ଦୁନିଆର ସବୁଠାରୁ ଦାମୀ ଓ ବଡ ବିମାନ ବନ୍ଦର, ଯାହାର ନିର୍ମାଣ ପାଇଁ ଏତେ ଟଙ୍କା ଖର୍ଚ୍ଚ ହୋଇଛି ଯେ ଗଣିଗଣି ଥକି ଯିବେ ଆପଣ
ଚୀନର ବେଜିଂରେ ଏକ ନୂଆ ଅର୍ନ୍ତରାଷ୍ଟ୍ରୀୟ ବିମାନବନ୍ଦର ଖୋଲିଛି। ଯାହା ଦୁନିଆର ସବୁଠାରୁ ବଡ ବିମାନବନ୍ଦର ବୋଲି କୁହାଯାଉଛି। ଏହାର ନାମ ଦାକଜିଙ୍ଗ ବିମାନବନ୍ଦର। ଚୀନର କମ୍ୟୁନିଷ୍ଟ ଶାସନର ୭୦ ବର୍ଷ ପୂର୍ତ୍ତି ହେବା ଅବସରରେ ରାଷ୍ଟ୍ରପତି ଜିନପିଙ୍ଗ ଏହିର ଉଦ୍ଘାଟନ କରିଛନ୍ତି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏହି ବିମାନ ବନ୍ଦର ୧୭୩ ଏକର ନିର୍ମିତ ଏହି ବିମାନ ବନ୍ଦର ୧୦୦ଟି ଫୁଟବଲ ଖେଳ ପଡିଆ ସହିତ ସମାନ। ଏହି ବିମାନ ବନ୍ଦରରେ ଏବ ବଢ ଫୁଲ ବଗିଚା ରହିଛି। ଏହାଛଡା ଡୋମେଷ୍ଟିକ ଏବଂ ଅର୍ନ୍ତଜାତୀୟ ଯାତ୍ରୀଙ୍କ ପାଇଁ ଅଲଗା ଅଲଗା ଟର୍ମିନାଲ ମଧ୍ୟ ନିର୍ମାଣ କରାଯାଇଛି।
ଦାକଜିଙ୍ଗ ଜିଲ୍ଲା ଏବଂ ଲାଙ୍ଗଫାଙ୍ଗ ସୀମାରେ ଥିବା ଏହି ଏୟାରପୋର୍ଟ ଦେଖିବାକୁ ସଂପୂର୍ଣ୍ଣ ଭାବେ ଭିନ୍ନ। ଚଳିତବର୍ଷ ଏଠାକୁ ୧୦ ଲକ୍ଷ ଯାତ୍ରୀ ଆସିବେ ବୋଲି ଧାର୍ଯ୍ୟ କରାଯାଇଛି। ଏହି ଏୟାରପୋର୍ଟର ଟର୍ମିନାଲ ତଳେ ଏକ ଷ୍ଟେସନ ଏବଂ ମେଟ୍ରୋ ଲାଇପ ରହିଛି, ଯାହା ବିମାନରେ ଆସୁଥିବା ଯାତ୍ରୀଙ୍କୁ ମାତ୍ର ୨୦ ମିନିଟରେ ସହରରେ ପହଞ୍ଚାଇଥାଏ।
ଏହାସହ ପଢ଼ନ୍ତୁ ; କାନ୍ଦିଲେ ମହିଳାଙ୍କ ଆଖିରୁ ବାହାରୁଛିି କ୍ରିଷ୍ଟାଲ ଲୁହ, କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ
ଏହି ଏୟାରପୋର୍ଟକୁ ନିର୍ମାଣ କରିବା ପାଇଁ ପାଖାପାଖି ୧୭ ଟ୍ରିଲିଅନ ଏବଂ ୪୭ ମିଲିଅନ ଟଙ୍କା ଖର୍ଚ୍ଚ ହୋଇଛି। ଏହା ଦୁନିଆର ସବୁଠାରୁ ମହଙ୍ଗା ବିମାନବନ୍ଦର ଭାବେ ଜଣାଶୁଣା। ବ୍ରିଟିଶ ବାସ୍ତୁକାର ଜାହା ହଦିଦ ଏହି ଏୟାରପୋର୍ଟର ଡିଜାଇନ ପ୍ରସ୍ତୁତ କରିଥିଲେ।