ସ୍ପେଶାଲ

ଚୈତ୍ର ନବରାତ୍ରିର ପଞ୍ଚମ ଦିନରେ କରନ୍ତୁ ମା ସ୍କନ୍ଦମାତାଙ୍କ ପୂଜା, ଜାଣନ୍ତୁ ମହିମା ଏବଂ ପୂଜା ବିଧି

ଚୈତ୍ର ନବରାତ୍ରିରେ ମା’ ଦୁର୍ଗାଙ୍କ ୯ ସ୍ୱରୂପକୁ ପୂଜା କରାଯାଇଥାଏ। ମା’ ଦୁର୍ଗା ଶକ୍ତିର ପ୍ରତୀକ। ବିଧି ବିଧାନ ସହ ନବରାତ୍ରିରେ ମା’ଙ୍କୁ ଆରାଧନା କଲେ ମନୋସ୍କାମନା ପୂରଣ ହୁଏ ବୋଲି କୁହାଯାଏ। ଆଜି ନବରାତ୍ରିର ପଞ୍ଚମ ଦିନ। ଆଜିର ଦିନରେ ମା ସ୍କନ୍ଦମାତାଙ୍କୁ ପୂଜା କରାଯାଇଥାଏ। ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କ ପୁତ୍ର ଭଗବାନ କାର୍ତ୍ତିକେୟଙ୍କ ଅନ୍ୟନାମ ସ୍କନ୍ଦ। ପୌରାଣିକ ମାନ୍ୟତା ଅନୁଯାୟୀ ତାରକାସୁରର ନାଁ ରାକ୍ଷସ ଥିଲା। ଯାହାର ମୃତ୍ୟୁ କେବଳ ଭଗବାନ ଶଙ୍କରଙ୍କ ପୁତ୍ରଙ୍କ ଦ୍ୱାରା ସମ୍ଭବ ଥିଲା। ଏହା ଜାଣିବା ପରେ ମାଁ ପାର୍ବତୀ ପୁତ୍ର କାର୍ତ୍ତିକଙ୍କୁ ଯୁଦ୍ଧ ପାଇଁ ପ୍ରଶିକ୍ଷିତ କରିବା ସହ ସ୍କନ୍ଦ ମାତାଙ୍କ ରୂପ ଧାରଣ କରିଥିଲେ। ସ୍କନ୍ଦମାତାଙ୍କ ଠାରୁ ଯୁଦ୍ଧ ପ୍ରଶିକ୍ଷିଣ ନେବା ପରେ ଭଗବାନ ସ୍କନ୍ଦ ତାରକାସୁରର ବନ୍ଦ କରିଥିଲେ।

ଦେବୀ ଦୁର୍ଗାଙ୍କ ପଞ୍ଚମ ଅବତାରକୁ ସ୍କନ୍ଦମାତା କୁହାଯାଇଥାଏ। ଭଗବାନ ସ୍କନ୍ଦ ବାଲ୍ୟ ରୂପେ ମାତା ସ୍କନ୍ଦଙ୍କ କୋଳରେ ବିରାଜିତ ହୋଇଛନ୍ତି। ମାତାଙ୍କ ଏହି ଦିନ ସାଧକଙ୍କ ମନ ବିଶୁଦ୍ଧ ଚକ୍ରରେ ଅବସ୍ଥିତ ହୋଇଥାଏ। ସ୍କନ୍ଦମାତାଙ୍କୁ ବିଦ୍ୟବାସିନୀ ମଧ୍ୟ କୁହାଯାଇଥାଏ। ଶାସ୍ତ୍ରରେ ସ୍କନ୍ଦଙ୍କୁ କୁମାର କାର୍ତ୍ତିକେୟ କୁହାଯାଇଥାଏ। ଥରେ ଇନ୍ଦ୍ର କାର୍ତ୍ତିକଙ୍କୁ ଉପହାସ କରିବା ସହ କହିଥିଲେ ତୁମେ ଭଗବାନ ଶଙ୍କର ଏବଂ ମାତା ପାର୍ବତୀଙ୍କ ସନ୍ତାନ ନୁହଁନ୍ତି। ଏହାଦ୍ୱାରା କୁମାର କାର୍ତ୍ତିକେୟ ବହୁତ ଦୁଃଖି ହୋଇଥିଲେ। ଏହାପରେ ମାତା କାର୍ତ୍ତେକେୟଙ୍କ ଦୁଃଖ ବୁଝିପାରିଥିଲେ ଏବଂ ସିଂହ ଉପରେ ବିରାଜମାନ କରି ପ୍ରକଟ ହୋଇ ନିଜ କୋଳରେ କାର୍ତ୍ତକଙ୍କୁ ଉଠାଇ ନେଇଥିଲେ।

ନବରାତ୍ରିରେ ମା’ ସ୍କନ୍ଦମାତାଙ୍କୁ ପୂଜା କଲେ ଆତ୍ମବିଶ୍ୱାସ ବୃଦ୍ଧି ହୋଇଥାଏ। ମା’ଙ୍କ ପୂଜା ଦ୍ୱାରା ଜ୍ଞାତ ଓ ଅଜ୍ଞାତ ଶତ୍ରୁ ଭୟ ଦୂର ହୋଇଥାଏ। ଏହାସହ ଜୀବନରେ ଆସୁଥିବା ସଙ୍କଟ ମଧ୍ୟ ମା’ ଦୂର କରିଥାନ୍ତି। ମା’ ସ୍କନ୍ଦମାତାଙ୍କୁ ପୂଜା କଲେ ଜ୍ଞାନ ବୃଦ୍ଧି ଘଟିଥାଏ। ବିଧି ପୂର୍ବକ ମା’ଙ୍କୁ ପୂଜା କଲେ ତ୍ୱଚା ସମ୍ବନ୍ଧୀୟ ରୋଗ ମଧ୍ୟ ଦୂର ହୋଇଥାଏ ବୋଲି କୁହାଯାଏ। ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦୂର କରିବାକୁ ମା’ ସ୍କନ୍ଦମାତାଙ୍କ ପୂଜା ସହାୟକ ହୋଇଥାଏ ବୋଲି ବିଶ୍ୱାସ ରହିଛି।

ପୌରାଣିକ କଥା ଅନୁସାରେ, ମା ହିମାଳୟ ପୁତ୍ରୀ। ମା’ ମାହେଶ୍ୱରୀ ଓ ଗୌରୀ ନାମରେ ମଧ୍ୟ ନାମିତ। ସ୍କନ୍ଦମାତା ପଦ୍ମ ଫୁଲରେ ଅଭୟ ମୁଦ୍ରାରେ ବିରାଜମାନ। ମା’ଙ୍କ ରୂପ ଅତ୍ୟଂର ସୁନ୍ଦର। ତାଙ୍କ ମୁଖରେ ଏକ ଉଜ୍ଜ୍ୱଲ୍ୟ ଦେଖିବାକୁ ମିଳିଥାଏ। ସେଥିପାଇଁ ତାଙ୍କୁ ମା’ ଗୌରୀ ମଧ୍ୟ କୁହାଯାଏ। ଭଗବାନ ସ୍କନ୍ଦ ଅର୍ଥାତ କାର୍ତ୍ତିକେୟଙ୍କ ମାତା ହୋଇଥିବାରୁ ତାଙ୍କୁ ସ୍କନ୍ଦମାତା କୁହାଯାଏ। ସ୍କନ୍ଦମାତା ପ୍ରସିଦ୍ଧ ଦେବାସୁର ସଂଗ୍ରାମରେ ଦେବତାଙ୍କ ସେନାପତି ଥିଲେ। ସେଥିପାଇଁ ପୁରାଣରେ ସ୍କନ୍ଦମାତାଙ୍କୁ କୁମାର ଓ ଶକ୍ତି ରୂପରେ ମହିମା ବର୍ଣ୍ଣନା କରାଯାଇଛି।

ପୂଜା ବିଧି :

ଚୈତ୍ର ନବରାତ୍ରି ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ପ୍ରାତଃ କଲା ସ୍ନାନ ସାରି ସ୍ଵଛ ବସ୍ତ୍ର ଧାରଣ କରନ୍ତୁ। ଏହାପରେ ପୂଜା ଆରମ୍ଭ କରନ୍ତୁ। ମା’ଙ୍କ ପ୍ରତିମାକୁ ଗଙ୍ଗାଜଳରେ ଶୁଦ୍ଧ କରନ୍ତୁ। ମିଠା ଓ ୫ ପ୍ରକାର ଫଳ ଭୋଗ ଲଗାନ୍ତୁ। କଳସରେ ଜଳ ଭର୍ତ୍ତି କରି ସେଥିରେ କିଛି ମୁଦ୍ରା ରଖନ୍ତୁ। ଏହାପରେ ପୂଜା ସଂକଳ୍ପ ନିଅନ୍ତୁ। ମାତାଙ୍କୁ ଚନ୍ଦନ, ସିନ୍ଦୁର ଓ ଫୁଲ ଅର୍ପଣ କରନ୍ତୁ। ଏହାପରେ ମା’ଙ୍କ ଆଳତୀ କରନ୍ତୁ ଓ ମା’ଙ୍କ ମନ୍ତ୍ର ମଧ୍ୟ ଜପ କରନ୍ତୁ।

ସ୍କନ୍ଦମାତାଙ୍କ ମନ୍ତ୍ର :

ୟା ଦେବୀ ସର୍ବଭୂତେଷୁ ମା’ ସ୍କନ୍ଦମାତା ରୁପେଣ ସଂସ୍ଥିତା
ନମସ୍ତସ୍ୟେ ନମସ୍ତସ୍ୟେ ନମସ୍ତସ୍ୟେ ନମୋ ନମଃ

ମା ସ୍କନ୍ଦମାତାଙ୍କ ବିଶେଷ ପ୍ରସାଦ:

ନବରାତ୍ରିର ପଞ୍ଚମ ଦିନରେ ମାଙ୍କୁ କଦଳୀ ଭୋଗ ଲଗାନ୍ତୁ। ଏହାକୁ ପ୍ରସାଦ ଭାବେ ଗ୍ରହଣ କରନ୍ତୁ। ସନ୍ତାନ ଏବଂ ସ୍ବାସ୍ଥ୍ଯ ଜନିତ ସମସ୍ଯା ଦୂର ହେବ।

Swagatika

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଲୋକଙ୍କ ପାଇଁ କିପରି କଟିବ ଦିନ

ମେଷ: ପାରିବାରିକ ପ୍ରତିଷ୍ଠା ବଢ଼ିବ । ବ୍ୟବସାୟିକ ଯୋଜନା ଫଳପ୍ରଦ ହେବ। ସାମାଜିକ ପ୍ରତିଷ୍ଠା ବଢ଼ିବ । ଜୀବନରେ କିଛି…

5 hours ago

ହିଟ୍ ୱେଭ ଆକ୍ସନ ପ୍ଲାନ, ମେଡିକାଲ ପ୍ରସ୍ତୁତି ନେଇ ସ୍ବାସ୍ଥ୍ୟ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ବର(କେନ୍ୟୁଜ୍‌): ସାରା ରାଜ୍ୟରେ ହିଟ୍ ୱେଭ ଜାରି ରହିଛି। ଅନେକ ସ୍ଥାନରେ ଅଂଶୁଘାତଜନିତ ମୃତ୍ୟୁ ଅଭିଯୋଗ ଆସୁଛି। ଏହାକୁ ଦୃଷ୍ଟିରେ…

8 hours ago

ମାଷ୍ଟରକ୍ୟାଣ୍ଟିନ ଯାଇ ବହି କିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର(କେନ୍ୟୁଜ୍‌): ବହି କିଣିଲେ ମୁଖ୍ୟମନ୍ତ୍ରୀ । ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ ଯାଇ ବହି କିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମଡର୍ଣ୍ଣ…

8 hours ago

ପୋଲିସ ଉପରେ ଆକ୍ରମଣ ; ୩୮ ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ମୟୂରଭଞ୍ଜ (କେନ୍ୟୁଜ୍‌): ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ବେଲପାଳ ଗାଁରେ ପୋଲିସ ଉପରେ ଆକ୍ରମଣ ଘଟଣାରେ ୩୮ ଜଣ ଗିରଫ…

8 hours ago

ବିସ୍ଫୋରଣ ଦେଇଗଲା ଦୁଃଖ, ପରିବାର ଚଳିବ କେମିତି ?

ଭାବ ଭକ୍ତିରେ ବନ୍ଧା ହେ ମହାବାହୁ …ତୁମ ଚନ୍ଦନ ଯାତ୍ରାରେ ଏଭଳି ଅଘଟଣ ଘଟିବ …ସେ ପୁଣି ତୁମେ ପ୍ରଭୁ…

9 hours ago

ଲୁହା ପାଇପ ଚୋରା ଚାଲାଣ ମାମଲାରେ ଟୁଙ୍ଗୁରୁ ଭୋଳ ସମେତ ୧୧ ଗିରଫ

ଭୁବନେଶ୍ୱର(କେନ୍ୟୁଜ୍‌): ପୁଣି ଚର୍ଚ୍ଚାକୁ ଆସିଲେ ଅଟୋ ଚାଳକ ଟୁଙ୍ଗୁରୁ ଭୋଳ । ପୂର୍ବରୁ ପରକୀୟା ପ୍ରୀତି ଅଭିଯୋଗରେ ଚର୍ଚ୍ଚାରେ ରହିଥିବା…

10 hours ago