ଦୀର୍ଘ ୧ ବର୍ଷଧରି ମହିଳା ପିଇନଥିଲେ ବୁନ୍ଦାଏ ବି ପାଣି, ଶରୀର ଉପରେ ପଡିଲା ଏପରି ପ୍ରଭାବ

ଆଜିପର୍ଯ୍ୟନ୍ତ ଆପଣ ଶୁଣିଆସୁଛନ୍ତି ଯେ ମଣିଷକୁ ସୁସ୍ଥ ରହିବା ପାଇଁ ପର୍ଯ୍ୟାପ୍ତ ପରିମାଣର ପାଣି ପିଇବା ଆବଶ୍ୟକ । ସେ ଡାକ୍ତର ହୁଅନ୍ତୁ କିମ୍ବା କୌଣସି ହେଲଥ ଏକ୍ସପର୍ଟ ସମସ୍ତେ ପାଣି ପିଇବା ପାଇଁ ପରାମର୍ଶ ଦେଇଥାନ୍ତି । ଏହା ଏଥିପାଇଁ କାରଣ ପାଣି ପିଇବା ଦ୍ୱାରା ମଣିଷର ଶରୀର ଡିଟକ୍ସ ହୋଇଥାଏ କିନ୍ତୁ ନିକଟରେ ସୋସିଆଲ ମିଡିଆରେ ଜଣେ ମହିଳାଙ୍କ ଫଟୋ ଭାଇରଲ ହେବାରେ ଲାଗିଛି ଯିଏ ଦାବି କରିଛନ୍ତି ଯେ ଗତ ଏକବର୍ଷ ଧରି ସେ ପାଣିର ଏକ ବୁନ୍ଦା ବି ପିଇନାହାନ୍ତି । ଏହା କରିବା କାରଣରୁ ତାଙ୍କ ଶରୀରରେ ମଧ୍ୟ ଅନେକ ପ୍ରକାରର ପରିବର୍ତ୍ତନ ଆସିଛି । ଏହାସହିତ ସେ କହିଛନ୍ତି ଯେ ପାଣି ନପିଇବା କାରଣରୁ ସେ ଅଧିକ ସ୍ୱାସ୍ଥ୍ୟବାନ ହୋଇଯାଇଛନ୍ତି ।

बाली की रहने वाली सोफी प्रैना योगा टीचर हैं। उन्होंने सोशल मीडिया पर अपनी कहानी सजेयार करते हुए बताया कि बीते एक साल से उसने पानी नहीं पिया है।

ସୂଚନା ଅନୁଯାୟୀ ବାଲିରେ ବାସ କରୁଥିବା ସୋଫି ପ୍ରେନା ଜଣେ ଯୋଗ ଶିକ୍ଷକ ଅଟନ୍ତି । ନିଜର କାହାଣୀକୁ ସୋସିଆଲ ମିଡିଆରେ ସେୟାର କରିବା ସହ ସେ କହିଥିଲେ ଯେ ଗତ ଏକବର୍ଷ ମଧ୍ୟରେ ସେ ବୁନ୍ଦାଏ ମଧ୍ୟ ପାଣି ପିଇନାହାନ୍ତି । ସୋଫି ଦାବି କରିଛନ୍ତି ଯେ ପାଣି ପିଇବା କାରଣରୁ ତାଙ୍କୁ ଅନେକ ପ୍ରକାରର ଫାଇଦା ହୋଇଛି । ତାଙ୍କର ଅନେକ ପ୍ରକାରର ଶାରୀରିକ ସମସ୍ୟା ଦୂର ହୋଇଛି ।

उसका पूरा चेहरा सूज गया था और उसके जोड़ों में भी काफी दर्द रहता था।

ପୂର୍ବରୁ ସୋଫିଙ୍କ ଆଣ୍ଠୁରେ ଯନ୍ତ୍ରଣା ହେଉଥିଲା ଏବଂ ତାଙ୍କ ଆଖି ମଧ୍ୟ ଫୁଲିଯାଉଥିଲା । ତାସହିତ ଖାଦ୍ୟ ଖାଇବା ଦ୍ୱାରା ମଧ୍ୟ ତାଙ୍କୁ ଆଲର୍ଜି ହୋଇଥିଲା । ତାଙ୍କର ସମ୍ପୂର୍ଣ୍ଣ ଶରୀର ଫୁଲି ଯାଉଥିଲା । ଅନେକ ପ୍ରକାରର ଚିକିତ୍ସା ପରେ ମଧ୍ୟ ସୋଫିଙ୍କ ସ୍ୱାସ୍ଥ୍ୟରେ କୌଣସି ପ୍ରକାରର ପରିବର୍ତ୍ତନ ଆସିଲା ନାହିଁ । ସେଥିପାଇଁ ସେ ବାଧ୍ୟ ହୋଇ ଏକ ଭିନ୍ନ ତରିକା ଆପଣେଇଥିଲେ । ତେବେ ଏହା ସେ ନିଜର ଜଣେ ବନ୍ଧୁଙ୍କ ଠାରୁ ଶୁଣିଥିଲେ ।

इसके बाद सोफी ने पानी की जगह जूस और नारियल पानी पीना शुरू किया।

ସୋଫି ପାଣି ପିଇବା ବନ୍ଦ କରିଦେଇଥିଲେ ଏବଂ ସମସ୍ତ ନ୍ୟୁଟ୍ରିସନ ସେ ଫଳ ଏବଂ ସବୁଜ ପନିପରିବାରୁ ନେବା ଆରମ୍ଭ କରିଦେଲେ । ସୋଫିଙ୍କ କହିବା ଅନୁଯାୟୀ ଅନେକ ସମୟରେ ବୋତଲରୁ ପାଣି ପିଇବା କିମ୍ବା ଟ୍ୟାପରୁ ପାଣି ପିଇବା ଦ୍ୱାରା ତାଙ୍କ ଶରୀର ହାଇଡ୍ରେଟ ହେବା ବଦଳରେ ଫୁଲିଯାଉଥିଲା । ଏହାପରେ ସୋଫି ପାଣି ବଦଳରେ ଜୁସ ଏବଂ ନଡ଼ିଆ ପାଣି ପିଇବା ଆରମ୍ଭ କରିଦେଲେ ।

वो दिन में 14 घंटे फ़ास्ट रखती है। जब उन्हें पानी की कमी महसूस होती है तब वो फल या सब्जियां खाती हैं।

ସେ ସାରା ଦିନରେ ୧୪ ଘଣ୍ଟା ଉପବାସ କରନ୍ତି ଏବଂ ଯେତେବେଳେ ତାଙ୍କ ଶରୀରରେ ପାଣିର ଅଭାବ ଅନୁଭବ ହୁଏ ସେତେବେଳେ ସେ ଫଳ ଓ ପରିବା ଖାଇଥାନ୍ତି । ବର୍ତ୍ତମାନ ସୋଫି ବିନା ପାଣିରେ ୫୨ ଘଣ୍ଟା ପର୍ଯ୍ୟନ୍ତ ରହିପାରୁଛନ୍ତି ।