ଦୁଲର୍ଭ ଜୀବ ‘ହନି ବେଜର’, ଯାହାର ରହିଛି ମଣିଷ ପରି ଭାବିବା ଏବଂ ବୁଝିବାର ଶକ୍ତି

ଛତିଶଗଡର କାଙ୍କେର ଜିଲ୍ଲାର ଏକ ଜଙ୍ଗଲରୁ ଭୟଭୀତ ଜୀବ ମିଳିଛି। ଏହା ଭାରତର ସବୁଠାରୁ ଦୁର୍ଲଭ ପ୍ରଜାତିମାନଙ୍କ ମଧ୍ୟରୁ ଆସିଛି। ଏହି ଜୀବ ଭିତରେ ମଣିଷ ପରି ଭାବିବା ଏବଂ ବୁଝିବାର ଶକ୍ତି ରହିଛି। ଏହାର ନାମ ହନି ବେଜର। ଏହା ଏତେ ଚତୁର ଯେ ନିଜେ ରୁମର କବାଟ ଖୋଲି ବାହାରିପାରେ। ଏହାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରଲ ହୋଇଛି। ଛତିଶଗଡର ଅନେକ ଆଇପିଏସ୍ ଅଧିକାରୀ ମଧ୍ୟ ଏହି ଭିଡିଓ ସେୟାର କରିଛନ୍ତି। ଏହାକୁ ଦେଖି ଗ୍ରାମବାସୀ ଚକିତ ହୋଇପଡିଛନ୍ତି। ଏହାର ଭିଡିଓ ଆଇପିଏସ ଅଫିସର ଦୀପାଶୁଂ କାବ୍ରା ପୋଷ୍ଟ କରିଛନ୍ତି।

କୋଟାଲବଟ୍ଟୀ ଗ୍ରାମ ପାଖରେ ଥିବା ରାସ୍ତାରେ ହନି ବେଜର ବିଷୟରେ ସୂଚନା ମିଳିଛି। ଏହି ବିରଳ ପ୍ରାଣୀ ରାସ୍ତା କଡ଼ରେ ଦେଖିବାକୁ ମିଳିଥିଲା। ସେଠାରେ ପହଞ୍ଚିବା ପରେ ବନ ବିଭାଗ ଦଳ ମଧ୍ୟ ହନି ବେଜରକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହା ଦୁନିଆର ସବୁଠାରୁ ଦୁର୍ଲଭରେ ପଶୁ ଭାବରେ ପରିଗଣିତ । ସେ ବହୁତ ନିର୍ଭୀକ ଏବଂ କାହାକୁ ଭୟ କରେ ନାହିଁ।

ବନ ବିଭାଗ ଦଳ ଏହାକୁ ନିଜ ଅଧୀନରେ ନେଇଛନ୍ତି। ଏଥିସହ ତାର ଯତ୍ନ ନିଆଯାଉଛି। ବନ ବିଭାଗର ଅଧିକାରୀ କହିଛନ୍ତି ଯେ, ଏହା ମଧ୍ୟ ୨୦-୩୦ ଫୁଟ ଗଭୀର ଗାତ ଖୋଳିପାରେ। ହନି ବେଜରଙ୍କୁ ଗିନିଜ ବୁକ୍‌ ଅଫ୍‌ ଓ୍ଵାର୍ଲ୍ଡ ରେକର୍ଡ ‘ମୋଷ୍ଟ ଫିୟରଲେସ କ୍ରିଏଚର’ ଜୀବ ନାମରେ ସ୍ଥାନ ପାଇଛି। ଏହା ନିର୍ଭୀକ, ନିଡର, ବୁଦ୍ଧିମାନ ଏବଂ ଚାଲାକ ଜନ୍ତୁ।

honey
Photo credit: SANBI

ଆକାରରେ ଛୋଟ ହେବା ସତ୍ତ୍ୱେ ଏହି ମାଂସାହାରୀ ଜୀବ ବହୁତ ଆକ୍ରାତ୍ମକ ଏବଂ କ୍ରୁର ହୋଇଯାଏ। ଖାସ୍‌ ଏଥିପାଇଁ ଗିନିଜ ବୁକ୍‌ ଅଫ୍‌ ଓ୍ଵାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛି। ଏହା ହାଇନା ଏବଂ ବାଘ ଭଳି ଜନ୍ତୁ ସହିତ ଲଢିପାରେ। ଏହା ବନ୍ଦ ଥିବା ରୁମ୍‌ ଖୋଲିପାରେ। ପଥର କିମ୍ବା ବାଡି ସାହାରାରେ କାନ୍ଥ ଚଢିପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.