ଜୀବନରେ କେବେ ବି ଦେଖିନଥିବେ ଏହି ଅଜବ ପ୍ରାଣୀ, ଯାହା ବିଷୟରେ ଜାଣିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ
![kk](https://knewsodisha.com/wp-content/uploads/2019/09/kk.jpg)
ଦୁନିଆରେ ଏପରି କେତେକ ଜୀବ ରହିଛନ୍ତି, ଯେଉଁମାନଙ୍କୁ ଆମେ ସାଧାରଣତଃ ଦେଖିନଥାଉ। ଏମାନଙ୍କୁ ପୃଥିବୀର ସବୁଠାରୁ ଅଦ୍ଭୁତ ପ୍ରାଣୀ ଭାବେ ଗଣାଯାଏ। ଏମାନଙ୍କୁ ଆପଣ ପ୍ରଥମ ଥର ଦେଖି ବିଶ୍ୱାସ କରିପାରିବେ ନାହିଁ। ଏମିତି କେତେକ ଜୀବ ବିଷୟରେ ଆପଣ କେବେ ଶୁଣିନଥିବେ କିମ୍ବା ଦେଖିନଥିବେ।
ନେକେଡ ମୋଲ ର୍ୟାଟ :
ଏହି ପ୍ରଜାତିର ମୂଷା ପୂର୍ବ ଆଫ୍ରିକାରେ ଦେଖିବାକୁ ମିଳିଥାଏ। ଏହା ଏକ ବିଶେଷ ପ୍ରକାର ମୂଷା। ଏହି ମୂଷାର ଚର୍ମ ସାଧାରଣ ମୂଷା ପରି ନୁହେଁ। ଏହାକୁ ଦେଇ ଆପଣ ଭାବିବେ କି ଏହାର ଚର୍ମକୁ କେହି ଯେପରି କାଢି ଦେଇଛି। ଏହାର ଶରୀରରେ ଗୋଟେ ହେଲେ ମଧ୍ୟ ରୁମ ନଥାଏ। ଏହାର ଚର୍ମ କୌଣସି ବୃଦ୍ଧ ବ୍ୟକ୍ତିଙ୍କ ପରି ଦେଖାବାକୁ ରହିଥାଏ।
ସେଙ୍ଗା ଏଣ୍ଟିଲୋପ :
ସେଙ୍ଗା ଏଣ୍ଟିଲୋପ ନାମକ ଏହି ଜୀବ ଦେଖିବାକୁ ପ୍ରାୟ ହରିଣ ଭଳି, କିନ୍ତୁ ଏହା ପ୍ରକୃତରେ ହରିଣ ନୁହେଁ। ଏହି ପଶୁର ନାମ ଅଧିକ ଲମ୍ବା ରହିଥାଏ। ଏମାନଙ୍କ ନାକ ହିଁ ସେମାନଙ୍କୁ ଅଲଗା ପଶୁଙ୍କ ଠାରୁ ଭିନ୍ନ କରିଛି। ଏହି ପଶୁ କେବଳ ରୁଷ ଏବଂ କଜାକିସ୍ତାନରେ ଦେଖିବାକୁ ମିଳିଥାନ୍ତି।
ଏହାସହ ପଢ଼ନ୍ତୁ ; ଏହା ହେଉଛି ଦୁନିଆର ସବୁଠାରୁ ବଡ ଗୁମ୍ଫା, ଯାହା ଭିତରକୁ ଯିବାକୁ ହେଲେ ନେବାକୁ ପଡେ ଟ୍ରେନିଂ
ପିଙ୍କ ପିଅର ଆର୍ମାଡିଲୋ :
ଏହା ଦେଖିବାକୁ ମୂଷା ଭଳି। କିନ୍ତୁ ଏହାର ଶରୀରର ଉପରି ଭାଗ ପିଙ୍କ ରଙ୍ଗର ଅଲଗା ଭାବେ ଲାଗିଥିବାର ନଜର ଆସିଥାଏ। ଏହି ଜୀବ ଗାତ ଖୋଳିବାରେ ଧୂରନ୍ଧର।
ଲିମପ୍ରୋ ମାଛ :
ଏହି ମାଛ ଆର୍କଟିକା ମହାସାଗରରେ ଦେଖିବାକୁ ମିଳିଥାଏ। ଯାହାକୁ ଦେଖି ଆପଣ ଭୟଭୀତ ହେବେ ନିଶ୍ଚିତ। ଏହି ମାଛ ଯଦି ନିଜ ଶିକାରକୁ ଥରେ ଧରେ, ତେବେ ତାହାର ବଞ୍ଚିବା କଷ୍ଟକର ହୋଇପଡେ। ଏହି ମାଛ ନିଜ ଶିକାରକୁ ଖାଏ ନାହିଁ, କେବଳ ନିଜ ଦାନ୍ତରେ ଅନେକ ଦିନ ପର୍ଯ୍ୟନ୍ତରେ କ୍ଷତ ବିକ୍ଷତ କରିଦିଏ। ଫଳରେ ଶିକାର ହୋଇଥିବା ଜୀବ ଆପେ ଆପେ ମରିଯାଏ।