ଖଣ୍ଡିଆ ଭୂତର ଭୟଙ୍କର ରୂପ, ମାତ୍ର କିଛି ସମୟରେ ଚେୟାରକୁ କଲା ଫୋପଡା ଫୋପଡି

ଗରମ ଦିନ ଆରମ୍ଭ ହୋଇଗଲାଣି। ଏହି ଦିନରେ ଅସହ୍ୟ ତାତି ଗୁଳୁଗୁଳି ସାଙ୍ଗକୁ ଧୂଳିଝଡ ବହୁତ ହୋଇଥାଏ। ଆପଣ ବି ଗରମ ଦିନରେ ଧୂଳିଝଡର ଦୃଶ୍ୟ ପ୍ରାୟ ସମୟରେ ଦେଖିଥିବେ। ତେବେ ପୂରା ଘଟଣା ଦେଖିବା ପୂର୍ବରୁ ପ୍ରଥମେ ଆସନ୍ତୁ ଜାଣିବା ଧୂଳିଝଡ କଣ? ଧୂଳିଝଡ ହେଉଛି ଏକ ବାୟୁମଣ୍ଡଳୀୟ ଘଟଣା । ଆଉ ଏଥିରେ ଅଧିକ ଶକ୍ତି ରହିଥାଏ । ଅନେକ ଥର ଏହି ଧୂଳିଝଡ ପାଇଁ ବହୁତ ଭାରି ଭାରି ଜିନିଷ ଉଡିଯାଏ । କେବେ କେବେ ଏହି ଧୂଳି ଝଡ ଏତେ ବଡ ହୋଇଥାଏ ଯେ, ପରିସ୍ଥିତି ପୁରା ଭୟଙ୍କର ହୋଇପଡେ । ଗୋଲ ଗୋଲ ହୋଇ ବୁଲୁଥିବା ଏହି ଝଡ ଗରମ ଦିନେ ସୃଷ୍ଟି ହୋଇଥାଏ ।

ତେବେ ବର୍ତମାନ ସମୟରେ ସୋସିଆଲ ମିଡିଆରେ ଏକ ଭୟଙ୍କରଧୂଳି ଝଡର ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି । ଭିଡିଓ ଦେଖି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ପୂର୍ବରୁ କେବେ ବି ଆପଣ ଏଭଳି ବିପଦଜନକ ଭିଡିଓ ଦେଖିନଥିବେ । ଧୂଳିଝଡର ଏ ଭିଡିଓ ଦେଖି ସୋସିଆଲ ମିଡିଆ ୟୁଜର୍ସ ଏକଦମ୍‌ ଭୟଭୀତ ହୋଇଯାଇଛନ୍ତି। ଏହି ଭିଡିଓ ଏବେ ଜୋର ସୋରରେ ଇଣ୍ଟରନେଟରେ ଭାଇରାଲ ହେଉଛି।

ଧୂଳିଝଡ ଏତେ ପାଓ୍ଵାରଫୁଲ ଥିଲା ଯେ, ସେଠାରେ ଥିବା ଚେୟାରଗୁଡିକୁ ମଧ୍ୟ ଉଡାଇନେଲା । ଭିଡିଓରେ ଆପଣ ଦେଖିପାରୁଥିବେ ବାଲି ସ୍ଥାନରେ କିଛି ଚେୟାରଗୁଡିକ ରହିଛି । ଏହା ମଧ୍ୟରେ ଏକ ଛୋଟ ଧୂଳିଝଡ ସୃଷ୍ଟି ହେଉଛି । ପାଖରେ ଲୋକ ବି ଅଛନ୍ତି । ହେଲେ ତାର ଗତି ଏତେ ଅଧିକ ରହିଛି ଯେ ଗୋଲ ଗୋଲ ହୋଇ ପାଖରେ ଥିବା ଚେୟାରଗୁଡିକୁ ନିଜ ସହ ଉଡାଇନେଉଛି ।

ଭିଡିଓରେ ଆପଣ ଦେଖିପାରିବେ ଯେତେ ବି ଚେୟାର ସେଠାରେ ଅଛି, ଧୂଳିଝଡ ସେସବୁକୁ ମୂହୁର୍ତ୍ତକେ ମଧ୍ୟରେ ଧୂଳିସାତ୍‌ କରିଦେଲା। ଏହି ଭିଡିଓକୁ ଆପଣ ବି ଦେଖିଲେ ଆପଣଙ୍କ ଲୋମ ଟାଙ୍କୁରୀ ଉଠିବ। ଏହି ଭିଡିଓକୁ ଜଣେ ସୋସିଆଲ ମିଡିଆ ୟୁଜର ନିଜ ଆକାଉଣ୍ଟରେ ସେୟାର କରିଛନ୍ତି। ଏହି ଭିଡିଓଟିକୁ ବର୍ତମାନ ଯାଏଁ ୧ ଲକ୍ଷରୁ ଅଧିକ ଭ୍ୟୁଜ ମିଳିସାରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.