ଏମିତି ଜଣେ ବ୍ୟକ୍ତିତ୍ୱ ଯାହାର ମୂଳ ଲକ୍ଷ ଭଲ ମଣିଷ ଗଢିବା ଓ ଲେଖନୀ ମୁନରେ ସମାଜକୁ ସଚେତନ କରିବା

ଭଦ୍ରକ ଜିଲ୍ଲା ତିହିଡି ବ୍ଲକ କୋହ୍ଲ ପଂଚାୟତର ବିଭୁତି ଭୂଷଣ ସେନାପତି । ପେସା ତାଙ୍କର ଥିଲା ଶିକ୍ଷାଦାନ ହେଲା ନିଶା ଥିଲା ସାହିତ୍ୟ ରଚନା କରିବା ସହିତ ଗବେଷଣା କରିବା । ଏବେ ବୟସ ତାଙ୍କର ୭୯ବର୍ଷ ହେଲାଣି ତଥାପି ସେ ସମାଜ ର ହିତ ସାଧନ ପାଇଁ କର୍ମ ତତ୍ପର ।

ଭଦ୍ରକ(କେନ୍ୟୁଜ): ଗ୍ରାମାଞ୍ଚଳର ବିଭିନ୍ନ ଗାଁ ଗଣ୍ଡାରେ ଅନେକ ପ୍ରତିଭା ଧାରୀ ତଥା ଆଦର୍ଶ ବ୍ଯକ୍ତି ଅଛନ୍ତି, ଯେଉଁ ମାନେ କି ନିଜ ଗୁଣରେ ନିଜେ ପରିଚିତ ହେବା ସହିତ ସମାଜ ପାଇଁ ଜଣେ ଜଣେ ଆଦର୍ଶ ବ୍ୟକ୍ତି ଭାବେ ପରିଗଣିତ ହୋଇଥାନ୍ତି । ଏପରି ଜଣେ ଆଦର୍ଶ ବ୍ୟକ୍ତି ହେଉଛନ୍ତି ଭଦ୍ରକ ଜିଲ୍ଲା ତିହିଡି ବ୍ଲକ କୋହ୍ଲ ପଂଚାୟତର ବିଭୁତି ଭୂଷଣ ସେନାପତି । ପେସା ତାଙ୍କର ଥିଲା ଶିକ୍ଷାଦାନ ହେଲା ନିଶା ଥିଲା ସାହିତ୍ୟ ରଚନା କରିବା ସହିତ ଗବେଷଣା କରିବା । ଏବେ ବୟସ ତାଙ୍କର ୭୯ବର୍ଷ ହେଲାଣି ତଥାପି ସେ ସମାଜ ର ହିତ ସାଧନ ପାଇଁ କର୍ମ ତତ୍ପର। ଅଦ୍ୟାବଧି ୧୩ ଖଣ୍ଡ ପୁସ୍ତକ ରଚନା କରିବା ସହିତ ଅନେକ ପତ୍ର ପତ୍ରିକାର ଜଣେ ନିୟମିତ ଲେଖକ ଭାବେ ସେ ଓଡ଼ିଆ ଜନ ମାନସ ରେ ବେଶ ସୁ ପରିଚିତ ।

ସେ ପିଲାଟି ବେଳୁ ଲକ୍ଷ ରଖିଥିଲେ ଭଲ ମଣିଷ ଗଢିବା ଓ ଲେଖନୀ ମୁନରେ ସମାଜକୁ ସଚେତନ କରିବା ସହିତ ସମାଜର ହିତ ସାଧନ କରିବା । ତେବେ ୧୯୭୪ ମସିହା ବେଳକୁ ସେ ଅତି ସୁନ୍ଦର ଭାବେ କବିତା, ଗଳ୍ପ ଓ ପ୍ରବନ୍ଧ ଲେଖିବା ଆରମ୍ଭ କରିଥିଲେ। ଯାହା ସେ ସମୟ ବିଭିନ୍ନ ପତ୍ର ପତ୍ରିକା ରେ ପ୍ରକାଶ ପାଇଥିଲା । ପରେ ପରେ ବିଭିନ୍ନ ଉପାଦେୟ ପୁସ୍ତକ ରଚନା ସେ ଆରମ୍ଭ କରିଥିଲେ । ବହୁ ପୁସ୍ତକ ପ୍ରକାଶିତ କରି ସାରିଥିବା ବେଳେ ଅନେକ ପ୍ରକାଶନ ଅପେକ୍ଷା ରେ ରହିଛି । ସେଥିମଧ୍ୟରୁ ମଣିଷର ଭାଷା ପୁସ୍ତକଟି ଅତି ଉଚ୍ଚକୋଟିର ଥିଲା । ତେଣୁ ମହୀଶୂର ୟୁନିଭରସିଟି ସେହି ପୁସ୍ତକ ଟିକୁ ନେବା ସହିତ ତାଙ୍କ ପାଠ୍ୟ କ୍ରମରେ ତାହାକୁ ସ୍ଥାନିତ କରିଛନ୍ତି । ତାସହିତ ତାଙ୍କର ପ୍ରଥମ ପୁସ୍ତକ ନାରୀ ମଧ୍ୟ ଶାନ୍ତିନିକେତନ ବିଶ୍ଵବିଦ୍ୟାଳୟ ରେ ଛାତ୍ରଛାତ୍ରୀଙ୍କ ଗବେଷଣା ପାଇଁ ରଖାଯାଇଛି ।

bibhuti

ସେହିପରି ଭାବେ ସେ ବିଭିନ୍ନ ସମୟ ରେ ରେଡ଼ିଓ ରେ ଜଣେ କଥାକର ଭାବେ ସେ ବିଭିନ୍ନ ଉପାଦେୟ ବିଷୟ ଉପରେ ବକ୍ତବ୍ୟ ଦେଈ ବେଶ ଚର୍ଚାରେ କେନ୍ଦ୍ର ବିନ୍ଦୁ ପାଲଟିଥିଲେ ।କେବଳ ସେତିକି ନୁହେଁ ନିଜ ପ୍ରଚେଷ୍ଟା ରେ ନାରାୟଣ ସ୍ମୃତି ସାହିତ୍ୟ ସଂସଦ ଗଠନ କରି ନୂଆ ନୂଆ ଯୁବ ସାହିତ୍ୟକ ଓ କବି ସୃଷ୍ଟି କରିବା ପାଇଁ ସେମାନଙ୍କୁ ଉତ୍ସାହିତ କରୁଛନ୍ତି । ଏବେ ସେ ସାହିତ୍ୟ ଗବେଷଣା ପରିଷଦ ମଧ୍ୟ ଗଠନ କରି କାନ୍ତ ସାହିତ୍ୟ ଉପରେ ଅଧିକ ଗବେଷଣା ପାଇଁ କବି ଲେଖକ ମାନଙ୍କୁ ଏଥିରେ ସଂଶ୍ଲିଷ୍ଟ କରିଛନ୍ତି । ଅଦ୍ୟାବଧି ଦୁଇ ଶହ ରୁ ଅଧିକ ଲେଖା ତାଙ୍କର ବିଭିନ୍ନ ପତ୍ର ପତ୍ରିକା ରେ ପ୍ରକାଶିତ ହୋଇ ସାରିଲାଣି ।ଏଥିପାଇଁ ସେ ଜିଲ୍ଲା ଏବଂ ରାଜ୍ୟ ସ୍ତରରୁ ବହୁ ପୁରସ୍କାର ଲାଭ କରି ନିଜ ଗାଁ ମାଟି ପାଇଁ ଗୌରବ ଆଣିଛନ୍ତି । ସଦା ସର୍ବଦା ସମାଜ ମଙ୍ଗଳ ଉଦ୍ୟସ୍ୟ ରଖି ସେ ଏପରି କାର୍ଯ୍ୟ ନିଜେ କରି ଆସୁଛନ୍ତି । ଏଥିପାଇଁ ତାଙ୍କ ସହ ଧର୍ମିଣୀ ତାଙ୍କୁ ସବୁ କ୍ଷେତ୍ରରେ ସହଯୋଗ ଦେଇଆସୁଥିବା ସେ କହିଛନ୍ତି ।

family

ସେହିପରି ଭାବେ ବିଭୁତି ଭୂଷଣ ଙ୍କ କାର୍ଯ୍ୟ ଧାରାରେ ଗ୍ରାମବାସୀ ଓ ପାଖ ଆଖ ଅଂଚଳ ର ଲୋକ ମାନେ ବେଶ ଖୁସି ବ୍ଯକ୍ତ କରନ୍ତି । ସେ ଗାଁ ର ଜଣେ ଆଦର୍ଶ ବ୍ଯକ୍ତି ହୋଇ ଥିବାରୁ ତାଙ୍କୁ ସମସ୍ତେ ସମ୍ମାନ ପଦର୍ଶନ କରିବା ସହିତ ତାଙ୍କ ମାନବୀୟ ମୂଲ୍ୟବୋଧ ଏବଂ ସାରସ୍ୱତ ସାଧନା ପାଇଁ ତାଙ୍କୁ ତିହିଡି ଅଂଚଳ ବାସି ମାନେ ବିଭିନ୍ନ ଅନୁଷ୍ଠାନ ରେ ପ୍ରମୁଖ କାର୍ଯ୍ୟକର୍ତା ଭାବେ ମନୋନୀତ କରିଛନ୍ତି। । କେବଳ ସେତିକି ନୁହେଁ ତାଙ୍କର ଆଦର୍ଶ ରେ ଅନେକ ଲୋକ ଅନୁପ୍ରାଣିତ ହୋଇଛନ୍ତି ।ଏପରି ପରିଣତ ବୟସ ରେ ସେ ସାହିତ୍ୟ କୁ ନିଜ ଜୀବନ ଭାବି ତାରି ଉପରେ ଅଧିକ ମନୋନିବେଶ କରିବା ସହିତ ତାହାର ପ୍ରଚାର ଓ ପ୍ରସାର ଦିଗରେ ବିଭୁତି ଭୂଷଣ ଲାଗି ରହିଥିବା ସ୍ଥାନୀୟ ଲୋକ ମାନେ କହିବା ସହିତ ତିହିଡି ଅଂଚଳ ପାଇଁ ସେ ଗୌରବ ବୋଲି ମଧ୍ୟ ଲୋକ ମାନେ କହିଛନ୍ତି ।

ବାସ୍ତବିକ ବିଭୁତି ଭୂଷଣଙ୍କ ଆଦର୍ଶ ଜୀବନ ଶୈଳୀ ଓ ତାଙ୍କ ସାରସ୍ୱତ ସାଧନା ପାଇଁ ସେ କେବେଳ ତିହିଡି ନୁହେଁ ସାର ଭଦ୍ରକ ଜିଲ୍ଲାରେ ଜଣେ ଚର୍ଚିତ ବ୍ୟକ୍ତି ଭାବେ ସମସ୍ତଙ୍କ ନିକଟ ରେ ଗ୍ରହଣୀୟ ଓ ଆଦରଣିୟ ହୋଇ ପାରିଛନ୍ତି ।