ସ୍ପେଶାଲ

ନବରାତ୍ରିର ଷଷ୍ଠଦିନରେ କରନ୍ତୁ ମା’ କାତ୍ୟାୟନୀଙ୍କ ପୂଜା, ବିବାହ ଜନିତ ସମସ୍ୟା ହେବ ଦୂର

ଆଜି ନବରାତ୍ରିର ଷଷ୍ଠ ଦିନ। କାତ୍ୟାୟନୀ ହେଉଛନ୍ତି ନବଦୁର୍ଗାଙ୍କ ଷଷ୍ଠ ଅବତାର । ଆଜିର ଦିନରେ ମା କାତ୍ୟାୟନୀଙ୍କୁ ପୂଜା କରାଯାଇଥାଏ। ନବରାତ୍ର ସମୟରେ କାତ୍ୟାୟନୀ ରୂପରେ ହିନ୍ଦୁ ଶକ୍ତି ଦେବୀ ପାର୍ବତୀଙ୍କ ଆରାଧନା କରାଯାଇଥାଏ । ଦେବୀ ଦୁର୍ଗାଙ୍କ ୯ଟି ସ୍ୱରୂପ ମଧ୍ୟରେ ମା କାତ୍ୟାୟନୀଙ୍କ ପୂଜା କରିବା ଦ୍ୱାରା ଶୁଭ ଫଳ ପ୍ରାପ୍ତି ହୋଇଥାଏ। ଶକ୍ତି ଉପାସନା କ୍ଷେତ୍ରରେ କାତ୍ୟାୟନୀଙ୍କୁ ଶକ୍ତିର ଅବତାର ଦେବୀ ରୂପରେ ବିକଟାଳ ତଥା ଶକ୍ତିମୟୀ ରୂପରେ ଭଦ୍ରକାଳୀ ଓ ଚନ୍ଦ୍ରିକା ଅବତାରରେ ଉପାସନା କରାଯାଇଥାଏ । ତେବେ ଆସନ୍ତୁ ଜାଣିବା ମାତାଙ୍କ ଏହି ରୂପ କିପରି, ପୌରାଣିକ କଥା ଏବଂ ପୂଜା ବିଧି।

ମାତାଙ୍କ ସ୍ୱରୂପ

ମା କାତ୍ୟାୟନୀଙ୍କ ସ୍ୱରୂପ ଅତ୍ୟନ୍ତ ଭୟ ଏବଂ ଦିବ୍ୟ। ମା କାତ୍ୟାୟନୀ ସୁନା ଭଳି ଚମିକିଥାନ୍ତି। ଦେବୀ କାତ୍ୟାୟନୀଙ୍କର ଚାରି ଭୁଜା। ମାଙ୍କ କାତ୍ୟାୟନୀଙ୍କ ବାହାନ ହେଉଛନ୍ତି ସିଂହ।

ମା କାତ୍ୟାୟନୀଙ୍କ ପୌରାଣିକ କଥା

ମା ଦୁର୍ଗାଙ୍କ ଏହି ସ୍ୱରୂପର ପ୍ରାଚୀନ କଥା ଅନୁଯାୟୀ, ଏକ ପ୍ରସିଦ୍ଧ ମହର୍ଷି, ଯାହାଙ୍କ ନାମ କାତ୍ୟାୟନୀ ରହିଥିଲ। ମହର୍ଷି ଜଗଦମ୍ବାଙ୍କୁ ପୁତ୍ରୀ ରୂପରେ ପାଇବା ପାଇଁ କଠିନ ତପସ୍ୟା କରିଥିଲେ। ହଜାର ବର୍ଷ କଠିନ ତପସ୍ୟା ପରେ ପଶ୍ଚାତ୍‌ ମହର୍ଷି କାତ୍ୟାୟନୀଙ୍କ ଏଠାରେ ଦେବୀ ଜଗଦମ୍ବା ପୁତ୍ରୀ ରୂପରେ ଜନ୍ମ ନେଇଥିଲେ ଏବଂ କାତ୍ୟାୟନୀ କୁହାଯାଇଥିଲ। ମା ବହୁତ ଗୁଣବତୀ। ମା କାତ୍ୟାୟନୀ ଅମୋଘ ଫଳଦାୟିନୀ। ଏହି ଦିନ ସାଧକଙ୍କ ମନ ଆଜ୍ଞା ଚକ୍ରରେ ସ୍ଥିତ ରହିଥାନ୍ତି। ଯୋଗ୍ୟ ସାଧନାରେ ଏହି ଆଜ୍ଞା ଚକ୍ରର ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ସ୍ଥାନ। ଏହି ଦିନ ଜାତକର ମନ ଆଜ୍ଞା ଚକ୍ରରେ ସ୍ଥିତି ହେବା କାରଣରୁ ମା କାତ୍ୟାୟନୀଙ୍କ ସାଧାରଣ ରୂପରେ ଦର୍ଶନ ପ୍ରାପ୍ତ ହୋଇଥାଏ। ସାଧକ ଏହି ଲୋକରେ ରହିବା ସହ ଅଲୌକିକ ତେଜ ସହ ଯୋଡି ହୋଇ ରହିଥାନ୍ତି।

କାତ୍ୟାୟନୀ ଦେବୀ ପୂଜାର ମହାଉପାୟ : 

ଯଦି କୌଣସି ବ୍ୟକ୍ତିଙ୍କ ବିବାହରେ ବିଭିନ୍ନ ପ୍ରକାର ସମସ୍ୟା ଦେଖାଯାଇଥାଏ ତେବେ ଆଜିର ଦିନରେ ଏହି ବ୍ୟକ୍ତି ମାତାଙ୍କ ବିଶେଷ ରୂପେ ପୂଜା-ଆରାଧନା କରିବା ଉଚିତ। ଆଜିର ଦିନରେ ମା କାତ୍ୟାୟନୀଙ୍କ ବିଧି ପୂର୍ବକ ସ୍ତୁତି କରିବା ଦ୍ୱାରା ସୁଖଦ ବୈବାହିକ ଜୀବଦର ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ଏବଂ ସମସ୍ତ ମନସ୍କାମନା ପୂରଣ ହୋଇଥାଏ। ଯେଉଁ ସାଧକଙ୍କ ବିବାହ ସମ୍ବନ୍ଧିତ ସମସ୍ୟା ଦେଖାଯାଇଥାଏ, ଏହି ଦିନ ମାଙ୍କୁ ଖଣ୍ଡ ହଳଦୀ ଅର୍ପିତ କରିବା ଦ୍ୱାରା ମା ଉତ୍ତମ ଫଳ ପ୍ରଦାନ କରିଥାନ୍ତି।

ମା କାତ୍ୟାୟନୀଙ୍କ ପୂଜା ବିଧି :

ନବରାତ୍ରିର ଷଷ୍ଠ ଦିନରେ ସ୍ନାନ ସାରି ଧ୍ୟାନ କରିବା ପରେ ନାଲି ରଙ୍ଗର କପଡା ପିନ୍ଧି ମା କାତ୍ୟାୟନୀଙ୍କ ପ୍ରତିମା ଏବଂ ଫଟୋ ସାମ୍ନାରେ ମାତାଙ୍କ ଧ୍ୟାନ କରନ୍ତୁ। ଏହାପରେ କଳସ ଆଦି ପୂଜନ କରିବା ପରେ ମାଙ୍କୁ ହଳଦିଆ ରଙ୍ଗର ଫୁଲ ଦ୍ୱାରା ବିଶେଷ ପୂଜା-ଅର୍ଚ୍ଚନା କରନ୍ତୁ। ଏଥିସହ ପୂଜା ପରେ ମା କାତ୍ୟାୟନୀଙ୍କ ବନ୍ଦନା କିମ୍ବା ଶ୍ଲୋକ ପଢନ୍ତୁ। ଏସବୁ ପରେ ମାଙ୍କୁ ହଳଦିଆ ରଙ୍ଗର ଭୋଗ କରିବା ଉଚିତ।

Swagatika

Recent Posts

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

21 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

40 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

48 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

1 hour ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

2 hours ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

2 hours ago