ସ୍ପେଶାଲ

ଅନନ୍ତ ଚତୁର୍ଦ୍ଦଶୀରେ ପଡ଼ୁଛି ଅତି ଦୁର୍ଲ୍ଲଭ ସଂଯୋଗ; ଏହି ମୁହୂର୍ତ୍ତରେ ପୂଜା କଲେ ହୋଇଥାଏ ପାପର ନାଶ…ଜାଣନ୍ତୁ ଗଣେଶ ବିସର୍ଜନର ଶୁଭ ସମୟ

ଅନନ୍ତ ଚତୁର୍ଦ୍ଦଶୀ ଏକ ପବିତ୍ର ତିଥି। ଏହି ଦିନ ସାରା ଦେଶରେ ବଡ଼ ଧୁମ୍‌ଧାମରେ ଗଣପତିଙ୍କୁ ବିସର୍ଜନ କରାଯାଇଥାଏ। ଅନନ୍ତ ଚତୁର୍ଦ୍ଦଶୀ ଦିନ ଭଗବାନ ବିଷ୍ଣୁଙ୍କ ପୂଜାର ବିଧାନ ରହିଛି। ଏହି ଦିନ ଶ୍ରୀହରିଙ୍କ ଅନନ୍ତ ରୂପକୁ ପୂଜା କରାଯାଇଥାଏ। କହି ରଖୁଛୁ କି, ଚଳିତ ବର୍ଷ ଅନନ୍ତ ଚତୁର୍ଦ୍ଦଶୀ ତିଥି ସେପ୍ଟେମ୍ବର ୯ରେ ପାଳନ ହେବ। ଏଥି ସହିତ ୧୦ ଦିବସୀୟ ଗଣେଶ ମହୋତ୍ସବର ଏହା ହେବ ଶେଷ ଦିନ। ଏହି ଦିନ ଗଣପତିଙ୍କୁ ଜଳରେ ବିସର୍ଜନ କରି ଆଗାମୀ ବର୍ଷ ପୁଣିଥରେ ଆସିବାକୁ କାମନା କରାଯିବାର ବିଧି ରହିଛି।

ବିଶ୍ୱାସ ରହିଛି, ଗଣପତି ବପ୍ପା ଭକ୍ତମାନଙ୍କର ସମସ୍ତ ଦୁଃଖ, ସଙ୍କଟ ଓ ବାଧାବିଘ୍ନକୁ ନିଜ ସାଥୀରେ ନେଇ ଯାଆନ୍ତି ଏବଂ ଭକ୍ତଙ୍କ ଘରେ ସୁଖ, ସମୃଦ୍ଧି ବାସ ହୋଇଥାଏ। ବପ୍ପାଙ୍କ କୃପାରୁ ଭକ୍ତମାନଙ୍କୁ ସମସ୍ତ କାର୍ଯ୍ୟରେ ସିଦ୍ଧି ମିଳିଥାଏ। ଏଥର ଅନନ୍ତ ଚତୁର୍ଦ୍ଦଶୀରେ ଅତି ଦୁର୍ଲ୍ଲଭ ସଂଯୋଗ ସୃଷ୍ଟି ହେଉଛି। ଏହି ଦିନ ଶ୍ରୀହରିଙ୍କ ପୂଜା ଏବଂ ଗଣପତିଙ୍କ ବିସର୍ଜନରୁ ଶୁଭ ଫଳ ପ୍ରାପ୍ତ ହେବ। ପାପର ବିନାଶ ହେବ। ଆସନ୍ତୁ ଜାଣିବା, ଅନନ୍ତ ଚତୁର୍ଦ୍ଦଶୀରେ ସୃଷ୍ଟି ହେଉଥିବା ଦୁଇଟି ଶୁଭ ଯୋଗ ବିଷୟରେ।

ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ, ଅନନ୍ତ ଚତୁର୍ଦ୍ଦଶୀ ତିଥି ସେପ୍ଟେମ୍ବର ୮ ରାତି ୯ଟା ୨ ମିନିଟ୍‌ରୁ ଆରମ୍ଭ ହୋଇ ସେପ୍ଟେମ୍ବର ୯ ସନ୍ଧ୍ୟା ୬ଟା ୭ ମିନିଟ୍‌ ପର୍ଯ୍ୟନ୍ତ ରହିବ। ତେଣୁ ଉଦୟତିଥି ଅନୁସାରେ, ଚତୁର୍ଦ୍ଦଶୀ ତିଥି ୯ ତାରିଖରେ ପାଳନ କରାଯିବ। ଏହି ଦିନ ପୂଜାର ଶୁଭ ମୁହୂର୍ତ୍ତ ରହିଛି ସକାଳ ୬ଟା ୧୦ ମିନିଟ୍‌ରୁ ସନ୍ଧ୍ୟା ୬ଟା ୭ ମିନିଟ୍‌ ପର୍ଯ୍ୟନ୍ତ। ଅନନ୍ତ ଚତୁର୍ଦ୍ଦଶୀ ଦିନ ପୂଜାର ଅବଧି ମୋଟ ୧୧ ଘଣ୍ଟା ୫୮ ମିନିଟ୍‌ ରହିଛି।

ଏଥର ଅନନ୍ତ ଚତୁର୍ଦ୍ଦଶୀ ପର୍ବ ସେପ୍ଟେମ୍ବର ୯ରେ ପଡ଼ୁଥିବା ବେଳେ ଦୁଇଟି ଶୁଭ ସଂଯୋଗ ସୃଷ୍ଟି ହେଉଛି, ଯାହାକି ଦିନର ମହତ୍ତ୍ୱକୁ ଆହୁରି ବଢ଼ାଇ ହେବ। କହି ରଖୁଛୁ, ଏହି ଦିନ ସୁକର୍ମା ଓ ରବି ଯୋଗର ସଂଯୋଗ ସୃଷ୍ଟି ହେଉଛି। ବିଶ୍ୱାସ ରହିଛି କି, ସୁକର୍ମା ଯୋଗରେ କରାଯାଇଥିବା ଶୁଭ କାର୍ଯ୍ୟରେ ସଫଳତା ମିଳିଥାଏ। ସେହିପରି ରବି ଯୋଗରେ ହୋଇଥିବା ପୂଜାରୁ ଭକ୍ତମାନଙ୍କୁ ପାପରୁ ମୁକ୍ତି ମିଳିଥାଏ। ଏହି ଦିନ ଶୁଭ ସଂଯୋଗରେ ଶ୍ରୀହରି ପୂଜା ବିଶେଷ ଫଳଦାୟୀ ପ୍ରମାଣିତ ହୋଇଥାଏ।

ସୁକର୍ମା ଯୋଗ: ୮ ସେପ୍ଟେମ୍ବର ରାତି ୯ଟା ୪୧ ମିନିଟ୍‌ରୁ ୯ ସେପ୍ଟେମ୍ବର ସନ୍ଧ୍ୟା ୬ଟା ୧୨ ମିନିଟ୍‌ ପର୍ଯ୍ୟନ୍ତ ରହିବ।

ରବି ଯୋଗ: ୯ ସେପ୍ଟେମ୍ବର ସକାଳ ୬ଟା ୧୦ ମିନିଟ୍‌ରୁ ପୂର୍ବାହ୍ନ ୧୧ଟା ୩୫ ମିନିଟ୍‌ ପର୍ଯ୍ୟନ୍ତ ରହିବ।

ଗଣେଶ ବିସର୍ଜନର ଶୁଭ ମୁହୂର୍ତ୍ତ

ପ୍ରାତଃ ମୁହୂର୍ତ୍ତ: ସକାଳ ୬ଟା ୩ ମିନିଟ୍‌ରୁ ପୂର୍ବାହ୍ନ ୧୦ଟା ୪୪ ମିନିଟ୍‌ ପର୍ଯ୍ୟନ୍ତ।

ଦ୍ୱିପ୍ରହର ମୁହୂର୍ତ୍ତ: ଦ୍ୱିପ୍ରହର ୧୨ଟା ୧୮ ମିନିଟ୍‌ରୁ ୧ଟା ୫୨ ମିନିଟ୍‌ ପର୍ଯ୍ୟନ୍ତ।

ସନ୍ଧ୍ୟା ମୁହୂର୍ତ୍ତ: ସନ୍ଧ୍ୟା ୫ଟାରୁ ୬ଟା ୩୧ ମିନିଟ୍‌ ପର୍ଯ୍ୟନ୍ତ।

Roshni

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

17 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

19 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

59 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

1 hour ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

1 hour ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

2 hours ago