ମୋ ଜୀବନର ସେହି ୯୦ ସେକେଣ୍ଡର ଖରାପ ମୁହୂର୍ତ୍ତ : ଡୋନାଲ୍ଡ ଟ୍ରମ୍ପଙ୍କ ସହ ଶାରୀରିକ ସମ୍ପର୍କ ନେଇ ଏମିତି କହିଲେ ଏହି ପର୍ଣ୍ଣ ଷ୍ଟାର

ନ୍ୟୁଓ୍ଵର୍କ :  ନିକଟରେ ଆମେରିକାର ପର୍ଣ୍ଣ ଷ୍ଟାର ଡାନିଏଲ୍‌ (ପ୍ରକୃତ ନାମ ଷ୍ଟିଫେନ୍‌ କ୍ଲିଫେଡ୍‌) ୨୦୦୬ ମସିହାରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶଯ୍ୟାସଙ୍ଗିନୀ ହୋଇଥିବା ପ୍ରକାଶ କରିଛନ୍ତି । ଏଭଳି ସମ୍ବେଦନଶୀଳ ଖବର ପ୍ରକାଶ କରିବା ବେଳେ ଏହା ତାଙ୍କ ଜୀବନର ସବୁଠୁ ଖରାପ ୯୦ ସେକେଣ୍ଡର ସମୟ ବୋଲି ସେ କହିଛନ୍ତି ।

ଡୋନାଲ୍ଡ ଟ୍ରମ୍ପ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଯେପରି ବିବାଦୀୟ, ତାଙ୍କର ରଙ୍ଗିଲା ଜୀବନକୁ ନେଇ ସେପରି ଚର୍ଚ୍ଚିତ । ୨୦୧୬ ନିର୍ବାଚନ ବେଳେ ବିଭିନ୍ନ ମଡ଼େଲ ଓ ଯୁବତୀ ତାଙ୍କ ବିରୋଧରେ ଅନୈତିକ ସମ୍ପର୍କ ଥିବା ନେଇ ଅଭିଯୋଗ କରିଥିଲେ । ଏବେ ନ୍ୟୁଓ୍ଵର୍କରେ ଏକ କମେଡି କ୍ଲବରେ ଯୋଗ ଦେବା ଅବସରରେ ଡାନିଏଲ୍‌ ନାମକ ଏହି ପର୍ଣ୍ଣ ଷ୍ଟାର ଜଣକ ମଧ୍ୟ ଟ୍ରମ୍ପଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି, ‘ ଟ୍ରମ୍ପ ୨୦୦୬ ମସିହାରେ ମୋତେ ତାଙ୍କର ଶଯ୍ୟା ସଙ୍ଗିନୀ କରିଥିଲେ । ତାଙ୍କ ସହ ବିତାଇଥିବା ସେହି ୯୦ ସେକେଣ୍ଡ ମୋ ଜୀବନର ଏକ କାଳିମାମୟ ଅଧ୍ୟାୟ ଯାହାକୁ ମୁଁ କେବେ ବି ଭୁଲି ପାରିବି ନାହିଁ ’ ।

trump

ନ୍ୟୁଓ୍ଵର୍କର ଏକ କମେଡି କ୍ଲବରେ ଯୋଗ ଦେବା ଅବସରରେ ଡାନିଏଲ୍‌ଙ୍କୁ କିଛି ଲୋକ ପଚାରିଥିଲେ-‘ ଆପଣ କେବେ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ସୁରକ୍ଷିତ କିମ୍ବା ଅସୁରକ୍ଷିତ ଭାବେ ଶାରୀରିକ ସମ୍ପର୍କରେ ଥିଲେ କି ? । ଏହାର ଉତ୍ତରରେ ଡାନିଏଲ୍‌ କହିଥିଲେ ‘ତାଙ୍କର ୩ୟ ପତ୍ନୀ ମେଲାନିଆ ପୁତ୍ର ବାରନ୍‌କୁ ଜନ୍ମ ଦେବାର କିଛି ମାସ ପରେ ୨୦୦୬ ମସିହାରେ ମୁଁ ତାଙ୍କର ଶଯ୍ୟାସଙ୍ଗିନୀ ହୋଇଥିଲି । ତାଙ୍କ ସହ ଶଯ୍ୟାରେ ୯୦ ସେକେଣ୍ଡ ବିତାଇଥିଲି’ । ହେଲେ ସେତେବେଳେ ମାତ୍ର ୯୦ ସେକେଣ୍ଡର ସେହି ଭୂଲ୍‌ ମୋ ଜୀବନର ସବୁଠୁ ଖରାପ ମୁହୂର୍ତ୍ତ ବୋଲି କହିଛନ୍ତି ଏହି ପର୍ଣ୍ଣ ଷ୍ଟାର ।

ତେବେ ୨୦୧୬ ରାଷ୍ଟ୍ରପତି ନିର୍ବାଚନ ସମୟରେ ଟ୍ରମ୍ପ ଏହାକୁ ଅସ୍ୱୀକାର କରିବା ସହ ତାଙ୍କର ଜଣେ ଓକିଲଙ୍କ ସହାୟତାରେ ମୋ ପାଖକୁ ୧୩୦,୦୦୦ ୟୁଏସ୍‌ଡି ଡଲାର ପଠାଇଥିଲେ ବୋଲି କହିଛନ୍ତି ଏହି ପର୍ଣ୍ଣ ଷ୍ଟାର ଡାନିଏଲ୍‌ ।

ତେବେ ମଜା କଥା ହେଉଛି ଡାନିଏଲ୍‌ ତାଙ୍କୁ କେତେକ ଗଣମାଧ୍ୟମ ପୂର୍ବତନ ପର୍ଣ୍ଣ ଷ୍ଟାର କହୁଥିବା ନେଇ ସେ ପ୍ରତିକ୍ରିୟା ପ୍ରକାଶ କରିଥିଲେ । ସେ କହିଥିଲେ ଏବେ ବି ମୁଁ ମୁଖ୍ୟ ସ୍ରୋତରେ ଅଛି । ମୁଁ ୧୦୦ ରୁ ଉର୍ଦ୍ଧ୍ୱ ପର୍ଣ୍ଣ ଫିଲ୍ମରେ ନିର୍ଦ୍ଦେଶନା ଦେଇଛି । କେତକରେ ମୁଁ ନିର୍ମାତା, ନିର୍ଦ୍ଦେଶକ, ସଂଳାପ ଲେଖକ ଥିବା ସହ ଅଭିନୟ ମଧ୍ୟ କରିଛି ବୋଲି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.