ଥରେ ଦେଖନ୍ତୁ ମାଙ୍କଡ ମୁହଁର ଏକ୍ସପ୍ରେସନ, ଆପଣ ହସି ହସି ଗଡ଼ିଯିବେ

ଏହି ଭିଡିଓଟି ୧.୫୫ ସେକେଣ୍ଡର । ଆପଣ ମାନେ ଦେଖିପାରୁଥିବେ କେମିତି ଏକ ମାଙ୍କଡ ବିନ୍ସ ଭାଙ୍ଗୁଥିବାର କାମ କରୁଛି । ଯାହା ଜଣାପଡୁଛି ଏହା ଏକ ପୋଷା ମାଙ୍କଡ । ଯିଏ ଘରର ସବୁ କାମ ବି କରିଦେଇଥାଏ । ସେଥିପାଇଁ ତ ହୁଏତ ତାକୁ ଘର ଲୋକେ ବିନ୍ସ ଭାଙ୍ଗିବା କାମ ଦେଇଦେଇଛନ୍ତି । ଏହି କାମ କରିବାରେ ମାଙ୍କଡଟି ଏତେ ପରିଶ୍ରମ କରୁଛିଯେ ତା ମୁହଁର ଏକ୍ସପ୍ରେସନ ଖୁବ ଅଜବ ଦିଶୁଛି । ଏହି ମାଙ୍କଡଟିର କ୍ୟୁଟ ଏକ୍ସପ୍ରେସନ ସମସ୍ତଙ୍କର ହୃଦୟ ଜିତି ନେଇଛି । ଯାହା ହେଉ ପଚ୍ଛେ ମାଙ୍କଡ଼ ଟିର ମଣିଷ ଭଳି କାମ ସମସ୍ତଙ୍କ ହୃଦୟ ଜିଣି ନେଇଛି । ଭିଡିଓଟିକୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି । ଏହି କ୍ଲିପଟିକୁ ଟ୍ୱିଟର ହ୍ୟାଣ୍ଡଲ @TansuYagen ସେୟାର କରିଛନ୍ତି ।

ଆଉ ଏହାର କ୍ୟାପ୍ସନରେ ଲେଖିଛନ୍ତିକି ଆପଣଙ୍କ ଚେହେରାର ଭାବ ଦେଖି ଆମକୁ ଖୁବ ମଜା ଲାଗୁଛି ଆଉ ଖୁସି ବି ଲାଗୁଛି । ଏଯାବତ ଏହି ଭିଡିଓଟିକୁ ୫.୫ ମିଲିୟନରୁ ଅଧିକ ଜଣ ଦେଖିସାରିଥିବା ବେଳେ ୯.୫ ଲାଇକ୍ସ ମିଳିସାରିଲାଣି । ଶହ ଶହ ଲୋକ ଏହା ଉପରେ ନିଜ ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି । ଯେବେକି କିଛି ୟୁଜର ଏହି ମାଙ୍କଡଟିକୁ ଦେଖି ହସି ଦେଉଛନ୍ତି ତ କିଏ କିଏ କହୁଛନ୍ତି ଏହାକୁ ମୁଁ ମୋ ରୋଷେଇ ଘର ପାଇଁ ନେଇପାରିବି | ସେ ଯାହା ହେଉ ମାଙ୍କଡ ଟିର ଏହି ମଜାଦାର ଦୃଶ୍ୟ ଆମକୁ ମଜା ଦେଇଛି ଆପଣଙ୍କୁ ବି ଖୁସି ଦେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.