ମା’ କାଳରାତ୍ରିଙ୍କୁ ପୂଜା କରିବା ଦ୍ୱାରା ଦୂର ହୁଏ ଭୟ, ଦୁର୍ଘଟଣା ଓ ରୋଗ

ଚୈତ୍ର ମାସ ଶୁକ୍ଲ ପକ୍ଷ ପ୍ରତିପଦା ତିଥିରୁ ନବରାତ୍ରି ଆରମ୍ଭ ହୋଇଯାଇଛି। ନବରାତ୍ରିର ୭ ମ ଦିନରେ ମା’ କାଳରାତ୍ରିଙ୍କୁ ପୂଜା କରିବାର ବିଧା ରହିଛି। ମାନ୍ୟତା ରହିଛି କି , ମା’ କାଳରାତ୍ରିଙ୍କ ପୂଜାର୍ଚ୍ଚନା କରିବା ଦ୍ୱାରା ବ୍ୟକ୍ତି ଉପରେ ଆସିବାକୁ ଥିବା ସମସ୍ତ ସଙ୍କଟ ଦୂର ହୋଇଥାଏ। ମା’ ଦୁର୍ଗାଙ୍କ ଏହି ସ୍ୱରୂପ ଶତ୍ରୁ ଏବଂ ଦୁଷ୍ଟକୁ ସଂହାର କରିଥାଏ।  ମା’ ତିନିଟି ନେତ୍ର ଧାରଣ କରନ୍ତି। ମା’ କାଳରାତ୍ରିଙ୍କ ଗଳାରେ ବିଦ୍ୟୁତର ଅଦ୍ଭୁତ ମାଳା ସହିତ ହାତରେ ଖଡ୍ଗ ଏବଂ କଣ୍ଟା ରହିଥାଏ। ଆଉ ମା’ଙ୍କ ବାହାନ ରହିଥାଏ ଗଧ। କିନ୍ତୁ ମା’ ସବୁବେଳେ ଭକ୍ତଙ୍କ କଲ୍ଯାଣ କରନ୍ତି। ତେଣୁ ମା’ଙ୍କୁ ଶୁଭଙ୍କାରୀ ବୋଲି କହନ୍ତି।

ମା’ଙ୍କ ଉପାସନା କଲେ କ’ଣ ଲାଭ ମିଳେ :

ଶତ୍ରୁ ଓ ବିରୋଧିଙ୍କୁ ନିୟନ୍ତ୍ରିତ କରିବା ପାଇଁ ମା’ଙ୍କ ଉପାସନା ଅତ୍ୟନ୍ତ  ଶୁଭ। ମା’ଙ୍କ ଉପାସନା କଲେ ଭୟ, ଦୁର୍ଘଟଣା, ରୋଗ ନାଶ ହୁଏ। ମା’ଙ୍କ ଉପାସନା କରିବା ଦ୍ବାରା ନକାରାତ୍ମକ ଶକ୍ତିର କିଛି ପ୍ରଭାବ ପଡିନଥାଏ। ଜ୍ଯୋତିଷରେ ଶନି ନାମକ ଗ୍ରହକୁ ନିୟନ୍ତ୍ରିତ କରିବା ପାଇଁ ମା’ଙ୍କ ପୂଜା କଲେ ଭଲ ପରିଣାମ ମିଳିଥାଏ।

ମା’ଙ୍କ ପୂଜା ବିଧି :

ମା’ଙ୍କୁ ପୂଜା କରିବା ସମୟରେ ଘିଅ ଦୀପ ଜଳାନ୍ତୁ। ମାଙ୍କୁ ଲାଲ ଫୁଲ ଅର୍ପଣ କରନ୍ତୁ। ଏହାସହିତ ଗୁଡ ଭୋଗ ମଧ୍ୟ ଲଗାନ୍ତୁ। ମା’ଙ୍କୁ ମନ୍ତ୍ର ଜପ କରନ୍ତୁ କିମ୍ବା ସପ୍ତସତୀ ପାଠ କରନ୍ତୁ। ମା’ଙ୍କୁ ଦିଆଯାଇଥିବା ଭୋଗ ଲାଗିଥିବା ଗୁଡକୁ ପରିବାର ମଧ୍ୟରେ ବାଣ୍ଟନ୍ତୁ। ବାକି ଅଧା ଗୁଡକୁ କୌଣସି ବ୍ରାହ୍ମଣକୁ ଦାନ କରିଦିଅନ୍ତୁ। କଳା ରଙ୍ଗର ବସ୍ତ୍ର ଧାରଣ କରି କାହାର କ୍ଷତି କରିବା ଉଦ୍ଦେଶ୍ଯରେ କେବେ ବି ପୂଜା କରନ୍ତୁ ନାହିଁ।

kalaratri

ଶତ୍ରୁ ଓ ବିରୋଧିଙ୍କୁ କିପରି ଶାନ୍ତ କରିବେ ?

ଧଳା କିମ୍ବା ଲାଲ ବସ୍ତ୍ର ଧାରଣ କରି ରାତିରେ ମା’ କାଳରାତ୍ରିଙ୍କ ପୂଜା କରିବା ଉଚିତ। ମା’ଙ୍କ ସମକ୍ଷରେ ଦୀପ ଜଳାନ୍ତୁ ଏବଂ ଗୁଡ ଭୋଗ ଲଗାନ୍ତୁ। ଏହା ପରେ ୧୦୮ ଥର ନର୍ବାଣ ମନ୍ତ୍ର ପଢନ୍ତୁ ଏବଂ ଲବଙ୍ଗ ଭୋଗ ଲଗାନ୍ତୁ। ମା’ଙ୍କ ମନ୍ତ୍ର ‘ ଓଁ ଏଁ ହ୍ରି କ୍ଲିଂ ଚାମୁଣ୍ଡାୟେ ବିଚୈ’ କହି ୧୦୮ ଲବଙ୍ଗକୁ ଅଗ୍ନିରେ ଅର୍ପଣ କରନ୍ତୁ। ଆପଣଙ୍କୁ ଶତ୍ରୁ ଓ ବିରୋଧୀ ଶାନ୍ତ ହୋଇଯିବେ।

 

Also Read : ନବରାତ୍ରିର ଷଷ୍ଠଦିନରେ କରନ୍ତୁ ମା’ କାତ୍ୟାୟନୀଙ୍କ ପୂଜା, ବିବାହ ଜନିତ ସମସ୍ୟା ହେବ ଦୂର

Leave A Reply

Your email address will not be published.