ଦୁନିଆର ପ୍ରଥମ ଅଦ୍ଭୁତ ଡ୍ରେସ୍‌, ଯେଉଁଥିରେ ଚାଷ କରାଯାଇ ପାରିବ ୨୨ ପ୍ରକାରର ଫଳ ଏବଂ ପରିବା

ଦୁନିଆରେ କିଛି ନା କିଛି ଅଜବ ଘଟଣା ସବୁବେଳେ ଘଟିଚାଲିଥାଏ। କେବେ ଲୋକେ ଅଳିଆ ଆବର୍ଜନାରେ କିଛି ଖାସ୍‌ ଜିନିଷ ତିଆରି କରିଦିଅନ୍ତି ତ, ଆଉ କିଛି ଲୋକ କପଡ଼ାରେ ବିଭିନ୍ନ ପ୍ରକାରର କଳାକୃତି ଦେଖାଇଥାଆନ୍ତି। ଠିକ୍‌ ଏମିତି ହିଁ ଏକ କଳାକୃତି ଆମେରିକାରେ ଦେଖିବାକୁ ମିଳିଛି। ଆପଣ ଜାଣି ଆଶ୍ଚଯ୍ୟର୍ ହେବେ ଯେ ଏଠାରେ ଏମିତି ଏକ ବଗିଚା ଡିଜାଇନ୍‌ କରାଯାଇଛି, ଯାହାକୁ କପଡ଼ା ଭଳି ପିନ୍ଧାଯାଇପାରିବ। ଏହା ଦୁନିଆରେ ପ୍ରଥମ ବଗିଚା, ଯାହା କପଡ଼ା ରୂପରେ ତିଆରି ହୋଇଛି।

dr55

ଆମେରିକାର ଦକ୍ଷିଣ କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟର ପ୍ରଫେସର ତଥା ଡିଜାଇନର ଅରୁସିଆକ୍‌ ଗେବ୍ରିୟଲନ୍‌ ଏହି ବଗିଚାକୁ ଡିଜାଇନ୍‌ କରିଛନ୍ତି। ଗେବ୍ରିଲୟନ୍‌ କହିଛନ୍ତି, ‘ଆପଣଙ୍କ ଖାଦ୍ୟ ନିଜେ ହିଁ ଚାଷ କରନ୍ତୁ। ପରିବା ଉତ୍ପାଦନ କରୁଥିବା ଡ୍ରେସ୍‌ ପିନ୍ଧି ଆପଣ କେଉଁଠାରେ ବି ସହଜରେ ବୁଲିପାରିବେ’। ଏହି ଡ୍ରେସ୍‌ର ସବୁଠାରୁ ଖାସ୍‌ କଥା ହେଲା, ଏଥିରେ ଉତ୍ପାଦନ କରାଯାଉଥିବା ପରିବାରେ ଆପଣଙ୍କ ମୂତ୍ର ପାଣି ସିଞ୍ଚନ କରାଯାଇ ପାରିବ।

dree1

ଡିଜାଇନରଙ୍କ ଏହି ଗାର୍ଡେନରେ ମାଟିର କୌଣସି ଆବଶ୍ୟକତା ନାହିଁ। ଗାର୍ଡେନ୍‌ ରୂପକ ଏହି ଡ୍ରେସ୍‌ ତିଆରି କରିବା ପାଇଁ ଝାଳ ରୋକୁଥିବା ଏକ କପଡ଼ାର ପରସ୍ତ ଦିଆଯାଇଛି। ଏହାକୁ ବାନିୟନ୍‌ର ଆକାର ଭଳି କରାଯାଇଛି। ଏହି ଡ୍ରେସ୍‌ରେ ଡିଜାଇନର ଅରୁସିଆକ୍‌ ଏ ପଯ୍ୟର୍ନ୍ତ ୨୨ରୁ ଅଧିକ ପ୍ରକାରର ପରିବା ଚାଷ କରିସାରିଲେଣି, ଯେଉଁଥିରେ କୋବି, ଗାଜର, ଲିଚୁ, ବାଦାମ ଆଦି ସାମିଲ ରହିଛି।

ତାଙ୍କର ଏହି ଡ୍ରେସ୍‌ ଜଣେ ଆର୍କିଟେକ୍ଟଙ୍କ ପ୍ରଶ୍ନରେ ପ୍ରେରିତ ହୋଇଛି। ଆର୍କିଟେକ୍ଟ ଜଣକ ପ୍ରଶ୍ନ କରିଥିଲେ, ‘ଭବିଷ୍ୟତରେ ଯେତେବେଳେ ମାଟିରେ ଜଳର ପରିମାଣ କମିଯିବ, ସେତେବେଳେ ଆମେ ଫସଲ କିପରି ଚାଷ କରିପାରିବା? ଆମେ ପୁଷ୍ଟିକର ଖାଦ୍ୟ ଏବଂ ସୁସ୍ଥ ଗଛ କିପରି ଉପୁଜାଇ ପାରିବା’? ଏହି ପ୍ରଶ୍ନର ଉତ୍ତର ଖୋଜିବାକୁ ଯାଇ ଅରୁସିଆକ୍‌ ଏଭଳି ଡ୍ରେସର ପରିକଳ୍ପନା କରିଥିଲେ।

dr44

ଯେତେବେଳେ ଏହି ଡ୍ରେସ୍‌ ରୂପକ ବଗିଚାରେ ଫଳ ଏବଂ ପନିପରିବା ଲଗାଯାଇଥାଏ, ଏହାର ଓଜନ ବଢ଼ିଯାଇଥାଏ। ଓଜନ ବଢ଼ିଯିବା ପରେ ଏହାକୁ ପିନ୍ଧିବା ମୁସ୍କିଲ ହୋଇଯାଏ। ଏହାଛଡ଼ା ଏହି ଡ୍ରେସ୍‌ରେ ପାଣି ସିଞ୍ଚନର ଯେଉଁ ବ୍ୟବସ୍ଥା ରହିଛି, ତାକୁ ନେଇ ଲୋକେ ଭିନ୍ନ ଭିନ୍ନ ଆଲୋଚନା କରିପାରନ୍ତି ବୋଲି ଡିଜାଇନର କହିଛନ୍ତି।

Leave A Reply

Your email address will not be published.