ଦୁନିଆର କିଛି ଅଦ୍ଭୁତ ମହିଳା, ଯେଉଁମାନଙ୍କ ବିଷୟରେ ଶୁଣିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ

ଦୁନିଆରେ ଏପରି ଅନେକ ଲୋକ ରହିଛନ୍ତି, ଯିଏ ନିଜର ଅଜୀବ ସଉକ ପାଇଁ ବିଶ୍ୱ ବିଖ୍ୟାତ। ଏମାନେ ନିଜର ଏକ ସଉକ ପାଇଁ ଗିନିଜ ବୁକ୍‌ ଅଫ ଓ୍ଵାଲର୍ଡ ନିଜ ନାମକୁ ସାମିଲ କରାଇପାରିଛନ୍ତି। ଆଜି ଆପଣଙ୍କୁ ଏପରି କେତେକ ମହିଳାମାନଙ୍କ ବିଷୟରେ ଜଣାଇବୁ, ଯେଉଁମାନେ ନିଜର ସଉକ କାରଣ ଯୋଗୁଁ ଚର୍ଚ୍ଚାରେ ରହିଥାନ୍ତି।

ଏହି ତାଲିକାରେ ରୁଷର ଏଲିନା ପ୍ରଥମରେ ରହିଛନ୍ତି। ଏଲିନାଙ୍କ ବୟସ ୩୫ ବର୍ଷ। ଏଲିନା ନିଜ ନଖକୁ ନେଇ ସର୍ବଦା ଚର୍ଚ୍ଚାରେ। ଏଲିନା ନିଜ ନଖର ନାମକୁ ବେବି ବୋଲି ରଖିଛନ୍ତି। ଏହି ନାମ ରଖିବାର ଏକ ସ୍ୱତନ୍ତ୍ର କାରଣ ମଧ୍ୟ ରହିଛି। ଏଲିନା ନିଜ ନଖର ଦେଖାଶୁଣା ନିଜ ପିଲା ଭଳି କରିଥାନ୍ତି। ଏହି ନଖର ଲମ୍ବା ୪.୭ ଇଞ୍ଚ। ଏଲନି ଏହି ନଖ ପାଇଁ ଗତ ପାଞ୍ଚ ବର୍ଷ ହେଲାଣି ନଖ କାଟିନାହାନ୍ତି। ନଖକୁ ମଜବୁତ କରିବା ପାଇଁ ଏଲିନା କେତେକ ଭିଟାମିନ ଔଷଧ ଖାଇଛନ୍ତି।

090

ନତାଲିଆ ପାତ୍ୟର୍କ ବିଶ୍ୱର ଜଣାଶୁଣା ଟେନିସ ଖେଳାଳି। ଆପଣ ଭାବୁଥିବେ ଟେନିସ ଖେଳାଳିଙ୍କ ନାମ ଏମାନଙ୍କ ମଧ୍ୟରେ କ’ଣ ପାଇଁ ରହିଛି। ସତ କହିବାକୁ ଗଲେ ନତାଲିଆ ଜଣେ ସାଧାରଣ ଖେଳଳି ନୁହନ୍ତି। ନତାଲିଆଙ୍କର ଜନ୍ମରୁ ଡାହାଣ ହାତ ହିଁ ନାହିଁ। ବିନା ଡାହାଣ ହାତରେ ଟେନିସ ଖେଳି ନତାଲିଆ ଅଲମ୍ପିକରେ ସ୍ୱର୍ଣ୍ଣ ପଦକ ହାସିଲ କରିଛନ୍ତି।

ସେହିଭଳି କଣ୍ଢେଇ ଭଳି ଦେଖାଯିବା ପାଇଁ ଜଣେ ଯୁବତୀ ନିଜ ଶରୀରରେ ୪୦ରୁ ଉର୍ଦ୍ଧ୍ୱ ସର୍ଜରୀ କରିଛନ୍ତି। ଏଥିପାଇଁ ତାଙ୍କୁ ୨୨ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡିଛି। ଏହି ଯୁବତୀଙ୍କ ନାମ ଓଫୋଲିଆ ଭିନିଟ୍‌। ଓଫୋଲିଆ ବାର୍ବି ଡଲ ଭଳି ଦେଖାଯିବା ପାଇଁ ୨୦୦୯ରୁ ନିଜ ଶରୀରରେ ଇଞ୍ଜେକସନ ନେବା ଆରମ୍ଭ କରି ଏପରି ସଜାଇଛନ୍ତି।

889

ଫ୍ଲୋରିଡାରେ ରହୁଥିବା ଡୋନାବିୟା ଓ୍ଵାକର ବିନା ହାତରେ ଜନ୍ମ ନେଇଥିଲେ କିନ୍ତୁ ହାତ ନଥିବା ଯୋଗୁଁ ମଧ୍ୟ ସେ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସେ ନିଜର ସବୁ କାମ ଗୋଡରେ କରିଥାନ୍ତି। ନିଜକୁ ଦେଶର ସେନାରେ ସାମିଲ କରାଇବାକୁ ଡୋନାବିୟାଙ୍କ ଇଚ୍ଛା। ଏହି ବାହାଦୁରୀ କାରଣରୁ ତାଙ୍କ ନାମ ଏହି ସୂଚୀରେ ରହିଛି।

78

ଆମେରିକାର ଫ୍ଲୋ ମେଲର ଦୁନିଆର ସବୁଠାରୁ ବୟସ୍କା ଆଥଲେଟ। ତାଙ୍କର ବୟସ ୮୪ ବର୍ଷ। କିନ୍ତୁ ବୟସକୁ ଖାତିର ନକରି ଆଜିପର୍ଯ୍ୟନ୍ତ ମଧ୍ୟ ଯୁବପିଢିଙ୍କ ପରି ଦୌଡିବା ଏବଂ ହାଇଜମ୍ପ କରନ୍ତି ମେଲର।

76

ସେହିଭଳି ୩୩ ବର୍ଷୀୟ ଅଲିଶା ୟଙ୍ଗ ଆମେରିକାର ଜଣେ ରେସଲର। ଏହି ମହିଳା ଜଣକ ଦୁନିଆର ସବୁଠାରୁ ଷ୍ଟ୍ରଙ୍ଗ ବଡି ରଖିଥିବା ରେକର୍ଡ ନିଜ ନାମରେ ହାସିଲ କରିଛନ୍ତି। କେବଳ ଏତିକି ନୁହେଁ, ଅନେକ ବଡି ବିଲିଡଂ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଟାଇଟଲ ମଧ୍ୟ ହାସିଲ କରିସାରିଛନ୍ତି।

5