ମଙ୍ଗଳବାର କରନ୍ତୁ ଏପରି ପୂଜା, ଆର୍ଥିକ ବୃଦ୍ଧି ସହିତ ଦୂରେଇଯିବ ଆପଣଙ୍କର ସବୁ ସଙ୍କଟ

ମଙ୍ଗଳବାର ଦିନ ହନୁମାନଙ୍କ ପୂଜା କରାଯାଏ। ମାନ୍ୟତା ରହିଛି କି ଏହିଦିନ ବିଧିବିଧାନରେ ପୂଜା କରିବା ଦ୍ୱାରା ହନୁମାନ ପ୍ରସନ୍ନ ହୋଇଥାନ୍ତି। ପ୍ରଭୁ ବଜରଙ୍ଗବାଲି ନିଜ ଭକ୍ତର ସମସ୍ତ ସଙ୍କଟ ହରଣ କରନ୍ତି। ମଙ୍ଗଳବାର ଦିନ ଏଥିପାଇଁ ଉପବାସ କରାଯାଏ ଏବଂ ଆପଣ ଯଦି କୌଣସି ଶାରୀରିକ ସଙ୍କଟରେ ଗତି କରୁଥାନ୍ତି, ତେବେ ଆପଣଙ୍କୁ ଏଥିରୁ ମୁକ୍ତି ମିଳିଥାଏ। କେବଳ ଏତିକି ନୁହେଁ କୁଣ୍ଡଳୀରେ ମଙ୍ଗଳଦୋଷ ରହିଲେ ମଧ୍ୟ ମଙ୍ଗଳବାର ଦିନ ହନୁମାନ ପୂଜା କରିବାର ଉପାୟ କୁହାଯାଏ। ମଙ୍ଗଳବାର ଦିନ ଯଦି ଆପଣ କିଛି ଉପାୟ କରିଥାନ୍ତି, ତେବେ ଜୀବନରେ ଆସୁଥିବା ସମସ୍ତ ସଂକଟ ଦୂର ହୋଇଯାଏ।

ମଙ୍ଗଳବାର ଦିନ ମଙ୍ଗଳଙ୍କ ଦିନ ବୋଲି କୁହାଯାଏ। ଏହି ଦିନ ହନୁମାନଙ୍କ ପୂଜା କରାଯାଏ। ମଙ୍ଗଳବାର ଦିନ ସଂପୂର୍ଣ୍ଣ ବିଧି ବିଧାନରେ ହନୁମାନଙ୍କ ପୂଜା କରିବା ଦ୍ୱାରା ସମସ୍ତ ସଙ୍କଟ ଦୂର ହୋଇଥାଏ। କିନ୍ତୁ ଏମିତି କିଛି କାମ ଆମେ ଅଜାଣରେ କରିଥାଉ, ତାହା ଯୋଗୁଁ ଜୀବନ ଉପରେ ଖରାପ ପ୍ରଭାବ ପଡିଥାଏ। ତେଣୁ ମଙ୍ଗଳବାର ଦିନ ଏମିତି କିଛି ଅଶୁଭ କାମ ରହିଛି, ଯାହାକୁ କରିବା ଅନୁଚିତ। ଏହାର ଅଶୁଭ ପ୍ରଭାବ ଜୀବନରେ ଉପରେ ପଡିଥାଏ। ତେଣୁ ଜାଣନ୍ତୁ ମଙ୍ଗଳବାର ଦିନ କେଉଁ କାମ ବିଲକୁଲ୍‌ କରିବା ଅନୁଚିତ।

ମଙ୍ଗଳବାର ଦିନ କ’ଣ ଉପାୟ କରିବା ଉଚିତ:

–ମଙ୍ଗଳବାର ଦିନ ଯଦି ଆପଣ ବଜରଙ୍ଗବାଣ ପାଠ କରୁଥାନ୍ତି, ତେବେ ଜୀବନରେ ସମସ୍ତ ଶତ୍ରୁ ନାଶ ହୋଇଥାଏ। ଏହି ପାଠ ୨୧ ଦିନ ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ସ୍ଥାନରେ ବସି କରିବା ଉଚିତ।

– ଯଦି କୌଣସି ବ୍ୟକ୍ତି ଶାରୀରିକ ଭାବେ ପୀଡିତ ଥାନ୍ତି, ତେବେ ମଙ୍ଗଳବାର ଦିନ ଏକ ପାତ୍ରରେ ଜଳ ଭରି ହନୁମାନଙ୍କ ପ୍ରତିମା ରଖିବା ଉଚିତ। ଏହା ସହିତ ହନୁମାନ ଚାଳିଶା ୨୧ କିମ୍ବା ୨୬ ଦିନ ପର୍ଯ୍ୟନ୍ତ ପାଠ କରିବା ଉଚିତ। ପାଠ ପୁରା ହେବା ପରେ ସେହି ଜଳକୁ ଗ୍ରହଣ କରି ସେଠାରେ ଅଲଗା ଜଳ ରଖିଦିଅନ୍ତୁ।

– ଯଦି ଆପଣଙ୍କୁ ଭୂତ-ପ୍ରେତ କିମ୍ବା ଅନ୍ଧାରକୁ ଡର ଲାଗିଥାଏ, ତେବେ ମଙ୍ଗଳବାର ଦିନ ହନୁମାନଙ୍କ ପୂଜା କରି ଓଁ ହଂ ହନୁମତେ ନମଃ ମନ୍ତ୍ର ୧୦୮ ଥର ଜପ କରନ୍ତୁ।

– ମଙ୍ଗଳବାର ଦିନ ହନୁମାନ ମନ୍ଦିରରେ ଗୁଡ ଏବଂ ଚଣାର ପ୍ରସାଦ ଚଢାନ୍ତୁ। ଏବଂ ଏହି ପ୍ରସାଦକୁ ୨୧ ମଙ୍ଗଳବାର ପର୍ଯ୍ୟନ୍ତ ଚଢାନ୍ତୁ। ଏହା ପରେ ହନୁମାନଙ୍କୁ ବସ୍ତ୍ର ଅର୍ପଣ କରନ୍ତୁ। ଏମିତି କଲେ ଜୀବନରେ ସୁଖ ଶାନ୍ତି ଓ ସମୃଦ୍ଧି ଆସିଥାଏ।

– ହନୁମାନଙ୍କ ପ୍ରତିମା ସାମ୍ନାରେ ବସି ମଙ୍ଗଳବାର ଦିନ ହନୁମାନ ଚାଳିଶା ପାଠ କରିବା ଦ୍ୱାରା କୁଣ୍ଡଳୀରେ ଆସିବାକୁ ଥିବା ମଙ୍ଗଳଦୋଷ ଶେଷ ହୋଇଯାଏ।

କରନ୍ତୁ ନାହିଁ ଏହି କାମ:

-ମଙ୍ଗଳବାର ଦିନ ହନୁମାନଙ୍କ ପୂଜା କରାଯାଏ। ଏହି ଦିନ ଭୁଲ୍‌ରେ ମଧ୍ୟରେ ଚିକେନ କିମ୍ବା ନିଶାଦ୍ରବ୍ୟ ସେବନ କରିବା ଉଚିତ ନୁହେଁ। କୁହାଯାଏ, ଏମିତି କଲେ ପବନ ପୁତ୍ର ହନୁମାନ କୋପ କରନ୍ତି। ଆପଣଙ୍କ ଉପରେ ଏବଂ ପରିବାର ଉପରେ ନକାରାତ୍ମକ ପ୍ରଭାବ ପଡିଥାଏ।

-ମଙ୍ଗଳବାର ଦିନ କେଶ କାଟିବା, ସେଭିଂ ହେବା କିମ୍ବା ନଖ କାଟିବା ଅଶୁଭ ହୋଇଥାଏ। ମାନ୍ୟତା ଅନୁଯାୟୀ ମଙ୍ଗଳବାର ଦିନ ଏହିସବୁ କାମ କରିବା ଦ୍ୱାରା ଧନ ଏବଂ ବୁଦ୍ଧି କମ୍‌ ହୋଇଯାଏ। ଶାସ୍ତ୍ର ମୁତାବକ, ମଙ୍ଗଳବାର ଦିନ ଚୁଟି କାଟିବା ବୟସ ୮ ମାସ କମ୍‌ ହୋଇଯାଏ।

-ମଙ୍ଗଳବାର ଦିନ ଭୁଲରେ ମଧ୍ୟ କୌଣସି ଧାରୁଆ ଜିନିଷ କିଣନ୍ତୁ ନାହିଁ। କଇଁଚି କିମ୍ବା କଣ୍ଟା ଇତ୍ୟାଦି କିଣନ୍ତୁ ନାହିଁ। ଏମିତି କରିବା ଦ୍ୱାରା ଘରେ ପରିବାରରେ କଳହ ବଢିଥାଏ।

-ମଙ୍ଗଳବାର ଦିନ ପୂଜା କିମ୍ବା ଶୁଭ କାର୍ଯ୍ୟରେ କଳା ରଙ୍ଗର କପଡା ପିନ୍ଧିବା ଉଚିତ ନୁହେଁ। ମଙ୍ଗଳବାର ଦିନ କଳା ରଙ୍ଗର କପଡା ପିନ୍ଧିବା ଦ୍ୱାରା ଶନି ପ୍ରଭାବ ପଡିଥାଏ। ମାନ୍ୟତା ମୁତାବକ, ଶନି ଏବଂ ମଙ୍ଗଳର ସଂଯୋଗ ବହୁତ କଷ୍ଟକାରୀ ହୋଇଥାଏ। ମଙ୍ଗଳବାର ଦିନ ଲାଲ ରଙ୍ଗର କପଡା ପିନ୍ଧିବା କିମ୍ବା ଦାନ କରିବା ଶୁଭ ହୋଇଥାଏ।

-ମଙ୍ଗଳବାର ଦିନ କୌଣସି ପ୍ରକାର କାମରେ ନିବେଶ କରନ୍ତୁ ନାହିଁ। ଏମିତି କଲେ କାର୍ଯ୍ୟରେ ଅସଫଳତା ମିଳିବ। ଏହି ଦିନ ମଧ୍ୟ କାହାକୁ ଉଧାର ଦିଅନ୍ତୁ ନାହିଁ କିମ୍ବା ଉଧାର ନିଅନ୍ତୁ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.