ସ୍ପେଶାଲ

ଆଉ ନାହିଁ ‘ଏନ୍‌ ଏନ୍‌’! ଦୁନିଆର ସବୁଠୁ ବୟସ୍କ ପାଣ୍ଡାକୁ ଏଥିପାଇଁ ଦିଆଗଲା ଇଚ୍ଛାମୃତ୍ୟୁ

ବିଶ୍ୱର ସବୁଠୁ ବୟସ୍କ ନର ପାଣ୍ଡା ‘ଏନ୍‌ ଏନ୍‌’ର ହଂକଂର ଏକ ଥିମ୍‌ ପାର୍କରେ ମୃତ୍ୟୁ ଘଟିଛି। ଖବର ମୁତାବକ, ଅନେକ ଦିନ ହେବ ତା’ର ସ୍ୱାସ୍ଥ୍ୟାବସ୍ଥା ଠିକ୍‌ ନ ଥିଲା। ଏନ୍‌ ଏନ୍‌ ପାଣ୍ଡାକୁ ଇଚ୍ଛାମୃତ୍ୟୁ ଦିଆଯାଇଛି। ଏହି ପାଣ୍ଡାର ବୟସ ୩୫ ବର୍ଷ ଥିଲା, ଯାହା ମଣିଷର ୧୦୫ ବର୍ଷ ବୟସ ବରାବର ହୋଇଥାଏ।

ଚୀନ ୧୯୯୯ରେ ଏନ୍‌ ଏନ୍‌ ଏବଂ ଜିୟା ଜିୟା ନାମ୍ନୀ ମାଈ ପାଣ୍ଡାକୁ ହଂକଂକୁ ଭେଟି ଦେଇଥିଲା। ସେବେଠାରୁ ଏହି ଦୁଇଟି ପାଣ୍ଡା ଓସେନ ପାର୍କରେ ରହି ଆସୁଥିଲେ। ଚୀନ ସଂରକ୍ଷଣ ଏବଂ ଅନୁସନ୍ଧାନ କେନ୍ଦ୍ରଠୁ ପରାମର୍ଶ ନିଆଯିବା ପରେ ଗୁରୁବାର ସକାଳ ୮ଟା ୪୦ରେ ଏନ୍‌ ଏନ୍‌ ପାଣ୍ଡାକୁ ଇଚ୍ଛାମୃତ୍ୟୁ ଦିଆଯାଇଛି।

ହଂକଂ ପାର୍କର ବୟାନ ମୁତାବକ, ଗତ କିଛି ସପ୍ତାହ ହେବ ଏନ୍‌ ଏନ୍‌ ଠିକ୍‌ ଭାବେ ଭୋଜନ ଗ୍ରହଣ କରୁ ନ ଥିଲା, ଯେଉଁ କାରଣରୁ ତା’ର ସ୍ୱାସ୍ଥ୍ୟ ଖରାପ ଆଡ଼କୁ ଗତି କରିଥିଲା। ପାଣ୍ଡାର ଏହି ଅବସ୍ଥାକୁ ଆଦୌ ଦେଖାଯାଇ ପାରୁ ନ ଥିଲା।

ଶେଷରେ ଓସେନ ପାର୍କ ଏବଂ କୃଷି ମତ୍ସ୍ୟ ପାଳନ ଓ ସଂରକ୍ଷଣ ବିଭାଗର ପଶୁ ଚିକିତ୍ସକମାନେ ଚୀନ ସଂରକ୍ଷଣ ଏବଂ ଅନୁସନ୍ଧାନ କେନ୍ଦ୍ରଠୁ ପରାମର୍ଶ ଲୋଡ଼ିଥିଲେ। ଏହାପରେ ପଶୁ କଲ୍ୟାଣ କାରଣଗୁଡ଼ିକ ଆଧାରରେ ଏନ୍‌ ଏନ୍‌କୁ ଇଚ୍ଛାମୃତ୍ୟୁ ଦିଆଯାଇଥିଲା। ତେବେ ଏହି ନିର୍ଣ୍ଣୟ ଅତ୍ୟନ୍ତ କଠିନ ଓ ଦୁଃଖଦ ଥିଲା।

ସେପଟେ ଏନ୍‌ ଏନ୍‌ର ମୃତ୍ୟୁରେ ଫେସ୍‌ବୁକରେ ଏକ ପୋଷ୍ଟ ସେୟାର କରାଯାଇଛି, ଯେଉଁଥିରେ ଲେଖାଯାଇଛି, ‘ଯଦି ଆପଣ ବ୍ୟକ୍ତିଗତ ରୂପେ ଏନ୍‌ ଏନ୍‌ର ଅନ୍ତିମ ଯାତ୍ରା ଦେଖିବାକୁ ଆସିପାରୁ ନାହାନ୍ତି, ତା’ ହେଲେ ପୋଷ୍ଟ ଉପରେ ପାଣ୍ଡାକୁ ଅନ୍ତିମ ଶ୍ରଦ୍ଧାଞ୍ଜଳି ଦେଇ ପାରିବେ’। ସୂଚନାଥାଉ କି, ବର୍ଷ ୨୦୧୬ରେ ଜିୟା ଜିୟା ପାଣ୍ଡାର ୩୬ ବର୍ଷ ବୟସରେ ମୃତ୍ୟୁ ଘଟିଥିଲା।

Roshni

Recent Posts

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

14 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

29 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

42 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

42 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

8 hours ago

ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…

9 hours ago