ପୁରୁଣା ପଇସା ଥିଲେ ହୋଇପାରିବେ ମାଲାମାଲ, ଜାଣନ୍ତୁ କେମିତି

ପୁରୁଣା ପଇସା ଗୁଡିକୁ ପାଖରେ ରଖିଥିବା ଲୋକଙ୍କ ପାଇଁ ଖୁସିଖବର । ଯଦି ଆପଣଙ୍କ ପାଖରେ ପୁରୁଣା ପଇସା ବା ମୁଦ୍ରା ରହିଛି ତାହାଲେ ଆପଣ ଅଧିକ ଟଙ୍କା ରୋଜଗାର କରିପାରିବେ । ଆଜିକାଲି ସେହି ପଇସା ଗୁଡିକ ଅଧିକ ଟଙ୍କାରେ ବିକ୍ରି ହୋଇପାରୁଛି । ଯାହାଦ୍ୱାରା ଅନେକ ଲୋକ ଟଙ୍କା ଉପାର୍ଜନ କରୁଛନ୍ତି । ଏଥିପାଇଁ ଆପଣଙ୍କ ପାଖରେ ଯଦି କିଛି ଦୁର୍ଲଭ ପଇସା ଅଛି ତେବେ ଆପଣ ସେଗୁଡିକୁ ଅନଲାଇନ ମାଧ୍ୟମରେ ବିକ୍ରି କରି ବିପୁଳ ଟଙ୍କା ପାଇପାରିବେ ।

୧୯୫୭ ରୁ ୧୯୬୩ ମଧ୍ୟରେ ଆପଣଙ୍କ ପାଖରେ ଥିବା ୧୦ ପଇସାକୁ ବିକ୍ରି କରିପାରିବେ । ୧୦ ପଇସା ଭାରତରେ ଜାରି ହୋଇଥିବା ପ୍ରଥମ ପଇସା ଥିଲା । ୧୯୫୭ ମସିହାରେ ଭାରତରେ ଏକ ଦଶମିକ ପଇସାର ପ୍ରଚଳନ ଆରମ୍ଭ ହୋଇଥିଲା । ତେବେ କିଛି ୧୦ ପଇସା ଉପରେ ଦଶମିକ ଛପା ଯାଇଥିଲା । ୧୯୬୩ ମସିହା ପରେ ସରକାର ଏହି ୧୦ ପଇସାକୁ ପ୍ରତ୍ୟାହାର କରିଥିଲେ । ଏହା ବ୍ୟତିତ ପୂର୍ବରୁ ଏହି ୧୦ ପଇସା ତମ୍ବାରେ ତିଆରି ହୋଇଥିଲା । ଯାହାକି ସେହି ସମୟରେ ଜାରି ହୋଇଥିବା ସମସ୍ତ ପଇସା ଠାରୁ ଅଧିକ ଆକର୍ଷଣୀୟ ଥିଲା । ଏହାର ଓଜନ ଥିଲା ୫ ଗ୍ରାମ । ଏହାର ବ୍ୟାସ ୨୩ ମି.ମି ରହିଥିଲା ।

ବମ୍ବେ,କଲିକତା ଓ ହାଇଦ୍ରାବାଦରେ ଏହି ୧୦ ପଇସା ବିଭିନ୍ନ ପ୍ରକାର ହୋଇଥିଲା । ଏହି ପଇସାରେ ଗୋଟିଏ ପଟରେ ଅଶୋକ ସ୍ତମ୍ଭ ରହିଥିଲା । ଏବଂ ଅନ୍ୟ ପଟରେ ଦେବନଗରୀ ଲିପିରେ ୧୦ ନୁଆ ପଇସା ଲେଖା ହୋଇଥିଲା । ଯାହା ଉପରେ ୧୦ ଭାଗର ଚିତ୍ର ରହିଛି । ତଳ ଭାଗରେ ମସିହା ଲେଖା ହୋଇଛି । ଯାହା ଆପଣ ଦେଖି ପାରୁଛନ୍ତି । ଏକ ରିପୋର୍ଟ ଅନୁସାରେ ଯଦି ଆପଣଙ୍କ ପାଖରେ ଏହି ସ୍ୱତନ୍ତ୍ର ପଇସା ରହିଛି ତେବେ ଆପଣ ଏହି ୧୦ ପଇସାକୁ ଅନଲାଇନରେ ଏକ ହଜାର ଟଙ୍କାରେ ବିକ୍ରି କରିପାରିବେ ।

ଏହି ପଇସା ଗୁଡିକ ଅନଲାଇନ ୱେବସାଇଟ ମାଧ୍ୟମରେ ଉପଯୁକ୍ତ ମୂଲ୍ୟରେ ବିକ୍ରି କରାଯାଉଛି । ଯାହା ଦ୍ୱାରା ବିକ୍ରେତା ଓ ଗ୍ରାହକଙ୍କ ମଧ୍ୟରେ ସମ୍ପର୍କ ଯୋଡିବାରେ ସାହାଯ୍ୟ କରୁଛି । ତେବେ ଆପଣଙ୍କୁ ଏକ ନୂଆ ଆକାଉଣ୍ଟ କରିବାକୁ ପଡିବ ଏହାପରେ ପର୍ଟାଲରେ ଲଗଇନ କରିବାକୁ ପଡିବ । ଏହାକୁ ଅଧିକ ବାସ୍ତବ କରିବା ପାଇଁ ବିକ୍ରି ମୂଲ୍ୟ ଏବଂ ପଇସାର ଫୋଟ ଦେବାକୁ ପଡିବ । ଥରେ ଯଦି ଏହାକୁ ଆପଣ ଏହି ଉପାୟରେ ଅପଲୋଡ କରୁଛନ୍ତି ତାହେଲେ ମୁଦ୍ରାକୁ କିଣିବା ପାଇଁ ଲୋକେ ଆପଣଙ୍କୁ ଯୋଗାଯୋଗ କରିବେ ।

You might also like