ସ୍ପେଶାଲ

ଦୁନିଆର ସବୁଠୁ ଲମ୍ବା ଜାହାଜ କିଣିବା ପାଇଁ ମିଳୁ ନାହାନ୍ତି କ୍ରେତା, କବାଡ଼ିରେ ବିକି ଦେବାକୁ ପ୍ରସ୍ତୁତି ଚଳାଇଛନ୍ତି ମାଲିକ

ବିକ୍ରି ହେବ ଦୁନିଆର ସବୁଠୁ ଲମ୍ବା ତଥା ବିଳାସମୟ କ୍ରୁଜ୍‌ ଜାହାଜ ‘ଗ୍ଲୋବାଲ ଡ୍ରିମ୍‌ ଟୁ’। ହେଲେ ଚିନ୍ତାର ବିଷୟ, ଏହାର ମାଲିକଙ୍କୁ ଏ ପର୍ଯ୍ୟନ୍ତ କେହି କ୍ରେତା ମିଳି ନାହାନ୍ତି, ଯାହା ଫଳରେ ପରିସ୍ଥିତି ଏମିତି ହୋଇଛି ଯେ ଏହାକୁ ନିର୍ମାଣ କରିଥିବା କମ୍ପାନୀ ବର୍ତ୍ତମାନ ଜାହାଜଟିକୁ କବାଡ଼ି ଦରରେ ବିକି ଦେବାକୁ ପ୍ରସ୍ତୁତି ଚଳାଇଛି। କମ୍ପାନୀ ମାଲିକଙ୍କ କହିବା ହେଲା, ସେ ଆଉ ମାତ୍ର ୧ ସପ୍ତାହ ଅପେକ୍ଷା କରିବେ। ଏହାପରେ ସ୍କ୍ରାପ୍‌ ପାଇଁ ନିଲାମୀ ପ୍ରକ୍ରିୟା ଆରମ୍ଭ କରି ଦେବେ। କହି ରଖୁଛୁ କି, ଡ୍ରିମ୍‌ କ୍ରୁଜ୍‌ ନାମକ କମ୍ପାନୀ ଏହି ଜାହାଜ ନିର୍ମାଣ କରିଛି। ଯଦିଓ କମ୍ପାନୀ ଚଳିତ ବର୍ଷ ପ୍ରାରମ୍ଭରେ ନିଜ ମୂଳ କମ୍ପାନୀ ‘ଜେଟିଙ୍ଗ୍‌ ହଙ୍ଗ୍‌ କଙ୍ଗ୍‌’ ସହିତ ବନ୍ଦ ହୋଇ ଯାଇଛି।

କମ୍ପାନୀ ମାଲିକ ବି ହୋଇ ଯାଇଛନ୍ତି ଦେବାଳିଆ

କମ୍ପାନୀ ବନ୍ଦ ହେବାର ସବୁଠାରୁ ବଡ଼ କାରଣ କରୋନା ମହାମାରୀ ବୋଲି କୁହାଯାଉଛି। କ୍ରୁଜ ଇଣ୍ଡଷ୍ଟ୍ରୀର ମାଗାଜିନ୍‌ ‘An Bord’ ମୁତାବକ, କମ୍ପାନୀର ମାଲିକ ଏବେ ଦେବାଳିଆ ହୋଇ ଯାଇଛନ୍ତି। ଏହି ଜାହାଜ କିଣିବା ପାଇଁ ତାଙ୍କୁ କେହି କ୍ରେତା ମିଳୁ ନାହାନ୍ତି, ଯେଉଁ କାରଣରୁ ବର୍ତ୍ତମାନ ଜାହାଜକୁ ଜର୍ମାନୀର ଏକ ଶିପ୍‌ୟାର୍ଡରେ ରଖାଯାଇଛି। କହି ରଖୁଛୁ, ଏହି ଜାହାଜ ସମ୍ପୂର୍ଣ୍ଣ ରୂପେ ମଧ୍ୟ ତିଆରି ହୋଇନାହିଁ।

କ୍ରୁଜ୍‌ କମ୍ପାନୀ ମାଲିକଙ୍କ କହିବା ହେଲା, ଯଦି ତାଙ୍କୁ କେହି କ୍ରେତା ନ ମିଳିବେ, ତା’ ହେଲେ ଜାହାଜର କିଛି ଭାଗକୁ କବାଡ଼ି ଦରରେ ବିକ୍ରି କରି ଦିଆଯିବ। ଜାହାଜର ସମସ୍ତ ଉପକରଣ, ମେଶିନ ଏବଂ ଟୁଲ୍ସ ଆଦି ବିକ୍ରି କରାଯିବାକୁ ପ୍ରସ୍ତୁତି ଚାଲିଛି। ସେପଟେ ରିପୋର୍ଟ ମୁତାବକ, ଏବେ ମାଲିକଙ୍କ ଧ୍ୟାନ ଆଉ ଏକ ଜାହାଜ ‘ଗ୍ଲୋବାଲ ଡ୍ରିମ୍‌’ ଉପରେ ରହିଛି, ଯାହାକି ଏକ ପ୍ରକାରେ ପ୍ରସ୍ତୁତ ହୋଇ ସାରିଛି।

କହି ରଖୁଛୁ, ଜର୍ମାନୀର ଯେଉଁ ବନ୍ଦରରେ ଏହି କ୍ରୁଜ୍‌ ଜାହାଜ ନିର୍ମାଣ ହେଉଥିଲା, ତାହାକୁ ମଧ୍ୟ ଜର୍ମାନୀର ଏକ ନୌସେନା ୟୁନିଟ୍‌ ଆଧାରିତ କମ୍ପାନୀ କିଣି ନେଇଛି। ରୁଷ୍‌ ଓ ୟୁକ୍ରେନ ମଧ୍ୟରେ ବଢ଼ୁଥିବା ବିବାଦ ଭିତରେ ଏହି କମ୍ପାନୀ ୨୦୦୪ ମସିହାରୁ ଏଠାରେ ସୈନ୍ୟ ଜାହାଜ ତିଆରି କରୁଛି। ଜର୍ମାନୀର କିଲ୍‌ ସହରରେ ଥିବା ଏହି କମ୍ପାନୀ ‘Thyssenkrupp Marine Systems’ର କହିବା ଅନୁସାରେ, ୨୦୨୩ ମସିହା ଶେଷ ସୁଦ୍ଧା ଯେମିତି ବି ହେଲେ କମ୍ପାନୀକୁ ଏକ ବଡ଼ ବନ୍ଦର ଆବଶ୍ୟକ।

Roshni

Recent Posts

ଓଡିଆ ପଣ୍ଡିତଙ୍କୁ ଗଙ୍ଗା ଘାଟ ଛାଡିବାକୁ ବାଧ୍ୟ କରାଯାଉଛି, ଚିନ୍ତାରେ ବର୍ଷ ବର୍ଷ ଧରି ରହିଆସୁଥିବା ଓଡିଆ ବ୍ରାହ୍ମଣ

କୋଲକାତା (କେନ୍ୟୁଜ) : ପୁଣ୍ୟତୋୟା ଗଙ୍ଗା ଘାଟଗୁଡ଼ିକ ଧର୍ମ ସଂସ୍କୃତି ଓ ଆସ୍ଥାର ପ୍ରମୁଖ ସ୍ଥଳୀ ଭାବରେ ପରିଚିତି ଲାଭ…

43 mins ago

ଘରେ କଳାକନା ବୁଲାଇ ୨୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ଆସବାବ ପତ୍ର ନେଇଗଲେ ଚୋର

ତାଳଚେର (କେନ୍ୟୁଜ) : ଯଦି ଆପଣ କେବେ ନିଜ ଘର ତାଲା ପକାଇ ବନ୍ଧୁ ଘର କିମ୍ବା ସମ୍ପର୍କୀୟଙ୍କ ଘରକୁ…

44 mins ago

କଳିଙ୍ଗ ଷ୍ଟାଡିୟମ କ୍ରୀଡ଼ା ଭିତ୍ତିଭୂମିର ସମୀକ୍ଷା କଲେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ

ଭୁବନେଶ୍ୱର(କେନ୍ୟୁଜ୍‌): କ୍ରୀଡ଼ା ଓ ଯୁବସେବା ମାନ୍ୟବର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ଆଜି କଳିଙ୍ଗ ଷ୍ଟାଡିୟମ ଗସ୍ତ କରି ରାଜ୍ୟର…

51 mins ago

ଭୋଜି ଖାଇ ଫେରୁଥିଲେ ହେଲେ ଏକାସାଥିରେ ଆରପାରିକୁ ଚାଲିଗଲେ ଚାରି ସାଙ୍ଗ

ନୂଆପଡା (କେନ୍ୟୁଜ) : ଭୋଜି ଖାଇ ସାଙ୍ଗ ହୋଇ ଫେରୁଥିଲେ ଏହି ୪ ଜଣ ସାଙ୍ଗ । ଏମାନେ ୪…

56 mins ago

ଆଜି ସାରା ବିଶ୍ୱ ପାଳିଲା ‘ଆର୍ଟ ଅଫ୍ ଗିଭିଂ’ ଦିବସ

ଭୁବନେଶ୍ୱର(କେନ୍ୟୁଜ୍‌): ଜୁନ୍ ୧୭ ତାରିଖରେ ଭାରତ ସମେତ ବିଶ୍ୱର ୨୦୦ଟି ଦେଶର ୨୫ହଜାର ସ୍ଥାନରେ ୧୧ଶ ଅନ୍ତର୍ଜାତୀୟ ‘ଆର୍ଟ ଅଫ୍…

1 hour ago

ମହାନତା ଦେଖାଇଲେ ମୁଖ୍ୟମନ୍ତ୍ରୀ, ପୀଡିତଙ୍କୁ ୩୦ ହଜାର ଟଙ୍କା ସହ ଯୋଗାଇଲେ ଚିକିତ୍ସା

ଚାନ୍ଦବାଲି (କେନ୍ୟୁଜ): ଏ ଶରୀର କ୍ଷଣସ୍ଥାୟୀ । ସତରେ ଏ ଶରୀର କିଛି ନୁହେଁ ଆଜି ଭଲ ଅଛି ତ…

1 hour ago