ନବରାତ୍ରୀର ତୃତୀୟ ଦିନରେ ମା’ ଚନ୍ଦ୍ରଘଣ୍ଟାଙ୍କୁ କରନ୍ତୁ ପୂଜା, ଜାଣନ୍ତୁ କେମିତି ଉପାସନା କଲେ ପ୍ରସନ୍ନ ହେବେ ଦେବୀ

ନବରାତ୍ରୀର ତୃତୀୟ ଦିନରେ ଭୟରୁ ମୁକ୍ତି ଏବଂ ଅପାର ସାହସ ପ୍ରାପ୍ତ କରିବାକୁ ହୋଇଥାଏ। ଏହି ଦିନରେ ମା’ ଚନ୍ଦ୍ରଘଣ୍ଟାଙ୍କ ସ୍ୱରୂପକୁ ଉପାସନା କରାଯାଏ। ଏହି ଦେବୀଙ୍କ ମୁଣ୍ଡରେ ଘଣ୍ଟାର ଆକାର ଚନ୍ଦ୍ରମା ରହିଥାଏ। ଏଥିପାଇଁ ତାଙ୍କୁ ଚନ୍ଦ୍ରଘଣ୍ଟା କୁହାଯାଏ। ମା’ଙ୍କ ଦଶହାତରେ ଅସ୍ତ୍ରଶସ୍ତ୍ର ଏବଂ ହାତର ମୁଦ୍ରାଗୁଡିକ ଯୁଦ୍ଧ ମୁଦ୍ରାରେ ରହିଥାଏ। ମା’ ଚନ୍ଦ୍ରଘଣ୍ଟା ତନ୍ତ୍ର ସାଧନାରେ ମଣିପୁର ଚକ୍ରକୁ ନିୟନ୍ତ୍ରିତ କରିଥାନ୍ତି। ଜ୍ୟୋତିଷରେ ଏହାର ସମ୍ବନ୍ଧ ମଙ୍ଗଳ ଗ୍ରହ ସହିତ ରହିଥାଏ। ତେଣୁ ମା’ଙ୍କ ତୃତୀୟ ସ୍ୱରୂପର ଉପାସନା ଆଜି କରାଯିବ।

ମା’ ଚନ୍ଦ୍ରଘଣ୍ଟାଙ୍କ ପୂଜାବିଧି :

ମା’ ଚନ୍ଦ୍ରଘଣ୍ଟାଙ୍କ ପୂଜା ଲାଲ ବସ୍ତ୍ର ଧାରଣ କରିବାର ଶ୍ରେଷ୍ଠ ହୋଇଥାଏ। ମା’ଙ୍କୁ ଲାଲ ଫୁଲ, ରକ୍ତ ଚନ୍ଦନ ଏବଂ ଲାଲା ଓଢଣୀ ସମର୍ପିତ କରିବା ଉତ୍ତମ ହୋଇଥାଏ। ଏହାର ପୂଜା ମଣିପୁର ଚକ୍ରକୁ ମଜବୁତ କରିଥାଏ। ଏହିଦିନ ପୂଜାରୁ ଭୟ ନାଶ ହୋଇଥାଏ। ଯଦି ଏହିଦିନ ପୂଜାରୁ କିଛି ଅଦ୍ଭୁତ ସିଦ୍ଧି ଭଳି ଅନୁଭୂତ ହୁଏ ତେବେ ସେଥିରେ ଧ୍ୟାନ ନ ଦେଇ ସାଧନା କରିବା ଉଚିତ।

maa

ମଣିପୁର ଚକ୍ର ଦୁର୍ବଳ ହେବା ଯୋଗୁଁ ବ୍ୟକ୍ତି ମନରେ ସାହସ ରହେନାହିଁ। ଭିତରେ ଥିବା ଭୟ ସବୁବେଳେ ଆସିଥାଏ। ମନୁଷ୍ୟ ଅନ୍ତରରେ ତୃଷ୍ଣା ଏବଂ ମୋହ ଉତ୍ପନ୍ନ କରିଥାଏ। ଈର୍ଷା, ଘୃଣା ଏବଂ ଲଜା ଭାବ ମଧ୍ୟ ଆସିଥାଏ। ତେଣୁ ଏହି ସମସ୍ୟାରୁ ମୁକ୍ତି ପାଇଁ ମଧ୍ୟରାତ୍ରୀରେ ଲାଲ ରଙ୍ଗର ବସ୍ତ୍ର ଧାରଣ କରନ୍ତୁ। ପ୍ରଥମେ ନିଜ ଗୁରୁଙ୍କୁ ପ୍ରଣାମ କରି ମା’ ଦୁର୍ଗାଙ୍କ ସାମ୍ନାରେ ଦୀପ ଜଳାନ୍ତୁ। ଦୁର୍ଗା କବଚକୁ ବିଧିବିଧାନ ଅନୁଯାୟୀ ପାଠ କରନ୍ତୁ। ଯଦି ସମ୍ଭବ ହୁଏ ତେବେ ନିର୍ବାଣ ମନ୍ତ୍ର ଯଥାଶକ୍ତି ଜପ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.