ଦେଶର ଏହି ୭ଟି ସହରରେ ଖାଇପାରିବେନି ନନ-ଭେଜ୍, ଜାଣନ୍ତୁ କାରଣ

ଦେଶରେ ଏପରି କିଛି ସହର ଅଛି ଯେଉଁଠାରେ ଆପଣ ଚାହିଁଲେ ବି ଆମିଷ ଖାଦ୍ୟ ଖାଇ ପାରିବେ ନାହିଁ । ବାସ୍ତବରେ, ଧାର୍ମିକ ସ୍ଥାନ ଯୋଗୁଁ ସରକାର ନିଜେ ଏଠାରେ ଆମିଷ ଖାଦ୍ୟ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । କେତେକ ରିପୋର୍ଟ ଅନୁଯାୟୀ, ଭାରତର ଜନସଂଖ୍ୟାର ୪୦ ପ୍ରତିଶତ ମାଂସାହାରୀ, କିନ୍ତୁ ଏପରି କିଛି ସହର ଅଛି ଯେଉଁଠାରେ ଜଣେ ମାଂସାହାରୀ ଚାହିଁଲେ ମଧ୍ୟ ନନ-ଭେଜ୍ ଖାଇ ପାରିବେ ନାହିଁ । ତେବେ ଆସନ୍ତୁ ସେହି ଦେଶ ଗୁଡିକ ବିଷୟରେ ଜାଣିବା ।

ବାରଣାସୀ ସେହି ସହରଗୁଡିକ ମଧ୍ୟରେ ଆସିଥାଏ ଯେଉଁଠାରେ ନନ-ଭେଜ୍ ନିଷେଧ । ବାସ୍ତବରେ, ଧାର୍ମିକ ସ୍ଥାନ ତଥା ଐତିହ୍ୟ ସ୍ଥଳଗୁଡିକରେ ମାଂସାହାରୀ ଖାଦ୍ୟ ଏବଂ ମଦ ବିକ୍ରୟ ତଥା ବ୍ୟବହାର ଉପରେ ଏକ ନିଷେଧାଦେଶ ରହିଛି । ଋଷିକେଶ ମଧ୍ୟ ଭାରତର ସେହି ସହର ମଧ୍ୟରୁ ଗୋଟିଏ ଯେଉଁଠାରେ ମାଂସାହାରୀ ଖାଦ୍ୟ ନିଷେଧ । ବାସ୍ତବରେ ଏହା ଏକ ଧାର୍ମିକ ସହର ।

ଅଯୋଧ୍ୟା, ରାମ ସହର ଏକ ଧାର୍ମିକ ସହର ଭାବରେ ପରିଗଣିତ ହେଉଛି, ଯେଉଁ କାରଣରୁ ଏଠାରେ ମାଂସାହାରୀ ଖାଦ୍ୟ ନିଷେଧ । ସେହିଭଳି ଯଦି ଆପଣ କୃଷ୍ଣଙ୍କ ସହର ବୃନ୍ଦାବନରେ ନନଭେଜ୍ ଖୋଜୁଛନ୍ତି, ତେବେ ଆପଣ ଆଦୌ ପାଇବେ ନାହିଁ, ପ୍ରକୃତରେ ତୀର୍ଥଯାତ୍ରୀମାନେ ଏଠାକୁ ଆସନ୍ତି । ଏକ ଧାର୍ମିକ ସ୍ଥାନ ହୋଇଥିବାରୁ ଏଠାରେ ନନଭେଜ୍ ଉପଲବ୍ଧ ନାହିଁ ।

ଏହା ବ୍ୟତୀତ ତାମିଲନାଡୁର ମଦୁରାଇ ସହର ଏବଂ ଗୁଜରାଟର ପଲିଟାନାଠାରେ ମଧ୍ୟ ନନଭେଜ୍ ସମ୍ପୂର୍ଣ୍ଣ ନିଷେଧ । ତେବେ କିଛି ରିପୋର୍ଟ ଅନୁଯାୟୀ ଆମିଷ ଆମ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଭଲ ହୋଇନଥାଏ । ଏହି ସ୍ଥାନଗୁଡିକ ଅତ୍ୟନ୍ତ ପବିତ୍ର ହୋଇଥିବା କାରଣରୁ ଏଠାରେ ଆମିଷ ବ୍ୟାନ କରାଯାଇଛି ।

ସୂଚନାଯୋଗ୍ୟ, ଏଭଳି କିଛି ଟ୍ରେନ୍‌ ମଧ୍ୟ ଅଛି ହେଉଥିରେ ଆମିଷ ଖାଇବା ଏବଂ ନେଇ ଯିବାରେ ପ୍ରତିବନ୍ଧକ ଲଗାଯାଇଛି । ସାରା ଦେଶର ଯେଉଁ ଟ୍ରେନଗୁଡ଼ିକ ଧାର୍ମିକ ସ୍ଥଳ ଅଭିମୁଖେ ଯାତ୍ରା କରୁଥିବ ସେହି ସବୁ ଟ୍ରେନ୍‌ରେ ମଧ୍ୟ ଏହି ନିୟମ ଲାଗୁ କରାଯାଇଛି ।

You might also like