ସ୍ପେଶାଲ

ଟିକେଟ ନଥିଲେ ବି ଆପଣ ସହଜରେ କରିପାରିବେ ରେଳ ଯାତ୍ରା, ଜାଣନ୍ତୁ କିପରି

ଭାରତରେ ପ୍ରତିଦିନ ହଜାର ହଜାର ଲୋକ ଟ୍ରେନରେ ଯାତ୍ରା କରୁଛନ୍ତି। ଧନୀ ଠାରୁ ଗରିବ ପର୍ଯ୍ୟନ୍ତ ସମସ୍ତେ ଟ୍ରେନ୍‌ ଯାତ୍ରା କରିଥାନ୍ତି, କାହିଁକିନା ଏହା ବହୁତ ସହଜପୂର୍ଣ୍ଣ ଏବଂ ସୁବିଧାଜନକ। ଯେତେବେଳେ କଥା ଅଧିକ ଦୂର ବାଟକୁ ଯାତ୍ରା କରିବାର ଥାଏ ସେତେବେଳେ ଲୋକେ ଟ୍ରେନ ଯାତ୍ରାକୁ ହିଁ ବାଛିଥାନ୍ତି। ଏଥିସହିତ ଏହାର ଆଉ ଗୋଟେ କାରଣ ହେଉଛି ଟ୍ରେନରେ ମିଳୁଥିବା ସୁବିଧା। ଟ୍ରେନରେ ଆପଣଙ୍କୁ ଅନେକ ପ୍ରକାରର ସୁବିଧା ମିଳିଥାଏ। କିନ୍ତୁ ଅନେକ ଥର ଏମିତି ହୋଇଥାଏ ଯେ ଟ୍ରେନରେ ଯାତ୍ରା କରିବା ପାଇଁ କିଛି ଲୋକଙ୍କୁ ଅନେକ ପାମ୍ପଡ ବେଲିବାକୁ ପଡିଥାଏ। କାହିଁକିନା ତାଙ୍କ ପାଖରେ ରିଜର୍ଭେସନ ଟିକେଟ ନଥାଏ। ସେଥିପାଇଁ ଆପଣଙ୍କୁ ଅନେକ କିଛି କରିବାକୁ ପଡିଥାଏ। ତେବେ ଆପଣଙ୍କର ଏହି ସମସ୍ୟା ପାଇଁ ଆଜି ଆମେ ଆପଣଙ୍କୁ ଏକ ଖାସ୍‌ କଥା କହିବାକୁ ଯାଉଛୁ ଯାହା ଆପଣଙ୍କର କାମରେ ଆସିବ ନିଶ୍ଚୟ।  ଯଦି ଆପଣଙ୍କ ପାଖରେ ଟ୍ରେନର ରିଜର୍ଭେସନ ଟିକେଟ ନାହିଁ ତାହେଲେ ମଧ୍ୟ ଆପଣ ବହୁତ ଆରାମରେ ବିନା ଟିକେଟରେ ରେଳ ଯାତ୍ରା କରିପାରିବେ। ତାହେଲେ  ଜାଣନ୍ତୁ ଭାରତୀୟ ରେଳର ଏହି ଖାସ ଏବଂ ଜରୁରୀ ନିୟମ ବିଷୟରେ।

ପୂର୍ବରୁ ଏମିତି ଥିଲା ଯେ ଯଦି ଆପଣଙ୍କୁ ଏମରଜେନ୍ସୀ ଯାତ୍ରା କରିବାର ଅଛି ତାହେଲେ ଆପଣଙ୍କ ପାଖରେ କେବଳ ତତ୍କାଳ ଟିକେଟର ହିଁ ଅପ୍ସନ ଥିଲା। ଯାହା ଜରିଆରେ ଆପଣ ନିଜ ଟ୍ରେନ ଟିକେଟ ବୁକ୍‌ କରିପାରୁଥିଲେ। କିନ୍ତୁ ଅନେକ ଥର ଭିଡ କାରଣରୁ ଏଥିରେ ବି ଲୋକଙ୍କୁ ଟିକେଟ ମିଳିପାରୁନଥିଲା। କିନ୍ତୁ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏଭଳି ସ୍ଥିତିରେ କେବଳ ଷ୍ଟେସନରେ ମିଳୁଥିବା ପ୍ଲାଟଫର୍ମ ଟିକେଟରୁ ବି ଯାତ୍ରା କରିିପାରିବେ।

ଯଦି ଆପଣଙ୍କ ପାଖରେ ରିଜର୍ଭେସନ ଟିକେଟ ନାହିଁ ତାହେଲେ ଆପଣ କେବଳ ପ୍ଲାଟଫର୍ମ ଟିକେଟ ନେଇ ବି ଟ୍ରେନରେ ଚଢ଼ିଯାଆନ୍ତୁ। ଏହାପରେ ଟ୍ରେନରେ ଟିଟିଙ୍କ ଠାରୁ ଆପଣ ପ୍ଲାଟଫର୍ମ ଟିକେଟ ବଦଳରେ ଡେଷ୍ଟିନେସନ୍‌ ପର୍ଯ୍ୟନ୍ତ ଟିକେଟ ନେଇଯାଆନ୍ତୁ। ଆପଣ ଏମର୍ଜେନ୍ସି ସମୟରେ ଏହିଭଳି ଭାବେ ଯାତ୍ରା କରିପାରିବେ।

ବେଳେବେଳେ ଟ୍ରେନରେ ସିଟ୍‌ ଖାଲି ନଥାଏ। ଏମିତିରେ ଆପଣ ଯାତ୍ରା କରିପାରିବେ। ଯଦି ଆପଣ ଟିଟି ପାଖକୁ ଯିବେ ତାହେଲେ ସେ ଆପଣଙ୍କୁ ରିଜର୍ଭେସନ ସିଟ ନଥିଲେ ବି ଯାତ୍ରା କରିବାକୁ ଦେବେ। ନିୟମ ମୁତାବକ ଟିଟି ଆପଣଙ୍କୁ ଯାତ୍ରା କରିବା ପାଇଁ ଅଟକାଇ ପାରିବେନି। କେବେକେବେ ଆପଣଙ୍କୁ ୨୫୦ ଟଙ୍କାର ପେନାଲ୍ଟୀ ସହିତ ପୂରା ଫି ଦେବାକୁ ହେବ।

ପ୍ଲାଟଫର୍ମ ଟିକେଟ ଖାସ୍‌ କରି ସେହି ଲୋକଙ୍କ ପାଇଁ ରହିଥାଏ ଯେଉଁମାନେ ନିଜର ପରିଜନଙ୍କୁ ଷ୍ଟେସନ ପର୍ଯ୍ୟନ୍ତ ଛାଡିବା ପାଇଁ ଯାଇଥାନ୍ତି। ରେଲେଓ୍ଵ ଦ୍ୱାରା ନିର୍ଦ୍ଧାରିତ ଏହି ଟିକେଟକୁ ନେଇ ପ୍ଲାଟଫର୍ମ ଯିବା ବାଧ୍ୟତାମୂଳକ ରହିଛି। ବିନା ପ୍ଲାଟଫର୍ମ ଟିକେଟରେ ଯଦି ଆପଣ ଷ୍ଟେସନ ପର୍ଯ୍ୟନ୍ତ ଯାଉଛନ୍ତି ତାହେଲେ ଆପଣଙ୍କୁ ଜରିମାନା ମଧ୍ୟ ଦେବାକୁ ପଡିପାରେ। ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ରେଲେଓ୍ଵର ନିୟମ ଅନୁଯାୟୀ ଆପଣ ପ୍ଲାଟଫର୍ମ ଟିକେଟ ନେଇ ବି ଯାତ୍ରା କରିପାରିବେ। ଏହି ପ୍ଲାଟଫର୍ମ ଟିକେଟ ଆପଣଙ୍କୁ ଷ୍ଟେସନରେ ହିଁ ମାତ୍ର ୧୦ ଟଙ୍କାରେ ମିଳିଯିବ।

Pritiparna

Recent Posts

ଦିଲ୍ଲୀ ଯିବା ପୂର୍ବରୁ କୃଷି ମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

11 mins ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

24 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

33 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

36 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

1 hour ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

1 hour ago