ଆରମ୍ଭ ହେଲା ଚୈତ୍ର ନବରାତ୍ରି, ପ୍ରଥମ ଦିନରେ କରନ୍ତୁ ମା’ ଶୈଳପୁତ୍ରୀଙ୍କୁ ପୂଜା

ଚୈତ୍ର ନବରାତ୍ରି ଆଜିଠାରୁ ଆରମ୍ଭ ହୋଇଛି। ନବରାତ୍ରିର ୯ ଦିନରେ ମା’ ଦୁର୍ଗାଙ୍କ ୯ ସ୍ୱରୂପକୁ ପୂଜା କରାଯାଏ। ନବରାତ୍ରିର ପ୍ରଥମ ଦିନରେ ପ୍ରଥମ ଦିନରେ ମା’ ଶୈଳପୁତ୍ରୀଙ୍କୁ ପୂଜା କରାଯାଏ। ମା’ ଶୈଳପୁତ୍ରୀ ହିମାଳୟରାଜଙ୍କ ଝିଅ ଅଟନ୍ତି। ଶୈଳର ଅର୍ଥ ପାହାଡ। ମା’ଙ୍କ ପୂଜା କରିବା ଦ୍ୱରା ବ୍ୟକ୍ତିର ଜୀବନରେ ତାଙ୍କ ନାମ ଭଳି ସ୍ଥିରତା ରହିଥାଏ। ନବରାତ୍ରିର ପ୍ରଥମ ଦିନରେ ପୂଜାରେ ଅନେକ ବିଶେଷ ଜିନିଷର ଯତ୍ନ ନେବାକୁ ପଡିଥାଏ। ତେବେ ମା’ଙ୍କୁ ପୂଜା କରିବାର ବିଧି ଓ ବିଧାନ ଅଲଗା ହୋଇଥାଏ। ତେଣୁ ଆସନ୍ତୁ ଜାଣିବା କିପରି ନବରାତ୍ରିର ପ୍ରଥମ ଦିନରେ ମା’ ଶୈଳପୁତ୍ରୀଙ୍କୁ କିଭଳି ପୂଜା କରିବେ।

ନବରାତ୍ରିର ପ୍ରଥମ ଦିନରେ ମାତାଙ୍କର ଶୈଳପୁତ୍ରୀଙ୍କୁ ଉପାସନା କରାଯାଏ। ହିମାଳୟଙ୍କର ଝିଅ ହୋଇଥିବାରୁ ତାଙ୍କ ନାମ ଶୈଳପୁତ୍ରୀ। ପୂର୍ବ ଜନ୍ମରେ ତାଙ୍କ ନାମ ସତୀ ଥିଲା ଯିଏକି ଭଗବାନ ଶିବଙ୍କ ପତ୍ନୀ ରହିଥିଲେ। ସତୀଙ୍କ ପିତା ଦକ୍ଷ ପ୍ରଜାପତି ଯେତେବେଳେ ଭଗବାନ ଶିବକୁ ଅପମାନ କରିଥିଲେ, ଏହି କାରଣ ଯୋଗୁଁ ଯଜ୍ଞ ଅଗ୍ନିରେ ନିଜକୁ ଭସ୍ମ କରିଦେଇଥିଲେ ସତୀ।
ପରବର୍ତ୍ତୀ ଜୀବନରେ, ଏହି ସତୀ ଶୈଳୀପୁତ୍ରୀ ହୋଇ କେବଳ ଭଗବାନ ଶିବଙ୍କୁ ବିବାହ କରିଥିଲେ । ତେଣୁ ମାତା ଶୈଳପୁତ୍ରୀଙ୍କୁ ପୂଜା କରିବା ଦ୍ୱାରା ସୂର୍ଯ୍ୟ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ। ମା’ଙ୍କ ପାଖରେ ଶୁଦ୍ଧ ଘିଅରେ ଭୋଗ ଲଗାଇବା ଉଚିତ। ଏହା ଉତ୍ତମ ସ୍ୱାସ୍ଥ୍ୟ ଏବଂ ସମ୍ମାନ ପ୍ରଦାନ କରେ।

କେମିତି କରିବେ ମା’ଙ୍କ ପୂଜା ?

ନବରାତ୍ରି ର ପ୍ରଥମ ଦିନରେ କାଠ ଥାଳିରେ ନାଲି କିମ୍ବା ଧଳା କପଡା ରଖି ମାତା ଶୈଳପୁତ୍ରୀଙ୍କ ଦେବତା କିମ୍ବା ଚିତ୍ର ସ୍ଥାପନ କରନ୍ତୁ । ଧଳା ବସ୍ତୁ ମାତାଙ୍କର ଅତ୍ୟନ୍ତ ପ୍ରିୟ, ତେଣୁ ମାତାଙ୍କୁ ଧଳା ପୋଷାକ କିମ୍ବା ଧଳା ଫୁଲ ପ୍ରଦାନ କରନ୍ତୁ ଏବଂ ଧଳା ବର୍ଫି ପ୍ରଦାନ କରନ୍ତୁ । ମା’ ଶୈଳପୁତ୍ରୀଙ୍କୁ ପୂଜା ଏବଂ ଆରାଧନା କରିବା ଯୋଗୁଁ ସମସ୍ତ ମନୋବାଞ୍ଝା ପୂର୍ଣ୍ଣ ହେବା ସହିତ ଝିଅମାନଙ୍କୁ ମନ ମୁତାବକ ବର ମିଳିଥାଏ।

kalash

କେମିତି କରିବେ ପୂଜା :

ନବରାତ୍ରିର ପ୍ରଥମ ଦିନରେ କଳସ ସ୍ଥାପନା କରିବା ପରେ ମା’ ଶୈଳପୁତ୍ରୀଙ୍କୁ ପୂଜା କରାଯାଏ। ଦୁର୍ଗାସପ୍ତସତୀ ପାଠ କରାଯାଏ। ପୁରାଣରେ କଳସକୁ ଭଗବାନ ଗଣେଶଙ୍କ ସ୍ୱରୂପ ବୋଲି କୁହାଯାଏ। ତେଣୁ ନବରାତ୍ରିରେ ପ୍ରଥମେ କଳସ ପୂଜା କରାଯାଏ। କୁହାଯାଏ ମା’ ଶୈଳପୁତ୍ରୀଙ୍କୁ କଥା ଶ୍ରବଣ କରିବା ଦ୍ୱାରା ବ୍ୟକ୍ତି ଜୀବନରେ ସୁଖ ସମୃଦ୍ଧି ପ୍ରାପ୍ତି ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.