ସ୍ପେଶାଲ

ଶ୍ରାବଣ ମାସରେ କରନ୍ତୁ ପାର୍ଥିବ ପୂଜା, ମୋକ୍ଷ ପ୍ରାପ୍ତି ହେବା ସହ ଦୂର ହେବ ରୋଗ-ଭୟ

ଭଗବାନ ଶଙ୍କରଙ୍କର ଅତ୍ଯନ୍ତ ପ୍ରିୟ ଶ୍ରାବଣ ସୋମବାର। ଏହିକାରଣରୁ ଶିବଙ୍କ ପୂଜା ପାଇଁ ଶ୍ରାବଣ ମାସ ଉତ୍ତମ ହେବା ସହ ଏହି ମାସରେ ଭଗବାନଙ୍କର ବିଶେଷ ପୂଜା-ଅର୍ଚ୍ଚନା କରାଯାଇଥାଏ। ଏହି ପବିତ୍ର ମାସରେ ପାର୍ଥିବ ଶିବଲିଙ୍ଗ ନିର୍ମାଣକୁ ବିଶିଷ୍ଟ କୁହାଯାଇଥାଏ। କାରଣ ସାଧକମାନେ ନିଜେ ଏହି ଶିବଲିଙ୍ଗନିର୍ମାଣ କରିଥାନ୍ତି। ଏହି ଶିବଲିଙ୍ଗ ପୂଜା କରିବା ଦ୍ବାରା ମୋକ୍ଷ ପ୍ରାପ୍ତି ହୋଇଥାଏ। ସେହିଭଳି ଶାସ୍ତ୍ର ଅନୁଯାୟୀ ପାର୍ଥିବ ଶିବଲିଙ୍ଗର ପୂଜା କରିବା ଦ୍ବାରା କୋଟି କୋଟି ଯଜ୍ଞର ଫଳ ପ୍ରାପ୍ତି ହୋଇଥାଏ। ତେବେ ଆସନ୍ତୁ ଜାଣିବା ପାର୍ଥିବ ଶିବଲିଙ୍ଗ ବିଷୟରେ କିଛି ଅଜଣା କଥା।

ଭଗବାନ ଶ୍ରୀରାମ ନିଜେ ପାର୍ଥିବ ଶିବଲିଙ୍ଗ ନିର୍ମାଣ କରିଥିଲେ

ଭଗବାନ ଶ୍ରୀରାମ ଲଙ୍କାରେ ବିଜୟ ଲାଭ ଏବଂ ରାବଣ ସହ ଯୁଦ୍ଧ କରିବା ପୂର୍ବରୁ ପାର୍ଥିବ ଶିବଲିଙ୍ଗ ପୂଜା କରିଥିଲେ। ଶ୍ରୀ ରାମଙ୍କ ଦ୍ବାରା ଏହି ପୂଜା କରିବା ପରେ ଲଙ୍କାରେ ବିଜୟ ପ୍ରାପ୍ତ ହୋଇଥିଲା।କେବଳ ଭଗବାନ ଶ୍ରୀ ରାମ ନୁହଁନ୍ତି ବରଂ ନ୍ଯାୟର ଦେବତା ଶନି ଦେବ ମଧ୍ଯ ସୂର୍ଯ୍ଯଙ୍କ ଠାରୁ ଅଧିକ ଶକ୍ତି ପାଇବା ପାଇଁ କାଶୀରେ ପାର୍ଥିବ ଶିବଲିଙ୍ଗ ନିର୍ମାଣ କରି ଭଗବାନ ଶଙ୍କରଙ୍କର ପୂଜା କରିଥିଲେ।

ଧାର୍ମିକ ମାନ୍ଯତା ଅନୁଯାୟୀ କଳିଯୁଗରେ ପ୍ରଥମେ କୁଷ୍ମାଣ୍ଡ ଋଷିଙ୍କ ପୁତ୍ର ପାର୍ଥିବ ଶିବଲିଙ୍ଗ ନିର୍ମାଣ କରି ଭଗବାନଙ୍କ ପୂଜା କରିଥିଲେ। ମାନ୍ଯତା ରହିଛି ବିଧି-ବଧ ଭାବେ ଶିବଲିଙ୍ଗ ପୂଜା କରିବା ଦ୍ବାରା ଜୀବନରେ ସୁଖ, ସମ୍ପତ୍ତି ଏବଂ ଶାନ୍ତି ପ୍ରାପ୍ତ ହୋଇଥାଏ। ଏଥିସହ ସନ୍ତାନ ସୁଖରୁ ବଞ୍ଚିତ ଥିବା ଦମ୍ପତ୍ତିଙ୍କ କୋଳରେ ସନ୍ତାନ ପ୍ରାପ୍ତି ହୋଇଥାଏ।

ଏପରି ନିର୍ମାଣ କରାଯାଏ ପାର୍ଥିବ ଶିବଲିଙ୍ଗ

ଭଗବାନ ଶିବଙ୍କ ପାର୍ଥିବ ଶିବଲିଙ୍ଗ ପୂଜା କରିବାର ବିଶେଷ ମହତ୍ତ୍ବ ରହିଛି। କାରଣ ପଞ୍ଚ ତତ୍ତ୍ବରେ ଭଗବାନ ଶିବ ପ୍ଥିବୀ ତତ୍ତ୍ବର ଅଧିପତି। ଏହି ଶିବଲିଙ୍ଗ ଏକ କିମ୍ବା ଦୁଇ ମୁଠା ମାଟି ନେଇ ନିର୍ମାଣ କରାଯାଏ। ଏହି ଶବିଲିଙ୍ଗ ପୂଜା କୌଣସି ମନ୍ଦିର, ନଦୀ, ପୋଖରୀ କିମ୍ବା ଶିବାଳୟ ଅର୍ଥାତ ପବିତ୍ର ସ୍ଥାନରେ କରାଯାଇପାରିବ।

ଏପରି କରନ୍ତୁ ପାର୍ଥିବ ଶିବଲିଙ୍ଗର ପୂଜା

ପାର୍ଥିବ ଶିବଲିଙ୍ଗର ପୂଜା କରିବା ପୂର୍ବରୁ ଭଗବାନଙ୍କ ସାମ୍ନାରେ ବସି ମନରେ ପୂଜାର ସଂକଳ୍ପ ପାଠ କରନ୍ତୁ। ଏବେ କୌଣସି ସଫା ସ୍ଥାନରେ ପବିତ୍ର ମାଟିକୁ ଫୁଲ ଏବଂ ଚନ୍ଦନ ଦ୍ବାରା ଶୁଦ୍ଧିକରଣ କରନ୍ତୁ। ଏହାପରେ ଭଗବାନ ଶଙ୍କରଙ୍କ ମନ୍ତ୍ର ଜପ କରି ଏହି ମାଟିରେ ଗାଈ କ୍ଷୀର, ଗୋବର, ଗଡ, ଭସ୍ମ ଏବଂ ଲହୁଣି ଶିବଲିଙ୍ଗରେ ଅର୍ପଣ କରନ୍ତୁ। ଶିବଲିଙ୍ଗର ମୁହଁ ଉତ୍ତର କିମ୍ବା ପୂର୍ବ ଦିଗକୁ ରହିବ ସେଥିପ୍ରତି ବିଶେଷ ଧ୍ଯାନ ରଖିବେ। ଏହାବ୍ଯତୀତ ଶିବଲିଙ୍ଗର ଉଚ୍ଚତା ଯେପରି ୮ ଇଞ୍ଚରୁ ଅଧିକ ନହୁଏ ସେଥିପ୍ରତି ମଧ୍ଯ ଧ୍ଯାନ ଦେବେ କାରଣ କୁହାଯାଇଥାଏ ଏପରି ହେବା ଦ୍ବାରା ଫଳ ପ୍ରାପ୍ତି ହୋଇନଥାଏ।
ଶିବଲିଙ୍ଗ ପୂଜା କରିବା ସମୟରେ ବେଲପତ୍ର, କିଆ ଫୁଲ ଏବଂ ଧତୁରା ଆଦି ଅର୍ପଣ କରନ୍ତୁ। ଏହାପରେ କ୍ଷୀର ଏବଂ ଗଙ୍ଗାଜଳ ମିଶାଇ ଶିବଲିଙ୍ଗ ଉପରେ ଅର୍ପଣ କରି ପ୍ରସାଦ ଅର୍ପଣ କରନ୍ତୁ। ଶେଷରେ ଏହି ପ୍ରସାଦକୁ ନିଜେ ଗ୍ରହଣ କରନ୍ତୁ ନାହିଁ କିମ୍ବା କାହାକୁ ମଧ୍ଯ ସେବନ କରିବାକୁ ଦିଅନ୍ତୁ ନାହିଁ।

KNews Bureau

Recent Posts

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

26 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

45 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

53 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

1 hour ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

2 hours ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

2 hours ago