ରାଜଧାନୀ ମୁଖଶାଳାର ଏହି ନୂଆ ରୂପ ଦେଖିଲେ ପାଦ ଅଟକି ଯିବେ ନିଶ୍ଚୟ

ଭୁବନେଶ୍ୱର: ଓଡିଶାର ରାଜଧାନୀ ଭୁବନେଶ୍ୱର । ମନ୍ଦିର ମାଳିନୀ ସହର ଭାବରେ ବେଶ୍ ପରିଚିତ । ମନ୍ଦିର ପରିବେଷ୍ଟିତ ରାଜଧାନୀକୁ ଯିଏ ଥରେ ଆସେ ତା ମନର ଲେନ୍ସ ଭିତରେ ଏ ସହର ଏକ ଗାର ହୋଇ ରହିଯାଏ । ତେଣୁ ଏସହରକୁ ଆହୁରି ମନଲୋଭା ଏବଂ ଆକର୍ଷଣୀୟ କରିବା ପାଇଁ ଭିନ୍ନ କାରୁକାର୍ଯ୍ୟ କରାଯାଇଥିବା ଆପଣମାନେ ନିଶ୍ଚିତ ଦେଖିଥିବେ ।

ସମାନ ଭାବେ ଏ ରୁଦ୍ଧିମନ୍ତ ଦୃଶ୍ୟ ଦେଖିବା ପରେ ଆପଣ ବି ରାସ୍ତାରେ କ୍ଷଣିକ ପାଇଁ ଅଟକି ଯିବେ । ଗୋଟିଏ ନୁହେଁ କି ଦୁଇଟି ନୁହେଁ ହଜାର ହାଜାର କରି ୩ ହଜାର ଘଣ୍ଟି ଲାଗିଛି ଭୁବନେଶ୍ୱର ପ୍ରବେଶ ପଥରେ । ଶୁଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ । ନଦେଖିଲେ ଆଖିକୁ ବିଶ୍ୱାସ ହେବନି । ଆଉ ଥରେ ଦେଖିଲେ ଆଖି ଲାଖି ହୋଇ ରହିଯିବ ।

ଭୁବନେଶ୍ୱର ପ୍ରବେଶ ଦ୍ୱାରରେ ଏଭଳି ମନଲୋଭା ଦୃଶ୍ୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି । ରାଜଧାନୀରେ ଯେତେବେଳେ ସନ୍ଧ୍ୟା ହୁଏ, ଏହି ଭୁବନେଶ୍ୱର ପ୍ରବେଶ ଦ୍ୱାରରେ ଜଳି ଉଠେ ରଙ୍ଗୀନ ଆଲୋକ । ପୁଣି ପାଣି ପଡିବା ଚିତ୍ର ଆହୁରି ସୌନ୍ଦର୍ଯ୍ୟମୟ କରି ଗଢି ତୋଳେ ରାଜଧାନୀ ଭୁବନେଶ୍ୱରର ଏହି ସ୍ଥାନକୁ । ଏହି ସୁନ୍ଦର ଦୃଶ୍ୟ ଭିତରେ ଦୁଇଟି ସ୍ତମ୍ଭ ଉପରେ ସଜେଇ ହୋଇ ରହିଛି ତିନି ହଜାର ଘଣ୍ଟି । ସ୍ତମ୍ଭ ଦୁଇଟିରୁ ଗୋଟିଏ ଧଉଳି ଶାନ୍ତି ସ୍ତୁପର ପ୍ରତୀକ ହୋଇଥିବାବେଳେ ଅନ୍ୟଟି ମୁକ୍ତେଶ୍ବର ମନ୍ଦିର ନିକଟରେ ଲାଗିଥିବା ସ୍ତମ୍ଭ । ଏହି ଦୁଇଟି ସ୍ତମ୍ଭ ଉପରେ ଲାଗିଥିବା ଘଣ୍ଟିର ସମିଶ୍ରଣକୁ ଥରେ ନଜର ଅନ୍ଦାଜ କଲେ, ସମ୍ପୂର୍ଣ୍ଣ କଳାକୃତିଟି ମୁକ୍ତେଶ୍ୱର ମନ୍ଦିରର ଲାଗିଥିବା ପ୍ରବେଶ ଦ୍ୱାରର ଅବିକଳ ଚିତ୍ରଣ ପରି ଦେଖାଯିବ ।

ତେବେ ଭୁବନେଶ୍ୱରରୁ ପୁରୀ ଯିବା ରାସ୍ତାରେ ଏହି କଳାକୃତି କାହିଁକି ରଖା ଯାଇଛି ? କିଏ ଏହି ସ୍ଥାନରେ ଏହି କଳାକୃତିକୁ ପରିକଳ୍ପନା କରିଛନ୍ତି ଶୁଣିଲେ ଆହୁରି କୌତୁହଳ ଲାଗିବ । ସେ ଆଉ କେହି ନୁଅନ୍ତି ସେ ହେଉଛନ୍ତି ଜଣେ ମହିୟସୀ ମୁସଲିମ ସମ୍ପ୍ରଦାୟର ମହିଳା । ତାଙ୍କର ଚିନ୍ତା ଧାରା ଆମ ଜଗନ୍ନାଥଙ୍କ ପାଇଁ ବହୁତ ମହାନ । ସେଥିପାଇଁ ତ ଏ ସ୍ଥାନରେ ସେ ଆମ ସଂସ୍କୃତି ପାଇଁ ଏଭଳି ଏକ ଚିନ୍ତା ଧାରା ହାତକୁ ନେଇଛନ୍ତି । ମନ୍ଦିର ମାଳିନୀ ସହର ଭୁବନେଶ୍ୱରକୁ ଗୋଟିଏ ସ୍ଥାନରେ ଉପସ୍ଥାପନା କରି ଓଡିଶାକୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ଜଣାଇ ଦେବାକୁ ଚାହାଁନ୍ତି କି ଆମ ଐତିହ୍ୟ ଆଉ ତାର ସଂସ୍କୃତି କେଡେ ମହାନ ।

ଏହି ଜଗନ୍ନାଥଙ୍କ ଫିର୍ଦୋଷୀଙ୍କ ହୃଦୟ ଓଡିଶାର ମନ୍ଦିର ଓ ସଂସ୍କୃତି ପାଇଁ ସମର୍ପଣ । ତେବେ ଆସନ୍ତୁ ତାଙ୍କ ମୁହଁରୁ ଶୁଣିବା କେମିତି ସେ ଏହି କଳାକୃତିକୁ ପରିକଳ୍ପନା କରିଥିଲେ । ଏଠାରେ ସ୍ଥାପନ ହୋଇଥିବା ୩ହଜାର ଘଣ୍ଟି, ଏକ ପ୍ରକାର ନିଆରା ରେକର୍ଡ ସୃଷ୍ଟି କରିଛି । ତେଣୁ ଓଡିଶାବାସୀ ଏନେଇ ବେଶ ଗର୍ବ ଅନୁଭବ କରୁଛନ୍ତି । ଏ ଦୃଶ୍ୟରୁ ପ୍ରମାଣିତ ହେଉଛି ସତରେ ଓଡ଼ିଶାର ଐତିହ୍ୟ ସବୁଠୁ ନିଆରା ।

ଆହୁରି ପଢନ୍ତୁ:  ବିନା ପଇସାରେ ୬୦ ବର୍ଷରୁ ଉର୍ଦ୍ଧ୍ବ କାଳ ଧରି ଛାତ୍ରଛାତ୍ରୀଙ୍କୁ ଚାଟଶାଳୀରେ ପାଠ ପଢ଼ାଇ ଚର୍ଚ୍ଚାରେ ବିନୋଦ ମାଷ୍ଟ୍ରେ