ସୋମବାର ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ…

22 mins ago

ସୁଭଦ୍ରା ଯୋଜନାରେ ହେଉଥିବା ଗୁଜବକୁ ବିଶ୍ବାସ କରନ୍ତୁ ନାହିଁ: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ସୁଭଦ୍ରା ଯୋଜନାରେ ହେଉଥିବା ଗୁଜବକୁ ବିଶ୍ବାସ କରନ୍ତୁ ନାହିଁ । ଯୋଜନା ଉପରେ କୌଣସି ଭୁଲ ଖବର…

23 mins ago

କାନ୍ଦି କାନ୍ଦି ବେହୋସ ହେଲା କୁନି ଝିଅ, ଉଚିତ ସମୟରେ ସିପିଆର ଦେଇ ଜୀବନ ବଞ୍ଚାଇଲେ ଡାକ୍ତର

ତାଜ ମହଲ ଦେଖିବାକୁ ଆସି ଜୀବନ ମୃତ୍ୟୁ ସହ ସଂଘର୍ଷ କଲା କୁନି ଝିଅ । ବାପା ମା’ଙ୍କ ସହ…

27 mins ago

ଲକ୍ଷ୍ମୀ ବସ୍ ସେବା ନେଇ ଲୋକଙ୍କ ମଧ୍ୟରେ ଦ୍ବନ୍ଦ୍ବ, ଲୋକେ କହୁଛନ୍ତି ବସ୍ ନାଁ ରହୁ କି ନ ରହୁ ସେବା ଜାରି ରହୁ

ମାଲକାନଗିରି : ଉପାନ୍ତ ମାଲକାନଗିରି ଜିଲ୍ଲାରେ ଗରିବ ଆଦିବାସୀ ଲୋକଙ୍କ ଯାତାୟାତର ଏବଂ ଆର୍ଥିକ ଉର୍ଣ୍ଣତି ପାଇଁ ଗତ ରାଜ୍ୟ…

29 mins ago

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ, କିନ୍ତୁ ଯାତ୍ରୀଙ୍କ ନାକ କାନରୁ ବାହାରିଲା ରକ୍ତ

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ । ହେଲେ ହଠାତ୍‌ ଯାତ୍ରୀଙ୍କ ନାକରୁ ରକ୍ତ ବାହାରିବା ସହ କାନରେ ଯନ୍ତ୍ରଣା…

34 mins ago