ନିଜ ପାଇଁ ରକ୍ଷାକବଚ ହେଉଛି ପିପର ସ୍ପ୍ରେ, ଘରେ ବି କରିପାରିବେ ପ୍ରସ୍ତୁତ

ପ୍ରତିଦିନ ଆମ ଆଖପାଖରେ ଘଟୁଥିବା ଘଟଣା ଦେଖି ଦେଖି ଘରୁ ବାହାରକୁ ପାଦ କାଢ଼ିବାକୁ ବି ଏଣିକି ଡର ଲାଗିଲାଣି ।  ଅନ୍ୟମାନଙ୍କ ତୁଳନାରେ ଯୁବତୀ ଓ ମହିଳା ମାନଙ୍କର ହିଁ ଏହି ଭୟ ଅଧିକ ରହୁଥିବା ଲକ୍ଷ କରାଯାଇଛି । ଏହା ସହ ବୟସ୍କ ତଥା ଛୋଟ ପିଲାମାନେ ବି ଦିନ କୁ ଦିନ ଅଧିକରୁ ଅଧିକ ସଂଖ୍ୟାରେ ଭିନ୍ନ ଭିନ୍ନ ଅପରାଧିକ ଘଟଣା ଗୁଡିକର ସାମ୍ନା କରୁଛନ୍ତି । ଯାହା ଫଳରେ ଦିନକୁ ଦିନ ସାଧାରଣ ଲୋକଙ୍କ ମନରେ ଅସୁରକ୍ଷା ଭାବ ବଢ଼ିବାରେ ଲାଗିଛି । କିନ୍ତୁ ମନରେ ଯେତେ ଡର ଥିଲେ ସୁଦ୍ଧା ଘରୁ ବାହାରିବାକୁ ପଡୁଛି । କିନ୍ତୁ ପ୍ରତିଥର ନିଜ ସୁରକ୍ଷା ପାଇଁ ତ ଆଉ ହାତହତିଆର ମାନ ସାଙ୍ଗରେ ନେଇ ଯାଇହେବ ନାହିଁ । ଏହି କାରଣରୁ ଅଧିକାଂଶ ଲୋକ ନିଜ ସାଥିରେ ପିପର ସ୍ପ୍ରେ ନେବାକୁ ଉଚିତ ମଣୁଛନ୍ତି । ଏମିତିରେ ତ ବଜାରରେ ଭଳିକି ଭଳି ପିପର ସ୍ପ୍ରେ ମିଳୁଛି । କିନ୍ତୁ ଯଦି ଆପଣ ଏହି ସ୍ପ୍ରେକୁ ବଜାରରୁ କିଣିପାରୁନାହାନ୍ତି ତେବେ ଘରେ ଖୁବ ସହଜରେ ଏହାକୁ ବନେଇ ପାରିବେ । ତେବେ ଆସନ୍ତୁ ଜାଣିବା ଏହାକୁ କିପରି କରିବେ ପ୍ରସ୍ତୁତ:

  • ଦୁଇ ବଡ ଚାମଚ ଗୋଲମରିଚ ଗୁଣ୍ଡ
  • ଦୁଇ ବଡ ଚାମଚ ଲାଲ ଲଙ୍କା ଗୁଣ୍ଡ
  • କିଛି ପାଣି

ପ୍ରଥମେ ଏକ ପାତ୍ରରେ କିଛି ପାଣି ନିଅନ୍ତୁ । ଏହା ପରେ ଏଥିରେ ଗୋଲମରିଚ ଗୁଣ୍ଡ ଓ ଲଙ୍କା ଗୁଣ୍ଡ ପାଉଡର ମିଶାନ୍ତୁ । ଏବେ ଏହାକୁ ଧୀରେ ଧୀରେ ଗୋଳେଇ ଏକ ଗାଢ଼ ଘୋଳ ପ୍ରସ୍ତୁତ କରନ୍ତୁ । ଧ୍ୟାନରେ ରଖନ୍ତୁ ଯେମିତି ଏଥିରେ କୌଣସି ବିଣ୍ଡା ନପଡିବ । ପେଷ୍ଟ ତିଆରି ହୋଇଗଲେ ଏଥିରେ ଧୀରେ ଧୀରେ ପାଣି ମିଶାନ୍ତୁ | କିନ୍ତୁ ଭଲ ଭାବରେ ଏହାକୁ ମିଶାଉଥିବେ । ଏବେ ଏହି ମିଶ୍ରଣକୁ ଏକ ପାତ୍ରରେ ରଖି ଚୁଲାରେ ବସାନ୍ତୁ । ସିଝିଲା ପର୍ଯ୍ୟନ୍ତ ବସାନ୍ତୁ । ଏବେ ଗ୍ୟାସ ବନ୍ଦ କରି ଦିଅନ୍ତୁ ଓ ଥଣ୍ଡା ହେବା ପର୍ଯ୍ୟନ୍ତ ଛାଡିଦିଅନ୍ତୁ । ସମ୍ପୂର୍ଣ୍ଣ ଥଣ୍ଡା ହୋଇଗଲେ ଏକ ସ୍ପ୍ରେ ବୋତଲରେ ରଖି ଦିଅନ୍ତୁ । ଧ୍ୟାନରେ ରଖିବେ ବୋତଲଟି ଯେମିତି ଠିକଠାକ ସେ କାମ କରୁଥିବ । ଏବେ ଯୁଆଡେ ଯିବେ ଏହି ସ୍ପ୍ରେ ଟିକୁ ନିଜ ସାଥିରେ ନେଇପାରିବେ । ଖାଲି ଯୁବତୀ ନୁହନ୍ତି ବୃଦ୍ଧ ତଥା ଛୋଟ ପିଲା ମାନେ ବି ଯାତ୍ରା ସମୟରେ ନିଜ ସାଥିରେ ନେବାଆଣିବା କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.