ଦୁନିଆର ସବୁଠାରୁ ମିଠା ଏବଂ ଦାମୀ ତରଭୁଜ , ବିକ୍ରି ହେବା ବଦଳରେ ହୁଏ ନିଲାମୀ
ଅନେକ ଫଳ ରହିଛି, ଯାହାକି ଭାରତରେ ଉତ୍ପାଦନ ହୁଏ ନାହିଁ । କିନ୍ତୁ ବିଶ୍ୱରେ ବହୁତ କମ୍ ଜାଗାରେ ଏହି ଫଳକୁ ଉତ୍ପାଦନ କରାଯାଇଥାଏ । ଏହି ଫଳଗୁଡ଼ିକର ମୂଲ୍ୟ ମଧ୍ୟ ଭିନ୍ନ ହୋଇଥାଏ । ତେବେ ଖରଭୁଜ ଏବଂ ତରଭୁଜ ପରି ଫଳର ଗ୍ରୀଷ୍ମ ଋତୁରେ ଅଧିକ ଚାହିଦା ଥାଏ । ଭାରତରେ ଉପଲବ୍ଧ ତରଭୁଜର ସର୍ବାଧିକ ମୂଲ୍ୟ ୧୦୦ ରୁ ୨୦୦ ଟଙ୍କା ହୋଇଥିବାବେଳେ, ଏପରି ଏକ ତରଭୁଜ ରହିଛି, ଯାହାର ମୂଲ୍ୟ ଲକ୍ଷେ ଟଙ୍କାରୁ ବି ଅଧିକ ।
ଏହି ବିରଳ ତରଭୁଜ ଜାପାନରେ ମିଳିଥାଏ । ଏହାକୁ ଦୁନିଆର ସବୁଠାରୁ ଦାମୀ ତରଭୁଜ ବୋଲି କୁହାଯାଏ । ଏହି ତରଭୁଜ ଡେନସୁକ୍ ପ୍ରଜାତିର, ଯାହାକୁ କଳା ତରଭୁଜ ମଧ୍ୟ କୁହାଯାଏ । ଏହା କେବଳ ଜାପାନର ହୋକାଇଡୋ ଦ୍ୱୀପର ଉତ୍ତର ଅଞ୍ଚଳରେ ଦେଖିବାକୁ ମିଳେ । ଏହି ବିରଳ ପ୍ରକାରର ତରଭୁଜର ଅମଳ ବହୁତ କମ୍ । ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ଡେନ୍ସୁକ୍ ପ୍ରଜାତିର ଏହି ତରଭୁଜ ଗୋଟିଏ ବର୍ଷରେ କେବଳ ୧୦୦ଟି ଉତ୍ପାଦିତ ହୁଏ । ଏହି କାରଣରୁ ଏହାକୁ ବଜାରରେ ପାଇବା ବହୁତ କଷ୍ଟକର ।
ଡେନସୁକ୍ ପ୍ରଜାତିର ତରଭୁଜ ଏତେ ସ୍ୱତନ୍ତ୍ର ଯେ ପ୍ରତିବର୍ଷ ଏହାର ନିଲାମୀ ମଧ୍ୟ ହୋଇଥାଏ । ଏହି ପ୍ରଜାତିର ତରଭୁଜ ଥରେ ୪.୫ ଲକ୍ଷ ଟଙ୍କାରେ ନିଲାମୀ ହୋଇଥିଲା ।
ଏହି କଳା ତରଭୁଜ ଦୁନିଆର ସବୁଠାରୁ ମହଙ୍ଗା ଏବଂ ବିରଳ ତରଭୁଜ ଭାବେ ବିବେଚନା କରାଯାଏ । ଏହାର ବିଶେଷତ୍ୱ ହେତୁ ଏହା ବହୁତ କ୍ୱଚିତ୍ ମିଳେ । ଏହି ତରଭୁଜ ବାହାରୁ ଚକଚକିଆ ଏବଂ କଳା ଦେଖାଯାଉଥିବା ବେଳେ ଭିତର ଲାଲ ରଙ୍ଗର ହୋଇଥାଏ । ଏହା ଅନ୍ୟ ତରଭୁଜ ଅପେକ୍ଷା ସ୍ୱାଦରେ ବେଶ୍ ମିଠା ଏବଂ ଏଥିରେ ବହୁତ କମ୍ ମଞ୍ଜି ମଧ୍ୟ ଥାଏ । ପ୍ରଥମ ଫସଲର ତରଭୁଜ କେବଳ ମହଙ୍ଗା ହୋଇଥାଏ । ବାକିଗୁଡ଼ିକ ୧୯ ହଜାର ଟଙ୍କା ମୂଲ୍ୟରେ ବିକ୍ରି ହୋଇଥାଏ ।