କଠୋର ସାଧନା ଏବଂ ବ୍ରହ୍ମରେ ଲୀନ ହେବା କାରଣରୁ ତାଙ୍କର ନାମ ବ୍ରହ୍ମଚାରିଣୀ, ଜାଣନ୍ତୁ ଉପାସନା କଲେ କ’ଣ ମିଳିବ ଲାଭ

ହିନ୍ଦୁ ଧର୍ମରେ ନବରାତ୍ରିର ବିଶେଷ ମହତ୍ତ୍ୱ ରହିଥାଏ। ଚୈତ୍ର ନବରାତ୍ରି ଆରମ୍ଭ ହୋଇଯାଇଛି।  ନବରାତ୍ରିରେ ମା’ ୯ଟି ସ୍ୱରୂପରେ ଭକ୍ତଙ୍କୁ ଦର୍ଶନ ଦେବେ। ମାନ୍ୟତା ରହିଛି ଯେ ଏହି ମାସରେ ମା’ଙ୍କର ବ୍ରତକୁ ସଠିକ୍ ରୂପେ ପାଳନ କଲେ ସବୁ ମନସ୍କାମନା ପୂର୍ଣ୍ଣ ହୁଏ। ବିଶ୍ୱାସ ରହିଛି ଯେ ମା’ ଦୁର୍ଗାଙ୍କୁ ପୂଜା କଲେ ଜୀବନରେ ସବୁ ସମସ୍ୟାର ସମାଧାନ ହୋଇଯାଏ। ଘରେ ସୁଖ ସମୃଦ୍ଧି ବଢ଼େ।

ନବରାତ୍ରିର ଆଜି ହେଉଛି ଦ୍ୱିତୀୟ ଦିନ। ଆଜିର ଦିନରେ ମା’ ବ୍ରହ୍ମଚାରିଣୀଙ୍କୁ ଉପାସନା କରିବା । ମା’ ବ୍ରହ୍ମଚାରିଣୀ ଭଗବାନ ଶିବଙ୍କୁ ସ୍ୱାମୀ ରୂପରେ ପାଇବା ପାଇଁ ଘୋର ତପସ୍ୟା କରିଥିଲେ। ଏହି କାରଣ ଯୋଗୁଁ ତାଙ୍କୁ ବ୍ରହ୍ମଚାରିଣୀ ନାମରେ ଜଣାଯାଏ। ମା’ ବ୍ରହ୍ମଚାରିଣୀଙ୍କ ପୂଜା ମଙ୍ଗଳ ଗ୍ରହର ଖରାପ ପ୍ରଭାବକୁ କମ୍ କରିଥାଏ।

ମା’ ବ୍ରହ୍ମଚାରିଣୀଙ୍କୁ ଜ୍ଞାନ, ତପସ୍ୟା ଏବଂ ବୈରାଗ୍ୟର ଦେବୀ ବୋଲି କୁହାଯାଏ। କଠୋର ସାଧନା ଏବଂ ବ୍ରହ୍ମରେ ଲୀନ ହେବା କାରଣରୁ ତାଙ୍କର ନାମ ବ୍ରହ୍ମଚାରିଣୀ। ବିଦ୍ୟାର୍ଥୀ ଏବଂ ତପସ୍ୱୀଙ୍କ ପାଇଁ ମା’ଙ୍କ ପୂଜା କରିବା ଶୁଭଫଳ ଦେଇଥାଏ। ଯେଉଁ ଲୋକଙ୍କର ସ୍ୱାଧିଷ୍ଠାନ ଚକ୍ର ଦୁର୍ବଳ ରହିଥାଏ ସେମାନେ ମା’ ବ୍ରହ୍ମଚାରିଣୀଙ୍କୁ ଉପସନା କରିବା ଦ୍ୱାରା ଅନେକ ଲାଭ ମିଳିଥାଏ।

କ’ଣ ରହିଛି ମା’ଙ୍କ ପୂଜା ବିଧି :

ମା’ ବ୍ରହ୍ମଚାରିଣୀଙ୍କ ଉପାସନା ସମୟରେ ହଳଦିଆ କିମ୍ବା ଧଳା ବସ୍ତ୍ର ପିନ୍ଧିବା ଉଚିତ। ମା’ଙ୍କ ଧଳା ରଙ୍ଗର ବସ୍ତୁ ଅର୍ପଣ କରନ୍ତୁ। ଯେପରିକି ମିଶରି, ଚିନି, ପଞ୍ଚାମୃତ। ଜ୍ଞାନ ଏବଂ ବୈରାଗ୍ୟ ପାଇଁ କୌଣସି ମନ୍ତ୍ର ଜପ କରିପାରନ୍ତି। ମା’ ବ୍ରହ୍ମଚାରିଣୀଙ୍କ ପାଇଁ ‘ଓଁ ଏଁ ନମଃ’ ଜପ କରନ୍ତୁ। ଏହିଦିନରେ ଜଳୀୟ ଆହାର ଏବଂ ଫଳାହାର କରନ୍ତୁ।

ମା’ଙ୍କୁ ଦିଅନ୍ତୁ ବିଶେଷ ପ୍ରସାଦ:

ଦ୍ବିତୀୟ ଦିନରେ ମା’ଙ୍କୁ ଚିନିରେ ଭୋଗ ଲଗାନ୍ତୁ। ଭୋଗ ଲଗାଇବା ପରେ ଏହାକୁ ଘରର ସଦସ୍ଯ ମାନଙ୍କୁ ଦିଅନ୍ତୁ। ଏମିତି କରିବା ଦ୍ବାରା ଘର ଲୋକଙ୍କ ଦୀର୍ଘାୟୁଷ ବରଦାନ ମିଳିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.