ସତରେ କଣ ପୃଥିବୀରେ ଆଉ ଜନ୍ମ ହେବନି ପୁରୁଷ? ସୋସିଆଲ ମିଡିଆରେ ଏବେ ଚର୍ଚ୍ଚାର ବିଷୟ

ନାରୀ ପୁରୁଷ ପରସ୍ପର ପରିପୁରକ,ନାରୀ ବିନା ପୁରୁଷ ଅକଳ୍ପନୀୟ । ତେବେ ଏହାରି ଭିତରେ ଏମିତି ଏକ ଖବର ଆସି ପହଁଚିଛି ଯାହା ମାନବ ଜାତିରୁ ଚକିତ କରିଛି । କଥାଟା ହେଲା କି, ଆଉ ଜନ୍ମ ହେବନି ପୁରୁଷ । ପୃଥିବୀରୁ ଲୋପ ପାଇଯିବ ପୁରୁଷ ବଂଶ । ଏବେ ଏଭଳି କିଛି ଚକିତ କଲାଭଳି ଅଧ୍ୟୟନ ସାମ୍ନାକୁ ଆସିଛି । ଯାହା ସଭିଙ୍କ ମନରେ ଆଶଙ୍କା ସୃଷ୍ଟି କରିଛି । ‘ୟୁନିଭରସିଟି ଅଫ କେଣ୍ଟ’ର ଏହି ଅଧ୍ୟୟନ ଏବେ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି ।
ଯାହା ସୂଚନା ମିଳିଛିକି, ପୁରୁଷ ଶରୀରରେ ଥିବା ଦୁଇଟି XY କ୍ରୋମୋଜୋମ ମଧ୍ୟରୁ Y କ୍ରୋମୋଜୋମ ସରି ସରି ଯାଉଛି । ଯାହାଫଳରେ ଭବିଷ୍ୟତରେ ପୁରୁଷ ଆଉ ଜନ୍ମ ହେବନି । ଏହି Y କ୍ରୋମୋଜୋମ ପୁରୁଷ ଲିଙ୍ଗ ନିର୍ଦ୍ଧାରଣରେ ସହାୟକ ହୋଇଥାଏ । ତେଣୁ ପୁରୁଷ ବଂଶ ଲୋପ ପାଇଯିବା ନେଇ ଆଶଙ୍କା ଦେଖାଯାଇଛି । ଏପଟେ ଜାତୀୟ ବିଜ୍ଞାନ ଏକାଡେମୀରଏକ ଅଧ୍ୟୟନରରେ କୁହାଯାଇଛି କି, Y କ୍ରୋମୋଜୋମ ସରି ସରି ଗଲେ ସୁଦ୍ଧା ପୁରୁଷ ନିର୍ଦ୍ଧାରଣ ଜିନ୍ ବିକଶିତ ସମ୍ଭବପର । କାରଣ ଜାପାନରେ ଏକ ପ୍ରଜାତିର ସ୍ପାଇନ ମୂଷାର Y କ୍ରୋମୋଜୋମ ହଜିଯିବା ପରେ ମଧ୍ୟ ଏକ ନୂତନ ପୁରୁଷ ନିର୍ଦ୍ଧାରଣ ଜିନ୍ ବିକଶତ ହୋଇପାରିଛି । ଯାହାକୁ ନଜରରେ ରଖି ମାନବ ଜାତି ପାଇଁ ଏହା ଏକ ନୂତନ ଆଶାର ଆଲୋକ ସଦୃଶ୍ୟ ସାମ୍ନାକୁ ଆସିଛି ।
ଜେନେଟିକ୍ସର ପ୍ରତିଷ୍ଠିତ ପ୍ରଫେସର ଜେନିଫର ଏ ମାର୍ଶଲ ଗ୍ରେଭସଙ୍କ କହିବା କଥା, ମଣିଷଠାରେ ଥିବା Y କ୍ରୋମୋଜୋମ ଗତ ୩୦୦ ମିଲିୟନ ବର୍ଷରେ ଏହା ନିଜର ମୂଳ ୧୪୩୮ ଜିନରୁ ୧୩୯୩ ଜିନକୁ ହରାଇସାରିଛି ଓ ଏହିପରି ଭାବେ ଆଉ ମାତ୍ର ୧୦ ମିଲିୟନ ବର୍ଷ ମଧ୍ୟରେ ବାକିଥିବା ୪୫ ଜିନକୁ ମଧ୍ୟ ହରାଇ ବସିବ । ତେଣୁ ମାନବ Y କ୍ରୋମୋଜମ, ଯେଉଁଥିରେ ପୁରୁଷ ଜନ୍ମ ପାଇଁ ଆବଶ୍ୟକ SRY ଜିନ୍ ରହିଛି ତାହା ସମୟ ସହିତ କମିବାରେ ଲାଗିଛି । ତେଣୁ ଆଗାମୀ ୧୧ ମିଲିୟନ ବର୍ଷରେ Y କ୍ରୋମୋଜୋମ ସମ୍ପୂର୍ଣ୍ଣ ଲୋପ ପାଇଯିବ ।
ମଣିଷର ଲିଙ୍ଗ ନିର୍ଦ୍ଧାରଣ କରିବାରେ Y କ୍ରୋମୋଜୋମର ରହିଥାଏ ଅନେକ ଭୂମିକା । ପୁରୁଷଙ୍କ ଶାରିରୀକ ଗଠନ Y କ୍ରୋମୋଜୋମ ନିର୍ଦ୍ଧାରଣ କରିଥାଏ । ମହିଳାଙ୍କ ଶରୀରରେ ଦୁଇଟି X କ୍ରୋମୋଜୋମ ରହିଥାଏ, ହେଲେ ପୁରୁଷଙ୍କ ଶରୀରରେ ଗୋଟିଏ X ଓ ଗୋଟିଏ Y କ୍ରୋମୋଜୋମ ଥାଏ । Y କ୍ରୋମୋଜୋମ X କ୍ରୋମୋଜୋମ ଠାରୁ ଖୁବ ଛୋଟ ଏବଂ ଏହା କମ୍ ପରିମାଣର ଜିନ୍ ଧାରଣ କରେ । ପୁରୁଷର Y କ୍ରୋମୋଜୋମ ଥିବା ଶୁକ୍ରାଣୁ ଓ ମହିଳାଙ୍କ X କ୍ରୋମୋଜୋମ ଥିବା ଡିମ୍ବାଣୁ ସହ ମିଶିଲେ ପୁତ୍ରସନ୍ତାନ ଜନ୍ମ ହୋଇଥାଏ । ଅର୍ଥାତ୍ ପୁତ୍ର ସନ୍ତାନ ଜନ୍ମ ପାଇଁ Y କ୍ରୋମୋଜମ ନିହାତୀ ଜରୁରୀ ।