ସ୍ପେଶାଲ

ଆପଣଙ୍କ ପିଲାଦିନକୁ ନିଶ୍ଚୟ ମନେ ପକାଇଦେବ ଏ ଭିଡିଓ, ଥରେ ନିଶ୍ଚୟ ଦେଖନ୍ତୁ

ଆପଣ ଯେତେ ବଡ଼ ହୋଇଗଲେ ମଧ୍ୟ ପିଲା ଦିନର ସ୍ମୃତି ସବୁ ବେଳେ ମନକୁ ଆସେ । ସେ ସ୍କୁଲ ହେଉ କି ସାଙ୍ଗ ଅବା ଖେଳକୁଦ । ସମସ୍ତଙ୍କ ପିଲାଦିନେ କିଛି ନା କିଛି ସ୍ମୃତି ସବୁଦିନ ପାଇଁ ମନେ ରହିଯାଏ । ତେବେ ଗାଁର ପାଣି ପବନ, ଗାଁର ମଉଜମସ୍ତି ସବୁଠୁ ନିଆରା। ଆଜି ଆମେ ଆପଣମାନଙ୍କୁ ଟିକେ ଗାଁର ଅନୁଭୂତିକୁ ତାଜା କରାଇଦେବୁ। ଆପଣ କେବେ ସାଇକେଲ ଟାୟାର କିମ୍ବା ମୋଟର ଚକାରେ ଖେଳିଛନ୍ତି କି ? ତାହେଲେ ଏ ଭିଡିଓ ଆପଣଙ୍କୁ ନିହାତି ପସନ୍ଦ ଆସିବ।

ମେଘୁଆ ପାଗ । ଟିକେ ବର୍ଷା ବି ହୋଇଯାଇଛି । ସାଙ୍ଗମାନଙ୍କ ସହ ଚାଲିଛି ପିଲାଙ୍କ ଖେଳ । ଆଉ ତାର ଭିତରେ ଏ ଦୃଶ୍ୟଟି ରେକର୍ଡ଼ ହୋଇଛି । ଦେଖନ୍ତୁ ପିଲାଟି କେମିତି ବଢ଼ିଆ ଭାବରେ ଗାଡି ଭଳି ଗଡି ଗଡି ପଳାଉଛି। ଆପଣ ଦେଖିପାରୁଥିବେ ଯେ ଛୋଟ ପିଲାଟି ପ୍ରଥମେ ଗୋଟିଏ ଗାଡି ଟାୟାର ନେଇ ଆସୁଛି। ଆଉ ସେ ଟାୟାର ଭିତରେ ପଶି ଯାଉଛି। ଏଥିରେ ତାକୁ ଅନ୍ୟ ସାହାଯ୍ୟ କରୁଛି ଆଉ ଜୋରରେ ଠେଲି ଦେଉଛି। ଏହାପରେ ଟାୟାରଟି ଛୋଟ ପିଲାଟି ସହ ଗଡାଣିଆ ରାସ୍ତାରେ ଗଡି ଗଡି ପଳାଉଛି।

ତେବେ ଏହାପରେ କିନ୍ତୁ ଆହୁରି କମାଲ ଦେଖିବାକୁ ମିଳୁଛି। ଗଡାଣିଆ ରାସ୍ତାରେ ଏ ଛୋଟ ପିଲାଟି ଗଡି ଗଡି ପଳାଇଲା ସିନା ଆସିବା ବେଳେ ଆଉ ଏମିତି ଗଡ଼ିବା ସମ୍ଭବ ନୁହେଁ । ତେଣୁ ସେ ସେମିତି ଚକା ଭିତରେ ରହିି ନିଜ ଦୁଇ ଗୋଡରେ ଆହୁଲା ମାରିଲା ଭଳି ଚକାକୁ ଗଡାଇ ଗଡାଇ ଏକଦମ୍ ବଢ଼ିଆ ଭାବରେ ଉପରକୁ ଆସି ଯାଉଛି। ପ୍ରଥମେ ସେ ନିଜ ଗୋଡ଼ ଦ୍ୱାରା ହ୍ୟାଣ୍ଡଲ ବୁଲାଇଲା ଭଳି ରାସ୍ତା ଉପରେ ବୁଲି ଆସିଲା ଏବଂ ତା ପରେ ଉଠାଣିଆ ରାସ୍ତାରେ ଅତି ସହଜରେ ଫେରି ପାରିଲା । ଏ ଦୃଶ୍ୟ ଦେଖିଲେ ନିହାତି ଭାବରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । କାରଣ ଏଭଳି ଢଙ୍ଗରେ କେହି ଟାୟାର ଗଡ଼ାଇବା ହୁଏତ ଆପଣ କେଉଁଠି ଦେଖିଥିବେ କି ନାହିଁ ।

ଥରେ ନୁହେଁ କି ଦୁଇ ଥର ନୁହେଁ ଏ ଦୃଶ୍ୟକୁ ଆପଣ ବାରମ୍ବାର ଦେଖିବାକୁ ଇଚ୍ଛା ହେବ । ପିଲାଟିର କାରନାମା ଆପଣଙ୍କୁ ଚମତ୍କତ କରିବ । କାରଣ ଏତେ ଛୋଟ ଟାୟାର ଭିତରେ ସେ ନିଜେ ପଶିଯାଉଛି । ଅବଶ୍ୟ ଗଡ଼ାଣିରେ ଗଡ଼ିବାଟା ଏତେ କଷ୍ଟକର ନୁହେଁ କିନ୍ତୁ ଟିକିଏ ଅସାବଧାନ ହେଲେ ପଡ଼ି ଯାଇ ଖଣ୍ଡିଆ ଖାବରା ହେବାର ଆଶଙ୍କା ରହିଛି । ତେବେ ପିଲାଟି ଉଠାଣିରେ ପୁଣି ଫେରିବାର ଦୃଶ୍ୟ କୌଣସି ଚମତ୍କାର ଭଳି ଲାଗୁଛି । ଟାୟାରଟି ଫେରିବା ବେଳେ ପିଲାଟି ଦେଖା ଯାଉ ନାହିଁ କେବଳ ତାର ଗୋଡ଼ ଦୁଇଟି ଦିଶୁଛି । ଆଉ ଭାରି ଅଜବ ବି ଲାଗୁଛି । ସାଙ୍ଗ ପିଲାମାନେ ତାକୁ ପାଟି କରି ଉତ୍ସାହିତ କରୁଛନ୍ତି । ଲାଗୁଛି ଯେମିତି ସେ ଅନେକ ଅଭ୍ୟାସ କରି ଏ ଖେଳରେ ସେ ପୂରା ଦକ୍ଷ ହୋଇଯାଇଛି । ଯଦି ଆପଣଙ୍କର ବି ଏମିତି କିଛି ଅନୁଭୂତି ଥାଏ ତାହେଲେ କମେଣ୍ଟ କରି ଆମ ସହ ନିଶ୍ଚୟ ସେୟାର କରନ୍ତୁ।

Pritiparna

Recent Posts

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

14 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

29 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

44 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

54 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

1 hour ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

2 hours ago