ଗୁରୁବାର କରନ୍ତୁ କଦଳୀ ଗଛର ପୂଜା

ଗୁରୁବାର ଦିନ କଦଳୀ ଗଛର ପୂଜା କରନ୍ତୁ, ଦେବଗୁରୁ ବୃହସ୍ପତିଙ୍କ ସହ ଭଗବାନ ବିଷ୍ଣୁଙ୍କ ରହିବ ଆଶିର୍ବାଦ, ଜୀବନରେ ବଢିବ ସୁଖସମୃଦ୍ଧି

ଧର୍ମ ତଥା ଜ୍ୟୋତିଷ ଶାସ୍ତ୍ରରେ ଗୁରୁବାରର ଏକ ବିଶେଷ ମହତ୍ତ୍ୱ ରହିଛି । ଏହାକୁ ଦେବଗୁରୁ ବୃହସ୍ପତିଙ୍କ ଦିନ ଭାବରେ ଧରାଯାଏ । ବୃହସ୍ପତିଙ୍କ ସହ ଏହାକୁ ଭଗବାନ ବିଷ୍ଣୁଙ୍କ ଦିନ ମଧ୍ୟ କୁହାଯାଏ । ଦେବଗୁରୁ ବୃହସ୍ପତିଙ୍କୁ ବୃଦ୍ଧି କାରକ କୁହାଯାଏ । ଯେଉଁମାନଙ୍କ ଯାତକରେ ଦେବଗୁରୁଙ୍କ କୃପା ବର୍ଷଣ ହୁଏ ସେମାନଙ୍କୁ ଅପାର ଧନ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି । ସେମାନଙ୍କ ଧନ ସମ୍ପତ୍ତି ହୁ ହୁ ହୋଇ ବଢିଥାଏ | ଆଉ ମଧ୍ୟ ବିଶ୍ୱାସ ରହିଛିକି ଏହି ବାରରେ ଭଗବାନ ବିଷ୍ଣୁଙ୍କର ପୂଜା କଲେ ମା’ ଲକ୍ଷ୍ମୀ ସନ୍ତୁଷ୍ଟ ହୁଅନ୍ତି । ଆଉ ପ୍ରସନ୍ନ ହୋଇ ଧନଧାନ୍ୟରେ ପରିପୂର୍ଣ୍ଣ କରନ୍ତି | ଏମିତିରେ ଯଦି ଆପଣ ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି ଆଉ ଜୀବନରେ ଧନର ଅଭାବ ଦେଖାଦେଉଛି ତେବେ ଆପଣ ନିଶ୍ଚିନ୍ତ ରୂପେ ଗୁରୁବାର ଦିନ କିଛି ବିଶେଷ ଉପାୟ ଗୁଡିକ ପ୍ରତି ଅଧିକ ଧ୍ୟାନ ଦେବା ଉଚିତ । ତେବେ ଆସନ୍ତୁ ଏଉପରେ ଏକ ନଜର ପକାଇବା:

ପ୍ରତ୍ୟେକ ବ୍ୟକ୍ତିର ଜୀବନରେ କିଛି ନା କିଛି ସମସ୍ୟା ରହିଥାଏ। ଆଉ କିଛି ଅସୁବିଧା ଥାଉ କି ନଥାଉ କିନ୍ତୁ ଆର୍ଥିକ ସମସ୍ୟା ପ୍ରାୟ ସମସ୍ତଙ୍କ ପାଖରେ ରହିଥାଏ। ସମସ୍ତେ ସୁଖଶାନ୍ତିରେ ଜୀବନ ବିତାଇବାକୁ ଚାହାନ୍ତି। ଏଣୁ ଟଙ୍କା ଉପାର୍ଜନ କରିବାକୁ ଆପ୍ରାଣ ଉଦ୍ୟମ କରିଥାନ୍ତି। ଯଦି ଆପଣ ବି ଧନ ଅର୍ଜନ କରିବାକୁ ଚାହୁଁଛନ୍ତି, ତେବେ କେତେକ ସରଳ ଉପାୟ ରହିଛି, ଯାହାକୁ ଆପଣାଇ ଆପଣ ଧନବାନ ହୋଇପାରିବେ। ଆସନ୍ତୁ ଜାଣିବା କ’ଣ ସେହି ଉପାୟ…

ହିନ୍ଦୁ ଧର୍ମ ଅନୁସାରେ କୌଣସି ବି ଘରେ କିଛି ବି ପୂଜା ପାର୍ବଣରେ କଦଳୀ ଗଛର ବହୁତ ବଡ ଭୂମିକା ରହିଥାଏ। ସେ ସତ୍ୟନାରାୟଣ ପୂଜା ହେଉ ଗୁରୁବାର ଦିନ କିମ୍ବା ଅନ୍ୟ କୌଣସି ପୂଜା ହେଉ କଦଳୀ ପତ୍ର, ଫଳ, ଏବଂ ତାର ଗଛ ମଧ୍ୟ ବ୍ୟବହାର ହୋଇଥାଏ। କେବେ ଆପଣ ଭାବିଛନ୍ତି କି ସବୁ ମାଙ୍ଗଳିକ କାଯ୍ୟର୍ରେ କାହିଁକି ଏହାର ବ୍ୟବହାର କରାଯାଇଥାଏ। କଦଳୀ ଗଛ କେବଳ କାହିଁକି ଅନ୍ୟ କୌଣସି ଗଛ କାହିଁକି ବ୍ୟବହାର ହୋଇନଥାଏ। ତାହାଲେ ଆଜି ଆମେ ଆପଣଙ୍କ ମନରେ ଆସୁଥିବା ଦ୍ୱନ୍ଦକୁ ଦୂର କରିବା। ଆଜି ଆମେ ଆପଣଙ୍କୁ ଜଣାଇବୁ ଯେ କାହିଁକି ସମସ୍ତ ଶୁଭ କାର୍ଯ୍ୟରେ କଦଳୀ ଗଛ ବ୍ୟବହାର କରାଯାଏ।

– କୋଷାଧକ୍ଷ କୁବେରଙ୍କୁ ଧନର ଦେବତା କୁହାଯାଏ । ତାଙ୍କରି କୃପାରୁ ହିଁ ଧନ ସଂଚୟ ହୋଇଥାଏ । ତମ୍ବା ପାତ୍ରରେ କୁବେରଙ୍କ ଯନ୍ତ୍ର ଅଥବା ଏକ ଶ୍ରୀଯନ୍ତ୍ରର ଚିତ୍ର ଅଙ୍କନ କରି ନିଜ ମନିପର୍ସରେ ସବୁବେଳେ ରଖନ୍ତୁ । ଏହା ବ୍ୟତୀତ ଗୋମତୀ ଚକ୍ର, କେଶର, ହଳଦୀ ଖଣ୍ଡ ନିଜ ପର୍ସରେ ରଖିପାରନ୍ତି । ଏମିତି କରିବା ଦ୍ୱାରା ଧନ ବୃଦ୍ଧି ହୋଇଥାଏ । ଏହି ସମସ୍ତ ଜିନିଷକୁ ସମୃଦ୍ଧି କାରକ ଭାବରେ ଧରାଯାଏ ।

-ବିଶ୍ୱାସ ରହିଛିକି କଦଳୀ ଗଛରେ ସାକ୍ଷାତ ବିଷ୍ଣୁ ବାସ କରନ୍ତି । ଏହାକୁ ବୃହସ୍ପତିଙ୍କ ପ୍ରତୀକ ମଧ୍ୟ ମନାଯାଏ । ଗୁରୁବାର ଦିନ ଯେଉଁମାନେ କଦଳୀ ଗଛର ପୂଜା ଭକ୍ତି ସହକାରେ କରନ୍ତି ସେମାନଙ୍କ ଉପରେ ନାରାୟଣଙ୍କ କୃପା ଦୃଷ୍ଟି ରହିଥାଏ । ସେ ଭକ୍ତଙ୍କୁ ସୁଖ, ସମୃଦ୍ଧି, ଶାନ୍ତି ବରଦାନ ଆକାରରେ ଦେଇଥାନ୍ତି | ଏହା ସହ କଦଳୀ ଗଛକୁ ଶୁଭ ଓ ସମ୍ପନ୍ନତାର ପ୍ରତୀକ ଭାବରେ ଧରାଯାଏ ।

– ଯଦି ଆପଣଙ୍କ କୁଣ୍ଡଳୀ ଚକ୍ରରେ ଗୁରୁ ଖରାପ ସ୍ଥିତିରେ ଅଛନ୍ତି କିମ୍ବା ଆପଣଙ୍କ ବିବାହରେ ବାରମ୍ବାର ବାଧା ସୃଷ୍ଟି ହେଉଛି ତେବେ ଆପଣ କୌଣସି ଜଣେ ଜ୍ୟୋତିଷଙ୍କ ପରାମର୍ଶ ନେଇ ବୃହସ୍ପତିଙ୍କ ବ୍ରତ ରଖିବା ଉଚିତ । ଆଉ ଏହା ସହ କଦଳୀ ଗଛର ପୂଜା କରିବା ଉଚିତ । ଏମିତି କରିବା ଦ୍ୱାରା କୁଣ୍ଡଳୀରେ ଗୁରୁ ମଜବୁତ ସ୍ଥିତିକୁ ଆସିବା ସହ ବିବାହ ଜନିତ ବାଧା ଦୂର ହୋଇଥାଏ ।

– ଯେହେତୁ ଏହି ଦିନ କଦଳୀ ଗଛ ପୂଜା କରିବାର ଏକ ବିଧି ରହିଆସିଛି ତେଣୁ ଏହି ଦିନରେ କଦଳୀ ଖାଇବା ଉଚିତ ନୁହେଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.