ଆସୁଛି ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ, ଏହି ରାଶିଙ୍କ ଭାଗ୍ୟ ଚମକିବ ଓ ମିଳିବ ଅନେକ ସଫଳତା

ଚଳିତ ବର୍ଷ ୨୦୨୨ ମସିହାରେ ମୋଟ ୪ଟି ଗ୍ରହଣ ଲାଗିବାକୁ ଯାଉଛି। ଏଥିରେ ୨ଟି ସୂର୍ଯ୍ୟପରାଗ ସହିତ ଅନ୍ୟ ଦୁଇଟି ହେଉଛି ଚନ୍ଦ୍ର ଗ୍ରହଣ। ଅପ୍ରେଲ ମାସରେ ସୂର୍ଯ୍ୟପରାଗ ଲାଗିବ। କିନ୍ତୁ ଏହା ଆଂଶିକ ରହିବ ବୋଲି ଶୁଣିବାକୁ ମିଳିଛି। ତେବେ ଜ୍ୟୋତିଷ ଶାସ୍ତ୍ରରେ ଏହି ପରାଗ ବହୁତ ଗୁରୁତ୍ୱପୂର୍ଣ୍ଣ ଧରାଯାଇଛି।
ମେଷ ରାଶିରେ ଲାଗିଥିବା ବର୍ଷର ପ୍ରଥମ ସୂର୍ଯ୍ୟ ଗ୍ରହଣ ଦକ୍ଷିଣ ଆମେରିକା ଓ ଦକ୍ଷିଣ ପଶ୍ଚିମ ଭାଗ ସହ ପ୍ରଶାନ୍ତ ମହାସାଗର ଓ ଆଣ୍ଟଲାଟିକା ରେ ଦେଖାଯିବ। ଏହା ଅପ୍ରେଲ ମାସର ୩୦ ତାରିଖ ମଧ୍ୟ ରାତ୍ରିରେ ଲାଗୁ ହେବ। ୧ ମଇ ସକାଳ ୪ ଟାୂ ବାଜି ୭ ମିନିଟ ପର୍ଯ୍ୟନ୍ତ ରହିବ। ଏହାଦ୍ୱାରା ୧୨ଟି ରାଶିରେ ଏହାର ପ୍ରଭାବ ପଡ଼ିବ।
ବୃଷ:
ଏହି ରାଶିର ଲୋକଙ୍କ ପାଇଁ ସୂର୍ଯ୍ୟ ପରାଗ ବହୁତ ଶୁଭ ହେବ। ଆର୍ଥିକ ସ୍ଥିତିରେ ବଡ଼ ମାତ୍ରାରେ ସୁଧାର ଆସିବ। ମାନସିକ ଚିନ୍ତା ଦୂର ହେବ। ଅଟକିଯାଇଥିବା ସବୁ କାମ ର ସମାଧାନ ମିଳିଯିବ। ଚାକିରି କ୍ଷେତ୍ରରେ ଅନେକ ଲାଭ ମିଳିବ। ଉନ୍ନତି ହେବ।
କର୍କଟ:
ଏମାନଙ୍କ ଭାଗ୍ୟରେ ପରିବର୍ତ୍ତନ ହେବ। ଏମାନଙ୍କ କର୍ମ କ୍ଷେତ୍ରରେ ଉନ୍ନତି ହେବ। ମାନ ସମ୍ମାନ ବଢ଼ିବ। ଯୋଗ୍ୟତା ଅନୁସାରେ ଫଳ ମିଳିବ।
ତୁଳା:
ଏମାନଙ୍କ କ୍ୟାରିଅରରେ ବହୁତ ସଫଳତା ମିଳିବ। ଏମାନଙ୍କର ଉନ୍ନତି ହେବ। ପାର୍ଟନର୍ସିପରେ କାମ କରୁଥିବା ଲୋକଙ୍କୁ ଅନେକ ଫାଇଦା ମିଳିବ। ଲକ୍ଷ୍ୟ ହାସଲ କରିବେ।
ଧନୁ:
ଏମାନଙ୍କୁ ଧନ ଲାଭ ହେବ। ଜୀବନରେ ଉନ୍ନତି କରିବେ। ସରକାରୀ ଚାକିରିରେ ବଡ଼ ଫାଇଦା ମିଳିବ। ବ୍ୟାପାର ଓ ବ୍ୟବସାୟରେ ମଧ୍ୟ ଉନ୍ନତି ହେବ।